ଝିଅ ପୂରଣ କଲା ବାପାଙ୍କ ଶେଷ ଇଚ୍ଛା : ପରିବାର ବିରୋଧରେ ଯାଇ କୋକେଇକୁ କାନ୍ଧ ଦେବା ସହ ଦେଲା ମୁଖାଗ୍ନି

0

Get real time updates directly on you device, subscribe now.

ପୁଅର କର୍ତ୍ତବ୍ୟ କଲା ଝିଅ। ଉତ୍ତର ପ୍ରଦେଶର ଇଟାବର ଜିଲ୍ଲାର ଏକ ଝିଅ ସାମାଜିକ ନୀତି ନିୟମକୁ ଭ୍ରୁକ୍ଷେପ ନ କରି ପୁଅ ଭଳି ବାପାଙ୍କ ମୁହଁରେ ନିଆଁ ଦେଇଛି। ଉସରାହାର ଥାନା ଅନ୍ତର୍ଗତ ସରସଇନାବରରେ ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ଝିଅ କେବଳ ବାପାଙ୍କୁ କାନ୍ଧ ଦେଇନି, ବରଂ ମୁଖାଗ୍ନି ଦେଇ ରୁଢ଼ିବାଦୀ ପରମ୍ପରାକୁ ଭାଙ୍ଗିଛି।

ସୂଚନାଯୋଗ୍ୟ ଯେ ସରସଇନାବରର ସନ୍ତଶରନ୍‌ କଠେରିଆଙ୍କର ୭୪ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ତାଙ୍କର ୪ଟି ଝିଅ ସୀତା, ଚିତ୍ରା, ନୀଲମ୍‌ ଓ ପୁନମ୍‌ ଅଛନ୍ତି। ସନ୍ତଶରନ୍‌ଙ୍କର କୌଣସି ପୁତ୍ର ସନ୍ତାନ ନଥିବାରୁ ତାଙ୍କ ଇଚ୍ଛା ଥିଲା ଯେ ଝିଅମାନେ ହିଁ ତାଙ୍କ ମୁହଁରେ ନିଆଁ ଦିଅନ୍ତୁ। କିନ୍ତୁ ଏ ନେଇ ପରିବାରରେ ମତଭେଦ ଆରମ୍ଭ ହୋଇଯାଇଥିଲା।

ଏମିତି କି ତାଙ୍କ ଶବକୁ କାନ୍ଧ ଦେବାକୁ ବି ଲୋକମାନେ ଆପତ୍ତି କରିଥିଲେ। କିନ୍ତୁ ତାଙ୍କ ସାନ ଝିଅ ପୁନମ୍‌ ଲୋକଙ୍କ କଥାକୁ ଖାତିର ନ କରି ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିବାକୁ ଅଣ୍ଟା ଭିଡ଼ିଥିଲା। ସେ ବାପାଙ୍କ ମୃତ ଦେହକୁ କାନ୍ଧ ଦେବା ସହ ଶ୍ମଶାନ ଯାଇ ମୁଖାଗ୍ନି ବି ଦେଇଥିଲା।

ପୁନମ୍‌ କହିଛନ୍ତି, ମୋ ପାଇଁ ସାମାଜିକ ପ୍ରଥା ପରମ୍ପରାଠୁ ବାପାଙ୍କ ଅନ୍ତିମ ସଂସ୍କାର ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ବାପା ଏୟାରଫୋର୍ସରୁ ଅବସର ନେଇଥିଲେ। ସେ ବଞ୍ଚିଥିବା ବେଳଠୁ ହିଁ ପୁନମ୍‌ଙ୍କୁ ତାଙ୍କର ମୁଖାଗ୍ନି ଦେବାକୁ କହିଥିଲେ। ଏଣୁ ସେ ବାପାଙ୍କ ଶେଷ ଇଚ୍ଛାକୁ ପୂରଣ କରିଛନ୍ତି ବୋଲି କହିଛନ୍ତି ପୁନମ୍‌।

Leave A Reply

Your email address will not be published.