କଣ ଆପଣଙ୍କ ପାଦରେ ମଧ୍ୟ ଦେଖାଯାଉଛି ଏପରି ପରିବର୍ତ୍ତନ, ତା ହେଲେ ଜାଣନ୍ତୁ ଏହା କେଉଁ ରୋଗର ସଂକେତ ?

0

Get real time updates directly on you device, subscribe now.

ବଦଳୁଥିବା ଲାଇଫଷ୍ଟାଇଲ କାରଣରୁ ଅନେକ ରୋଗ ଆପଣଙ୍କୁ ଘେରିବା ଆରମ୍ଭ କରିଦିଅନ୍ତି । ଏପରି ପରିସ୍ଥିତିରେ ଆମକୁ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ନଚେତ୍ ହାର୍ଟ ଆଟାକ, ପୋଷଣର ଅଭାବ, ହାଇ ବିପି କିମ୍ବା ସୁଗାର ଲେଭଲର ଅଭିଯୋଗ ଆସିବାକୁ ଅଧିକ ସମୟ ଲାଗିବ ନାହିଁ । ଏହିପରି ସମସ୍ୟାକୁ ସାମ୍ନା କରିବା ପୂର୍ବରୁ ଆପଣଙ୍କୁ ନିଜ ଉପରେ ଧ୍ୟାନ ଦେବା ବହୁତ୍ ଜରୁରୀ ଅଟେ ।

ବ୍ଲଡ଼ ସୁଗାର ବଢ଼ିବାରେ ହେବ ଏହି ପରିବର୍ତ୍ତନ :-

ଆପଣ ଦେଖିଥିବେ ଯେ ଅଧିକାଂଶ ଲୋକଙ୍କର ସୁଗାର ଲେଭଲ ଆଜିକାଲି ବଢ଼ିବାରେ ଲାଗିଛି । ଏପରି ପରିସ୍ଥିତିରେ ଏହାକୁ କଣ୍ଟ୍ରୋଲ ରଖିବାପାଇଁ ଲକ୍ଷ ଲକ୍ଷ ଲୋକ ଔଷଧ ସାହାରାରେ ବଞ୍ଚୁଛନ୍ତି । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏପରି କିଛି କଥା କହିବୁ, ଯାହାଦ୍ଵାରା ଆପଣ ଏହି ପ୍ରକାରର ଅସୁବିଧା ଠାରୁ ଦୂରତା ରକ୍ଷା କରିପାରିବେ । ତେବେ ଚାଲନ୍ତୁ ଜାଣିବା ଯେ ଯେତେବେଳେ ଆପଣଙ୍କର ବ୍ଲଡ଼ ସୁଗାର ବଢେ, ସେତେବେଳେ ଆପଣଙ୍କ ପାଦରେ କେଉଁ ପରିବର୍ତ୍ତନ ଆସିଥାଏ ।

ସୁଗାର ବଢ଼ିଲେ ପାଦରେ ଦେଖାଯାଏ ଏହି ପ୍ରକାରର ଲକ୍ଷଣ :-

– ସର୍ବପ୍ରଥମେ ଆପଣ ଦେଖିଥିବେ ଯେ ଆପଣଙ୍କ ପାଦ ଅନେକଥର ଶୁଖିଲା ଶୁଖିଲା ଲାଗିଥାଏ । ଏପରି ପରିସ୍ଥିତିରେ ଏହାକୁ ହାଲକାରେ ନିଅନ୍ତୁ ନାହିଁ । କାରଣ ଏହା ସୁଗାର ଲେଭଲ ବଢିବାର ସଂକେତ ମଧ୍ୟ ହୋଇପାରେ ।

– ଦ୍ୱିତୀୟଟି ହେଉଛି ପାଦ ଫୁଲିବା । ଯଦି ଆପଣଙ୍କର ମଧ୍ୟ ପାଦରେ କୌଣସି ପ୍ରକାରର ଫୁଲା ଦେଖାଯାଏ, ତେବେ ଆପଣ ଟିକେ ସତର୍କ ରହିବା ଉଚିତ୍ । ପାଦ ଫୁଲିବା ମଧ୍ୟ ବ୍ଲଡ଼ ସୁଗାର ବଢିବାର ସଂକେତ ହୋଇପାରେ ।

– ଏହାବ୍ୟତୀତ ଯଦି ଆପଣଙ୍କ ପାଦରେ କୌଣସି ପ୍ରକାରର ଘା ହୋଇଯାଏ, ତେବେ ଆପଣ ତୁରନ୍ତ ଏହାକୁ ଡାକ୍ତରଙ୍କ ପାଖରେ ଦେଖାଇବା ଉଚିତ୍ ।

Leave A Reply

Your email address will not be published.