ପାରାଲିସିସ ବୃଦ୍ଧଙ୍କର ଦୁଃଖ କାହାଣୀ : ପୁଅ – ବୋହୂ ଖାଦ୍ୟ ଓ ମେଡ଼ିସିନ ଖାଇବାକୁ ଦେଉନାହାଁନ୍ତି,ବରଂ ରୁମ ବନ୍ଦ କରି କରୁଛନ୍ତି ଏମିତି ଖରାପ କାମ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଜଣେ ପିତା ନିଜ ପିଲାର ଦାୟିତ୍ୱ ବହୁତ ଭଲ ଭାବରେ ନେଇଥାଏ। ନିଜେ କଷ୍ଟରେ ରହିଥାଏ କିନ୍ତୁ ନିଜ ପିଲାଙ୍କ ଦେଖରେଖ କରିଥାଏ। କିନ୍ତୁ ଆଜିକାଲିର କିଛି ପିଲା ମାଆ ଓ ବାପାଙ୍କୁ ବୋଝ ଭାବୁଛନ୍ତି। ବୃଦ୍ଧ ସମୟରେ ସେମାନେ ତାଙ୍କର ସେବା କରୁନାହାଁନ୍ତି। ଏବେ ଉତ୍ତର ପ୍ରଦେଶର ଗାଜିଆବାଦର ମସୁରୀ ଥାନା କ୍ଷେତ୍ରର ଏହି ଘଟଣାକୁ ଦେଖନ୍ତୁ। ଏଠାରେ ଯେତେବେଳେ ଜଣେ ପାରାଲିସିସ ବୃଦ୍ଧ, ପୁଅ ଓ ବୋହୂ ଠାରୁ ମିଳୁଥିବା ପ୍ରତାଡ଼ନାର କାହାଣୀ ଶୁଣାଇଲେ ସେତେବେଳେ ଯେକେହିବି ଏହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ରହିଗଲେ।

ରୋଗରେ ପୀଡିତ ବୃଦ୍ଧଙ୍କୁ ଖାଇବାକୁ ଦେଉନାହାଁନ୍ତି ପୁଅ ଓ ବୋହୂ:-

ବୃଦ୍ଧ ବ୍ୟକ୍ତିଙ୍କ ଏହା ଆରୋପ କି, ପୁଅ ଓ ବୋହୂ ତାଙ୍କୁ ଖାଇବାକୁ ଦେଉନାହାଁନ୍ତି ବହୁତ ଦିନ ଧରି ଏକ ରୁମ ଭିତରେ ତାଲା ପକାଇ ରଖୁଛନ୍ତି। ତାଙ୍କୁ ପାରାଲିସିସ ରୋଗ ଧରିଛି କିନ୍ତୁ କେହି ତାଙ୍କ ପାଇଁ ମେଡ଼ିସିନ ଯୁଗାଡ଼ କରୁନାହାଁନ୍ତି। ପୁଅଟି କିଛି ସମୟ ପୂର୍ବରୁ ନିଜ ପିତାଙ୍କୁ ପିଉସୀ ନାନୀ ଘରେ ଛାଡ଼ିଥିଲେ ଓ ତିନିମାସ ପର୍ଯ୍ୟନ୍ତ ଦେଖିବାକୁ ଆସିନଥିଲେ।

ପୋଲିସରେ ଅଭିଯୋଗ କଲେ ବୃଦ୍ଧ ବ୍ୟକ୍ତି ଜଣକ:-

ବୃଦ୍ଧଙ୍କ ଅଭିଯୋଗ ଏହାକି ଯେ ନାକେବଳ ତାଙ୍କ ପୁଅ ଓ ବୋହୂ ବରଂ ତାଙ୍କ ପୁଅର ଶଳା ମଧ୍ୟ ତାଙ୍କୁ ପ୍ରତାଡିତ କରୁଛନ୍ତି। ଯେତେବେଳେ ପ୍ରତାଡ଼ନା ସୀମା ପାର କରିଥିଲା ସେତେବେଳେ ସେତେବେଳେ ବୃଦ୍ଧ ବ୍ୟକ୍ତି ଜଣକ ପୋଲିସର ଗୁହାରି ଲଗାଇଥିଲେ। ପୋଲିସ ଏହି ବୃଦ୍ଧ ବ୍ୟକ୍ତିର ପରିଚୟ 71 ବର୍ଷୀୟ ହ୍ୟାରି ଫରନାଣ୍ଡିସ ବତାଇଥିଲେ। ସେ ୱେବ ସିଟିରେ ରୁହନ୍ତି। ତାଙ୍କ ପତ୍ନୀଙ୍କ 22 ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା।

ମଦ ପିଇ କରିଥାନ୍ତି ହଙ୍ଗାମା:-

71 ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ଏହା ହେଉଛି କି, ପୁଅ,ବୋହୂ ଓ ପୁଅର ଶଳା ଓ ତାଙ୍କର ବନ୍ଧୁ ତାଙ୍କ ବଞ୍ଚିବାକୁ ହାରାମ କରି ରଖିଛନ୍ତି। ଏମାନେ ସବୁ ମଦ ପିଇ ହଙ୍ଗାମା କରନ୍ତି ଯେତେବେଳେ ମୁଁ ଏହାର ବିରୋଧ କରେ ସେତେବେଳେ ସେମାନେ ମୋ ସହ ଝଗଡ଼ା କରନ୍ତି। ମାରିଦେବାକୁ ମଧ୍ୟ ଧମକ ଦିଅନ୍ତି। ମୁଁ ମୋ ନିଜ ରୋଗ ବିଷୟରେ କହି ସେମାନଙ୍କୁ ଭଲ ଚିକିତ୍ସା ପାଇଁ ଗୁହାରି କରିଥିଲି କିନ୍ତୁ ସେମାନେ ଏହାକୁ ଅଣଦେଖା କରିଦେଲେ।

ରାଗିଗଲେ ଲୋକମାନେ:-

ସୋସିଆଲ ମିଡ଼ିଆରେ ଯେତେବେଳେ ଖବର ଭାଇରାଲ ହୋଇଥିଲା ସେତେବେଳେ ଲୋକେ କ୍ରୋଧିତ ହୋଇଗଲେ। ଜଣେ ୟୁଜର କମେଣ୍ଟ କରି କହିଲେ, ଏମିତି ପୁଅ ଓ ବୋହୂକୁ ଜେଲ ପଠାଇ ଦେବା ଉଚିତ। ସେହିପରି ଆଉଜଣେ କହିଲେ, ଘୋର କଳିଯୁଗ ଆସିଯାଇଛି। ଯେଉଁ ପିତା ପିଲାବେଳରେ ହାତଧରି ଚାଲିବା ଶିଖାଇଛି ଆଜି ସେ ପଙ୍ଗୁ ହେବାରୁ ତା’ ସେବା କରିବାକୁ ପଛାଉଛନ୍ତି। ସମସ୍ତ ଲୋକେ ପୋଲିସ ପାଖରୁ ନ୍ୟାୟ ମାଗୁଛନ୍ତି। ସେହିପରି କିଛି ଲୋକ ବୃଦ୍ଧଙ୍କୁ NGO ଠାରୁ ସେବା ପାଇବା ପାଇଁ କହୁଛନ୍ତି।

Leave A Reply

Your email address will not be published.