IPL ଠାରୁ PSL ବେଷ୍ଟ ! ଏମିତି କହିଲେ ପାକିସ୍ତାନର ଜଣେ ପତ୍ରକାର ! ଆଉ ରବିନ ଉଥପା ଏମିତି କହି କରିଦେଲେ ମୁହଁ ବନ୍ଦ

0

Get real time updates directly on you device, subscribe now.

ଇଣ୍ଡିଆନ ପ୍ରିମିୟାର ଲିଗର 15 ତମ ସିଜିନ ମାର୍ଚ୍ଚ ମାସ 26 ତାରିଖରେ ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ପ୍ରଥମ ମୁକାବିଲା ଗତଥର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ଓ ଉପ ବିଜେତା କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ହେବାକୁ ଯାଉଛି। ଭାରତର ଏହି ଲିଗ ମ୍ୟାଚକୁ ନେଇ ପାକିସ୍ତାନରେ ଅଧିକ ଚର୍ଚ୍ଚା ହେବାରେ ଲାଗିଛି ଓ ସେମାନେ ଆଇପିଏଲକୁ ପାକିସ୍ତାନର ପିଏସଏଲ ସହିତ ତୁଳନା କରୁଛନ୍ତି।

ଏହାମଧ୍ୟରେ ପାକିସ୍ତାନର ଏକ ପତ୍ରକାର ଫ୍ରାଞ୍ଚାଇଜ ବେସ ଲିଗ ବିଷୟରେ ଟ୍ୱିଟ କଲେ। ସେ ସ୍ଵୀକାର କରି କହିଥିଲେ କି, ଆଇପିଏଲ ଓ ପିଏସଏଲ ମଧ୍ୟରେ କୌଣସି ତୁଳନା ନାହିଁ।

ସେ ଟ୍ୱିଟ କରି ଲେଖିଥିଲେ, ଆଇପିଏଲ ଓ ପିଏସଏଲ ମଧ୍ୟେଏ କୌଣସି ତୁଳନା ନାହିଁ। ପିଏସଏଲ 2016 ମସିହାରେ ଆରମ୍ଭ ହୋଇଥିବା ବେଳେ ଆଇପିଏଲ 2008 ରୁ ଆରମ୍ଭ ହୋଇଯାଇଥିଲା। ପିଏସଏଲ ଯେଉଁ ସମୟରେ ଆରମ୍ଭ ହୋଇଥିଲା ସେ ସମୟରେ ଅନ୍ୟ ବୋର୍ଡ଼ର ଫ୍ରାଞ୍ଚାଇଜ ଲିଗ ମଧ୍ୟ ଆରମ୍ଭ ହୋଇଥିଲା କିନ୍ତୁ ପାକିସ୍ତାନ ଏଥିରେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଛି ହେଲେ ଆଇପିଏଲ ଯେବେଠାରୁ ଆରମ୍ଭ ହୋଇଥିଲା ସେତେବେଳେ ଏହାସହ କମ୍ପିଟିସନ କରିବାକୁ କେହି ନଥିଲେ।

ଭାରତୀୟ କ୍ରିକେଟର ରବିନ ଉଥପା ଶାନଦାର ଓ ଛୋଟିଆ ରିପ୍ଲାଇ ଦେଇ ଲେଖିଥିଲେ, ଆଇପିଏଲ ହିଁ ମାର୍କେଟ ବନାଇଛି।

ଆଇପିଏଲ 2022 ମେଗା ନିଲାମୀରେ ସିଏସକେ ରବିନ ଉଥପାଙ୍କୁ 2 କୋଟି ଟଙ୍କାରେ କିଣିନେଇଛି। 2021 ରେ ଉଥପା ଦଳ ପାଇଁ କିଛିଟା ମହତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ଏହି କାରଣରୁ ଏମ ଏସ ଧୋନୀଙ୍କ ଟିମ ବିଗତବର୍ଷ ଆଇପିଏଲ ବିଜେତା ହୋଇପାରିଥିଲା।

ଆଇପିଏଲରେ ଉଥପାଙ୍କ ପ୍ରଦର୍ଶନ:-

ରବିନ ଉଥପା ଏପର୍ଯ୍ୟନ୍ତ 193 ଆଇପିଏଲ ମ୍ୟାଚ ଖେଳିଛନ୍ତି, ଯେଉଁଥିରୁ ସେ 27.94 ଆଭରେଜରେ 4722 ରନ ବନାଇଛନ୍ତି। ଡାହାଣହାତୀ ଏହି ବ୍ୟଟ୍ସମ୍ୟାନଙ୍କ ନାମରେ 25 ଟି ଅର୍ଧ ଶତକ ସାମିଲ ରହିଛି। ସିଏସକେ ସହିତ ଖେଳିବା ପୂର୍ବରୁ ଉଥପା କୋଲକାତା ନାଇଟ ରାଇଡ଼ର୍ସର ଏକ ଅଭିନ୍ନ ଅଙ୍ଗ ଥିଲେ। ଉଥପାଙ୍କ ଉପସ୍ଥିତିରେ କେକେଆର 2 ଥର ଚମ୍ପିୟାନ ସ୍ୱାଦ ମଧ୍ୟ ଚାଖିଛି।

ଆଇପିଏଲ ଓ ପିଏସଏଲ ତୁଳନା କରିବା ବେଇମାନିର କଥା ହେବ। ଆଇପିଏଲ ପ୍ରାଇସ ମନୀ ଓ ଖେଳାଳିଙ୍କ ସାଲାରୀରେ ଆକାଶ ପାତାଳ ଫରକ ହେବ। ଆଇପିଏଲରେ ଖେଳାଳିଙ୍କୁ କିଣିବାପାଇଁ ନିଲାମୀ ପ୍ରକ୍ରିୟା ଆପଣାଇ ଯାଇଥାଏ କିନ୍ତୁ ପିଏସଏଲ ରେ ଡ୍ରାଫ୍ଟ ପ୍ରଣାଳୀ କରାଯାଇଥାଏ।

Leave A Reply

Your email address will not be published.