ବୃଦ୍ଧ ବାପାର ବର୍ବରତା, ଘରେ ଶୋଇଥିବା ପୁଅ – ବୋହୂ ସହିତ ଦୁଇ ନତୁଣୀଙ୍କୁ ଜିଅନ୍ତା ଜଳାଇ ଦେଲା, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

Get real time updates directly on you device, subscribe now.

କେରଳରେ ଗୋଟିଏ ହୃଦୟ ବିଦାରକ ଘଟଣା ଘଟିଛି । ଇଡୁକି ଅଞ୍ଚଳରେ ଜଣେ ବୃଦ୍ଧ ବ୍ୟକ୍ତି ନିଜ ପୁଅ ଏବଂ ପରିବାରର 3ଜଣ ଅନ୍ୟ ସଦସ୍ୟଙ୍କୁ କଥିତ ଭାବରେ ସମ୍ପତ୍ତି ବିବାଦକୁ ନେଇ ନିଆଁ ଲଗାଇଦେଲେ । ପୋଲିସ ସୂଚନା ଦେଇ କହିଛି ଯେ ଏହି ଘଟଣା ଶନିବାର ଦିନ ସକାଳେ ହୋଇଛି । ଏହି ଘଟଣା ପରେ 79 ବର୍ଷୀୟ ଅଭିଯୁକ୍ତ ହାମିଦଙ୍କୁ ପୋଲିସ ଗିରଫ କରିଦେଲା ।

ନ୍ୟୁଜ ଏଜେନ୍ସି ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆକୁ ପୋଲିସ କହିଛି ଯେ ଏହି ଘଟଣାରେ ଘର ଭିତରେ ଶୋଇଥିବା ପୁଅ, ବୋହୂ ଏବଂ ତିନି ନାତୁଣୀଙ୍କର ଜଳିଯିବା କାରଣରୁ ମୃତ୍ୟୁ ହୋଇଯାଇଛି । 79 ବର୍ଷୀୟ ହାମିଦ ଘରେ ତାଲା ପକାଇ ତାପରେ ବାହାରୁ ଝରକା ମାଧ୍ୟମରେ ଘର ଭିତରକୁ ପେଟ୍ରୋଲରେ ଭର୍ତ୍ତି ଥିବା ଛୋଟ ବୋତଲ ଫିଙ୍ଗି ଦେଲା । ଏହାପରେ ସେ ଘରେ ନିଆଁ ଲଗାଇ ଦେଲା ।

ଏହି ସମୟରେ ପରିବାରର ଜଣେ ସଦସ୍ୟ ନିଆଁ ଦେଖି ସାହାଯ୍ୟ ପାଇଁ ଲୋକଙ୍କୁ ଡାକିଲା, କିନ୍ତୁ ଅଧିକ ନିଆଁ ଜଳୁଥିବା କାରଣରୁ ପଡୋଶୀ ମାନେ ବଞ୍ଚାଇ ପାରିଲେ ନାହିଁ । ଦେଖୁ ଦେଖୁ ଘରସାରା ନିଆଁ ଲାଗିଗଲା । ପୋଲିସ କହିଛି ଯେ ଜଣେ ପଡୋଶୀ ହାମିଦଙ୍କୁ ଘର ଭିତରକୁ ପେଟ୍ରୋଲ ବୋତଲ ଫିଙ୍ଗୁଥିବାର ଦେଖିଥିଲେ ।

ସିନିୟର୍ ପୋଲିସ କହିଛନ୍ତି ଯେ ଏହା ଗୋଟିଏ ଷଡ଼ଯନ୍ତ୍ର ହତ୍ୟା ଥିଲା, କାରଣ ହାମିଦ ଅପରାଧ କରିବାପାଇଁ ଅତି କମରେ 5ଟି ବୋତଲରେ ପେଟ୍ରୋଲ ସଂଗ୍ରହ କରିଥିଲେ ଏବଂ ନିଆଁ ଲିଭାଇବା ପାଇଁ କୌଣସି ସୁଯୋଗ ଛାଡି ନଥିଲେ, ଏପରିକି ଘର ଭିତରେ ଥିବା ପାଣି ଟାଙ୍କି ଖାଲି କରି ଦେଇଥିଲେ । ସେ ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆକୁ କହିଛନ୍ତି ଯେ ଅଭିଯୁକ୍ତ ହାମିଦ ସାହାଯ୍ୟ ପାଇଁ ପଡୋଶୀଙ୍କୁ କୂଅରୁ ପାଣି ଆଣିବାକୁ ରୋକିବା ପାଇଁ ବାଲ୍ଟି ଏବଂ ଦଉଡ଼ିକୁ ହଟାଇ ଦେଇଥିଲେ ।

ପୋଲିସ କହିଛି ଯେ ଘରର ଭିତର ଦୃଶ୍ୟ ହୃଦୟ ବିଦାରକ ଥିଲା । କାରଣ ବାପା ଏବଂ ସବୁଠାରୁ ଛୋଟ ଝିଅର ଶବ ପରସ୍ପର ସହିତ ଆଲିଙ୍ଗନ କରୁଥିଲେ । ଆଗକୁ ପରବର୍ତ୍ତୀ ଯାଞ୍ଚ ପାଇଁ ଶବଗୁଡ଼ିକୁ ଅଲଗା କରିବା ଆମ ପାଇଁ ବହୁତ୍ କଷ୍ଟକର ଥିଲା । ପଚରାଉଚରା ସମୟରେ ହାମିଦ ସ୍ବୀକାର କଲେ ଯେ ସେ ନିଜ ପୁଅ ସହିତ ପାରିବାରିକ ବିବାଦକୁ ନେଇ ହୋଇଥିବା ଝଗଡା କାରଣରୁ ଏହି ଘୃଣ୍ୟ କାମ କରିଛନ୍ତି ।

Leave A Reply

Your email address will not be published.