ଦିନଥିଲା ଇଂରାଜୀରେ କେବଳ Yes ଏଵଂ No କହିପାରୁ ଥିଲେ ଏହି ବିଜନେସ ମ୍ୟାନ, ଆଜି ଏତେ ବଡ Empire ର ମାଲିକ

0

Get real time updates directly on you device, subscribe now.

ବେଦାନ୍ତ ଗ୍ରୁପର ନାମ ଆଜି ଅଧିକାଂଶ ଲୋକଙ୍କ ମଧ୍ୟରେ ଜଣାଶୁଣା ଅଟେ । କିନ୍ତୁ ଏହାକୁ ତିଆରି କରିଥିବା ବିଜନେସ ମ୍ୟାନ ଅନିଲ ଅଗ୍ରୱାଲଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ୍ କମ୍ ଲୋକ ଜାଣନ୍ତି । ନିକଟରେ ଟୁଇଟରରେ ସେ ନିଜ ଜୀବନର ଆରମ୍ଭ ସଂଘର୍ଷ ସହିତ ଜଡିତ ଅନେକ କାହାଣୀ ସେୟାର କରିଛନ୍ତି, ଏଥିମଧ୍ୟରୁ ଅନେକ କାହାଣୀ ବହୁତ୍ କୌତୁହଳ ପୂର୍ଣ୍ଣ ଅଟେ ।

କେବଳ Yes ଏବଂ No କହିପାରୁଥିଲେ :-

ଅନିଲ ଅଗ୍ରୱାଲ କିଛି ଦିନ ପୂର୍ବରୁ ଅନେକ ଗୁଡ଼ିଏ ଟୁଇଟ କରି ନିଜର ଏବଂ ନିଜ ବିବାହ ସହିତ ଜଡିତ କାହାଣୀ କହିଥିଲେ । ସେ କହିଛନ୍ତି ଯେ, ” ମୁଁ ଯେତେବେଳେ ପ୍ରଥମଥର ପାଇଁ ମୁମ୍ବାଇ ଆସିଥିଲି, ସେତେବେଳେ କେବଳ ଇଂରାଜୀର ଦୁଇଟି ଶବ୍ଦ Yes ଏବଂ No ହିଁ ଜାଣିଥିଲି । ମୁଁ ନିଜ ସ୍ବପ୍ନକୁ ବଡ କରିବାକୁ ଲାଗିଲି, ଭାବୁଥିଲି ଯାତ୍ରା ବହୁତ୍ ଲମ୍ବା ଅଟେ, କିନ୍ତୁ ୟାକୁ ଯାତ୍ରା କରିବାକୁ ହିଁ ପଡ଼ିବ । ବହୁତ୍ ପରିଶ୍ରମ କଲି, କଷ୍ଟ ସହିଲି, ତାପରେ ମଧ୍ୟ ବହୁତ୍ ସମସ୍ୟା ଆସିଥିଲା ।”

କିନିଲେ 400 ବର୍ଗ ଫୁଟର ଘର :-

ଅନିଲ ଅଗ୍ରୱାଲ ଲେଖିଛନ୍ତି, ” ଆରମ୍ଭ ତିନିବର୍ଷରେ ମୁଁ ମୁମ୍ବାଇରେ ଯେକୌଣସି ପ୍ରକାରେ 400 ବର୍ଗ ଫୁଟରୁ କମର ଗୋଟିଏ ଫ୍ଲାଟ କିଣିଲି । ଏହା ମୋ ଯାତ୍ରା ଆରମ୍ଭ କରିବାର ରାସ୍ତାରେ ବହୁତ୍ ବଡ ଆଚିଭମେଣ୍ଟ ଥିଲା । ମୋ ବିବାହ ପାଟଣାରେ ହୋଇଥିଲା ଏବଂ ମୋ ପୁଅ ମଧ୍ୟ ପାଟଣାରେ ଜନ୍ମ ହେଲା । ”

ସେ କହିଛନ୍ତି, ” ଏହାପରେ ମୁଁ ନିଜ ସ୍ତ୍ରୀ ଏବଂ ପୁଅକୁ ମୁମ୍ୱାଇକୁ ଡକାଇଲି । କାରଣ ଘର ନୁହେଁ ଘରଲୋକ ସହିତ ରହିବା ଉଚିତ୍ । ଯେତେବେଳେ ମୋ ପରିବାର ମୁମ୍ବାଇ ଆସିଗଲେ, ସେତେବେଳେ ଏହା ମୋ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ଥିଲା । ଛୋଟ ଘର ଥିଲା, କିନ୍ତୁ ତାହା ମୋ ପାଇଁ ରାଜଉଆସ ଥିଲା ।”

ଏତେବଡ ବିଜନେସ ଏମ୍ପାୟରର ମାଲିକ :-

କେବେ କବାଡିରେ ପୁରୁଣା ତାର କିଣିବାର କାମ କରୁଥିବା ଅନିଲ ଅଗ୍ରୱାଲ ଆଜି ବେଦାନ୍ତ ଗ୍ରୁପର ମାଲିକ ଅଟନ୍ତି ।ଏହି ଗ୍ରୁପ ଖନନ, ଆଲୁମିନିୟମ ଏବଂ ପେଟ୍ରୋଲିୟମ ଭଳି ଅନେକ କ୍ଷେତ୍ରରେ କାମ କରିଥାଏ । ଏହାର ମାର୍କେଟ ମୂଲ୍ୟ 1.40 ଲକ୍ଷ କୋଟି ଟଙ୍କା ଅଟେ ।

Leave A Reply

Your email address will not be published.