E-Shram କାର୍ଡ ଥିବା ଲୋକଙ୍କ ଆକାଉଣ୍ଟକୁ ଖୁବଶୀଘ୍ର ଆସିବ ୧୦୦୦ ଟଙ୍କା !, ଜାଣନ୍ତୁ କେବେ ଆସିବ ?

0

Get real time updates directly on you device, subscribe now.

ଇ-ଶ୍ରମ କାର୍ଡ ଥିଲେ ମିଳିବ ୫ ହଜାର ଟଙ୍କା ପ୍ରଥମ କିସ୍ତି ଏହିସବୁ ଆକାଉଣ୍ଟ୍ କୁ ଆସିବ ଟଙ୍କା । ଦେଶର ଗରୀବଙ୍କ ପାଇଁ କେନ୍ଦ୍ରର ଅନେକ ଯୋଜନା ମଧ୍ୟରୁ ଇ-ଶ୍ରମ କାର୍ଡ ଅନ୍ୟତମ । ଏହା ଅଧୀନରେ ଦେଶରେ ଯେକୌଣସି କୋଣରେ ଅସଂଗଠିତ କ୍ଷେତ୍ର ସହିତ ଜଡିତ ଶ୍ରମିକମାନେ ଇ-ଶ୍ରମ କାର୍ଡ ପାଇଁ ପଞ୍ଜୀକୃତ ହୋଇ ପାରିବେ ଏହାପରେ ସେମାନେ ସରକାରଙ୍କ ଦ୍ଵାରା ଦିଆଯାଇଥିବା ଯୋଜନା ଗୁଡ଼ିକର ଲାଭ ଉଠାଇ ପାରିବେ । ଏହି ଯୋଜନା ଅଧୀନରେ କରିବା ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

ଡିସେମ୍ବର ୩୧ ପର୍ଯ୍ୟନ୍ତ ଇ-ଶ୍ରମ ପୋଟାଲ୍ ରେ ପଞ୍ଜୀକୃତ ହୋଇ ଥିବା ଶ୍ରମିକ ମାନଙ୍କୁ ମାସକୁ ୧ ହଜାର ଟଙ୍କା ପ୍ରଦାନ କରାଯିବ, ବର୍ତ୍ତମାନ ଏହି ଯୋଜନା କେବଳ ଜାନୁଆରୀ ଓ ଫେବୃଆରୀ ମାସ ପାଇଁ ଏହା ସହିତ ଶ୍ରମିକ ମାନଙ୍କ ପାଇଁ ଆକସ୍ମିକ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଦୁର୍ଘଟଣା ବୀମା ଯୋଜନା ଅଧୀନରେ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହା ବ୍ୟତୀତ ଶ୍ରମିକ ତଥା ତାଙ୍କ ପରିବାରର କୌଣସି ସଦସ୍ୟର ଅସୁସ୍ଥତା ପାଇଁ ମୁଖ୍ୟମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଡେପୁଟିଲେବର୍ କମିଶନର୍ ସୀମିତ କୁମାର ମିଶ୍ର ସୂଚନା ଦେଇଛନ୍ତି ଯେ ଅସଂଗଠିତ କ୍ଷେତ୍ର ଶ୍ରମିକ ମାନଙ୍କ ପାଇଁ ପଞ୍ଜିକରଣ ବିଭାଗୀୟ ପୋଟାଲ୍ ତଥା ଯେକୌଣସି ଜନସେବା କେନ୍ଦ୍ର ମାଧ୍ୟମରେ ମାଗଣାରେ କରାଯାଇପାରିବ ।

ଇ-ଶ୍ରମ ପୋଟାଲ୍ ରେ ଯୋଗ ଦେଇଥିବା ଶ୍ରମିକମାନେ ପ୍ରଧାନମନ୍ତ୍ରୀ ସୁରକ୍ଷା ବିନା ଅଧୀନରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ପାଇ ପାରିବେ ବୀମା ପାଇଁ ପ୍ରମୀୟମ ଦେବାର କୌଣସି ଆବଶ୍ୟକତା ନାହିଁ । ଯଦି ଶ୍ରମିକ ଦୁର୍ଘଟଣାରେ ମରିଯାଏ କିମ୍ବା ସଂପୂର୍ଣ୍ଣ ଅକ୍ଷମ ହୋଇଯାଏ ତେବେ ବୀମା ରାଶି ୨ ଲକ୍ଷ ଟଙ୍କା ଏବଂ ଅକ୍ଷମ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଉପଲବ୍ଧ । ଇ-ଶ୍ରମ ପୋର୍ଟାଲ୍ ରେ ପଞ୍ଜିକରଣ କରିବା ପାଇଁ ଶ୍ରମିକ ମାନଙ୍କ ପାଇଁ ଆଧାର କାର୍ଡ ମୋବାଇଲ୍ ନମ୍ବର୍ ରହିବ ଆବଶ୍ୟକ ଯାହା ମୋବାଇଲ୍ ଓ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ସଂଯୁକ୍ତ ଯଦି ସେମାନଙ୍କ ପାଖରେ ଆଧାର କାର୍ଡ ମୋବାଇଲ୍ ନମ୍ବର୍ ନାହିଁ ତେବେ ସେମାନେ ନିକଟତମ ସି-ଏସ୍-ସି କେନ୍ଦ୍ର ସହିତ ଯୋଗାଯୋଗ କରି ପାରିବେ । ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଇ-ଶ୍ରମ ପୋଟାଲ୍ ରେ ଯୋଗ ଦେଇଥିବା ଶ୍ରମିକଙ୍କ ସଂଖ୍ୟା ୧୫୦ ମିଲିୟନ ଅତିକ୍ରମ କରିଛି ।

ବର୍ତ୍ତମାନ ସମୟରେ ପ୍ରାୟ ୧୫.୩୧ କୋଟି କର୍ମଚାରୀଙ୍କ ପାଖରେ ଇ-ଶ୍ରମ କାର୍ଡ ଅଛି । ରାଜ୍ୟ ଗୁଡ଼ିକ ବିଷୟରେ କହିବାକୁ ଗଲେ ଉତ୍ତରପ୍ରଦେଶରେ ସର୍ବାଧିକ ସଂଖ୍ୟକ ପଞ୍ଜିକରଣ କରାଯାଇଛି । ଯୋଗୀ ଶାସନ କାଳରେ ୪.୪୬ କୋଟିରୁ ଅଧିକ ଲୋକ ପଞ୍ଜୀକୃତ ହୋଇଛି ଯୋଗୀ ସରକାର ମାସକୁ ୫୦୦ ଟଙ୍କା ଦେବା ଘୋଷଣା ପରେ ଏହା ବୃଦ୍ଧି ଘଟିଛି । ଇ-ଶ୍ରମ କାର୍ଡକୁ ନେଇ ସର୍ବାଧିକ ଶ୍ରମିକଙ୍କ ସଂଖ୍ୟା ଉତ୍ତରପ୍ରଦେଶ ରହିଛି, ପଶ୍ଚିମବଙ୍ଗ ୨ ନମ୍ୱରରେ ରହିଛି ଯେଉଁଠାରେ ଏପର୍ଯ୍ୟନ୍ତ ୨ କୋଟି ୩୬ ଲକ୍ଷ ୯୯ ହଜାର ୨୩୮ କର୍ମଚାରୀ ପଞ୍ଜୀକୃତ ହୋଇଛନ୍ତି । ବିହାର ତୃତୀୟ ସ୍ଥାନରେ ଓ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.