ଏହି ଗାଁର ଅଧିକାଂଶ ଲୋକଙ୍କର ନାହିଁ ଗୋଟେ କିଡନୀ,ପ୍ରକୃତ କଥା ଜାଣିଲେ ଥରି ଉଠିବ ଆପଣଙ୍କ ଦେହ

0

Get real time updates directly on you device, subscribe now.

ମାନବ ଶରୀର ଭିତରେ ଦୁଇଟି କିଡନୀ ଥାଏ | ଯଦି ଏଥିରୁ ଗୋଟିଏ କିଡନୀ ବାହାରି ଯାଏ, ସେତେବେଳେ ମଧ୍ୟ ମଣିଷ ଜୀବିତ ରହିଥାଏ | ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଆଫଗାନିସ୍ତାନରେ ଏପରି ଏକ ଗାଁ ଅଛି, ଯେଉଁଠାରେ ଅଧିକାଂଶ ଲୋକଙ୍କ ପେଟରୁ ଗୋଟେ କିଡନୀ ଗାଏବ ଅଛି | ମାନେ ହେଉଛି ଏହା ଯେ ଏଠାକାର ଅଧିକାଂଶ ଲୋକ ଦୁଇଟି ପରିବର୍ତ୍ତେ କେବଳ ଗୋଟିଏ କିଡନୀ ସାହାଯ୍ୟରେ ନିଜ ଜୀବନ ବିତାନ୍ତି | ଏହି ଗାଁରେ ଏପରି ଶହ ଶହ ଲୋକ ଅଛନ୍ତି |

ଆଫଗାନିସ୍ତାନରେ ଅଛି ‘ଗୋଟେ କିଡ଼ନୀ ଵାଲା ଗାଁ’:-

ଏଜେନ୍ସ ଫ୍ରାନ୍ସ ପ୍ରେସ ଅନୁଯାୟୀ, ଆଫଗାନିସ୍ତାନର ହେରାତ୍ ସହର ନିକଟରେ ଏକ ଗାଁ ଅଛି | ଏହାର ନାମ ଶେନଶାୟବା ବଜାର ଅଟେ | ପୁରା ଦୁନିଆରେ ଏହି ଗାଁଟି ‘ଗୋଟିଏ କିଡନୀ ଗାଁ’ ନାମରେ ପ୍ରସିଦ୍ଧ ଅଟେ | ଯଦି ଆପଣ ଭାବୁଛନ୍ତି ଯେ ଏହା ତାଙ୍କର ଶାରୀରିକ ବିକୃତି ଅଟେ,ତେବେ ଆପଣ ଭୁଲ ଭାବୁଛନ୍ତି | ପ୍ରକୃତରେ, ଏଠାକାର ଲୋକମାନେ ସେମାନଙ୍କର ଗୋଟିଏ କିଡନୀ ବିକ୍ର କରିବାକୁ ବାଧ୍ୟ ଅଟନ୍ତି | ସେମାନେ ‘ଖାଇବା ପ୍ଲେଟ’ ପାଇଁ ନିଜର ଗୋଟିଏ କିଡନୀକୁ ବିକ୍ରି କରିଦିଅନ୍ତି |

ଆଫଗାନିସ୍ତାନର ଏହି ଗାଁର ଲୋକମାନେ ଗରିବ ହେଇଥିବାରୁ ଏତେ ଅସହାୟ ଅଟନ୍ତି କି ସେମାନଙ୍କୁ ନିଜର ଖାଇବା ପ୍ଲେଟ ପାଇଁ ଶରୀରର ଅଙ୍ଗ ବିକ୍ରି କରିବାକୁ ପଡୁଛି | ପ୍ରକୃତରେ, ତାଲିବାନୀ ଶାସନର ଆସିବା ପରେ ସେଠାକାର ଲୋକମାନେ ଦୁଃଖ ଆଉ ଯନ୍ତ୍ରଣାରେ ନିଜ ଦିନ କାଟୁଛନ୍ତି | ଏହି କାରଣରୁ ଏଠିକାର ଲୋକଙ୍କ ପାଇଁ ତାଙ୍କ ପରିବାର ପେଟ ଭରିବା ପାଇଁ ବହୁତ କଷ୍ଟକର ହୋଇପଡିଛି | ନିଜ ପରିବାର ଲୋକଙ୍କର ପେଟ ପୋଷିବା ପାଇଁ ଏଠାକାର ଅଧିକାଂଶ ଲୋକ ନିଜ ଶରୀରର ଗୋଟେ କିଡନୀ ବିକ୍ରି କରିଦିଅନ୍ତି |

ଅଢେଇ ଲକ୍ଷରେ ବିକ୍ରି କରିଦିଅନ୍ତି ନିଜ କିଡନୀ :-

ନିଜର ଗୋଟିଏ କିଡନୀ ବିକ୍ରି କରିବା ପରେ ସେଥିରୁ ମିଳିଥିବା ପଇସା ରେ ଲୋକମାନେ ନିଜ ପରିବାରକୁ ଖାଇବା ଖୁଆଉଛନ୍ତି | ଏଠାକାର ଲୋକମାନଙ୍କ ପାଇଁ ‘ବ୍ଲାକ୍ ମାର୍କେଟ’ ରେ କିଡନୀ ବିକ୍ରି କରିବା ବହୁତ ସାଧାରଣ କଥା ହୋଇଥାଏ | ଆଲାମ ହେଉଛି ଏହା କି ଏହି ଗାଁର ଅଧିକାଂଶ ପୁରୁଷ ଏବଂ ମହିଳା ଗୋଟିଏ କିଡନୀ ବିକ୍ରି କରିସାରିଛନ୍ତି | ଏଠାରେ ଗୋଟେ କିଡନୀ ପ୍ରାୟ 2 ଲକ୍ଷ ଟଙ୍କାରେ ବିକ୍ରି ହୁଏ | ଆଫଗାନିସ୍ତାନ ମୁଦ୍ରାରେ ଏହା 250,000 ଅଟେ |

Leave A Reply

Your email address will not be published.