ପେଟ୍ରୋଲ ପମ୍ପ ବାହାରେ ଲାଗିଲା ଲମ୍ବା ଲାଇନ୍,ତେଲ ଭର୍ତ୍ତି କରିବାପାଇଁ ଅପେକ୍ଷାରେ ଠିଆ ହୋଇଥିବା 2ଜଣ ଲୋକଙ୍କର ମୃତ୍ୟୁ,ଜାଣନ୍ତୁ ପୁରା ଘଟଣା
ଶ୍ରୀଲଙ୍କାରେ ପେଟ୍ରୋଲ ପମ୍ପ ବାହାରେ ଲମ୍ବା ଲାଇନରେ ନିଜ ପାଳିକୁ ଅପେକ୍ଷା କରି 70 ବର୍ଷୀୟ ଦୁଇ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି । ଅଧିକାରୀମାନେ ରବିବାର ଦିନ ଏହି ସୂଚନା ଦେଇଛନ୍ତି । ଶ୍ରୀଲଙ୍କା ଆଜିକାଲି ଇନ୍ଧନର ବହୁତ୍ ଅଭାବ ସହିତ ସଙ୍ଘର୍ଷ କରୁଛି ଏବଂ ତା ସାମ୍ନାରେ ବିଦେଶୀ ମୁଦ୍ରା ଭଣ୍ଡାରର ଐତିହାସିକ ସଙ୍କଟ ଠିଆ ହୋଇଯାଇଛି ।
6 ଘଣ୍ଟା ଧରି ନିଜ ପାଳିକୁ ଅପେକ୍ଷା କରି ଠିଆ ହୋଇଥିଲେ :-
କୋଲମ୍ବୋ ପୋଲିସ କହିଛି ଯେ ମଧ୍ୟ କାଣ୍ଡୀ ଜିଲ୍ଲା ଏବଂ କୋଲମ୍ବୋର ଉପନଗରୀୟ ଅଞ୍ଚଳରେ ଶନିବାର ଦିନ ପ୍ରାୟ 70 ବର୍ଷ ବୟସର ଦୁଇଜଣ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ ଅନୁଯାୟୀ ଦୁହେଁ ପ୍ରାୟ 6ଘଣ୍ଟା ଧରି ନିଜ ପାଳିକୁ ଅପେକ୍ଷା କରି ଠିଆ ହୋଇଥିଲେ । କୁହାଯାଉଛି ଯେ ଅତ୍ୟଧିକ ଗରମ ତାଙ୍କ ମୃତ୍ୟୁର ପ୍ରଥମ କାରଣ ଅଟେ ।
ଭାରତୀୟ ଇନ୍ଧନ ଉପରେ ଭରଷା :-
ଅଧିକାରୀମାନେ କହିଛନ୍ତି ଯେ ସରକାର ଏଥିରୁ ମୁକ୍ତି ପାଇବାପାଇଁ ଭାରତୀୟ ଇନ୍ଧନ ଉପରେ ଭରଷା କରୁଛନ୍ତି । ସରକାରୀ ସିଲୋନ ପେଟ୍ରୋଲିୟମ କର୍ପୋରେସନର ଅଧ୍ୟକ୍ଷ ସୁମିତ ବିଜେସିଂହେ କହିଛନ୍ତି, ” ଭାରତୀୟ କ୍ରେଡିଟ ଲାଇନ୍ ଦ୍ଵାରା ଆମକୁ ପେଟ୍ରୋଲ, ଡିଜେଲ ଏବଂ ଜେଟ ଇନ୍ଧନ ଭଳି ଉତ୍ପାଦ ମିଳିଥାଏ । ଆମକୁ ଏହି ମାସର 13 ଏବଂ 14 ତାରିଖରେ ଜେଟ ଇନ୍ଧନ ମିଳିଛି । ଆମ ପାଖକୁ ଆଉ ଗୋଟିଏ ଅନ୍ୟ ଡିଜେଲ ଜାହାଜ ଆସିଛି, ଯାହାଦ୍ଵାରା କାଲି ସେହି ମାଲକୁ ଓହ୍ଲାଯିବ ।
ଇନ୍ଧନର ଅଭାବ କାରଣରୁ ଲୋକମାନେ ଏହାକୁ କରୁଛନ୍ତି ଜମା :-
ସେ ଆଗକୁ କହିଛନ୍ତି ଯେ ଏମିତି ଲାଗୁଛି ଯେପରି ଲୋକମାନେ ଇନ୍ଧନର ଅଭାବ କାରଣରୁ ତାକୁ ଜମା କରୁଛନ୍ତି । ସେ କହିଛନ୍ତି ଯେ ଏହି ସଙ୍କଟ ପୂର୍ବରୁ ଡିଜେଲର ଦୈନିକ ଚାହିଦା 5,500 ମ୍ୟାଟ୍ରିକ ଟନ ଏବଂ ପେଟ୍ରୋଲର ଚାହିଦା 3,300 ମ୍ୟାଟ୍ରିକ ଟନ ଥିଲା, କିନ୍ତୁ ଅତ୍ୟାଧିକ କ୍ରୟ କାରଣରୁ ଏହା କ୍ରମଶଃ 7,000-8,000 ମ୍ୟାଟ୍ରିକ ଟନ ଏବଂ 4,200 ମ୍ୟାଟ୍ରିକ ଟନ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ।