ବଡ଼ି ବନେଇବା ଚକ୍କରରେ ଲଗାଇଲେ ତିନି ଲକ୍ଷ ଟଙ୍କାର ଇଞ୍ଜେକ୍ସନ, ପ୍ରାଇଭେଟ ପାର୍ଟରେ ହୋଇଗଲା କିଛି ଏମିତି,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମଧ୍ୟ ପ୍ରଦେଶର ଇନ୍ଦୋର ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକଙ୍କୁ ଭଲ ବଡ଼ି ବନେଇବାର ପ୍ରଲୋଭନ ଦେଖାଇ ଜିମ୍ ଟ୍ରେନର ଙ୍କ ଦ୍ୱାରା ପ୍ରତିବନ୍ଧିତ ଇଞ୍ଜେକ୍ସନ ଦିଆଯାଇଥିଲା । ଏହା ପରେ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ଅସୁବିଧା ହେବାକୁ ଲାଗିଲା । ମିଡ଼ିଆ ରିପୋର୍ଟ ଅନୁଯାୟୀ ପ୍ରତିବନ୍ଧିତ ଇଞ୍ଜେକ୍ସନ ଲଗେଇବା ପରେ ଯୁବକଙ୍କ ପ୍ରାଇଭେଟ ପାର୍ଟରେ ସଂକ୍ରମଣ ହୋଇଗଲା । ବର୍ତ୍ତମାନ ଯୁବକଜଣଙ୍କ ଜିମ ଟ୍ରେନରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ଇନ୍ଦୋରରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା :-

ରିପୋର୍ଟ ଅନୁଯାୟୀ, ଇନ୍ଦୋରର ଏମଆଇଜି ପୋଲିସ ଷ୍ଟେସନ ପରିସରର ଚମ୍ପାବାଗ ସିଆଙ୍ଗଞ୍ଜ ଗାଁର ବାସିନ୍ଦା ଏଜାଜ ମଜିଦ୍ ପୋଲିସ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଅଭିଯୋଗ ଦର୍ଜ କରିଛନ୍ତି | ଏଜାଜଙ୍କ ଅନୁଯାୟୀ, ସେ ଅନୁପ ନାଗର ସ୍ଥିତ ‘ୱାନ ଲାଇଫ୍ ଫିଟନେସ୍ ଜିମ’କୁ ବ୍ୟାୟାମ କରିବାକୁ ଯାଉଥିଲେ | ସେଠାରେ ଜିମ୍ ର ଟ୍ରେନର ସଫିକ୍ ଉର୍ଫ ସୋନୁ ଖାନ୍ ଏବଂ ରାଇସ୍ ଖାନ୍ ଏଜାଜ ଙ୍କୁ ଓଜନ ବଢ଼େଇବା ଏବଂ ଭଲ ବଡି ବନେଇବା ପାଇଁ ପ୍ରଲୋଭିତ କଲେ |

ଏଜାଜ କହିଛନ୍ତି ଯେ ଭଲ ବଡ଼ି ର ଲୋଭ ଦେଇ ଜିମ୍ ଟ୍ରେନର ତାଙ୍କଠାରୁ ଅଢେଇ ରୁ ତିନି ଲକ୍ଷ ଟଙ୍କା ନେଲେ ଆଉ ଇଞ୍ଜେକ୍ସନ ଦେଇଥିଲେ | ଏଜାଜ୍ କହିଥିଲେ ଯେ ଏଗୁଡ଼ିକ ଷ୍ଟେରୋଇଡ୍ ର ଇଞ୍ଜେକ୍ସନ୍ ଥିଲା | ତାକୁ ଲଗେଇବା ପରେ ତାଙ୍କ ପ୍ରାଇଭେଟ ପାର୍ଟରେ ଇନଫେକ୍ସନ ହୋଇଗଲା ଏବଂ ତାଙ୍କୁ ବହୁତ ଯନ୍ତ୍ରଣା ହେବାକୁ ଲାଗିଲା | ଏଜାଜ କହିଛନ୍ତି ଯେ ରବିବାର ଦିନ ସୋନୁ ଖାନ ମଧ୍ୟ ତାଙ୍କୁ ଏକ ଇଞ୍ଜେକ୍ସନ ଲଗେଇଛନ୍ତି | ଯେତେବେଳେ ସେ ଔଷଧର ଶିଶିକୁ ବ୍ୟାଗରେ ରଖିଲେ ସେତେବେଳେ ତାଙ୍କ ବ୍ୟାଗରୁ ପ୍ରତିବନ୍ଧକ ଔଷଧର କାଗଜ ଗଳିଗଲା | ତାକୁ ପଢିବା ପରେ ଏଜାଜଙ୍କୁ ଜଣାପଡିଲା କି ତାଙ୍କୁ ପ୍ରତିବନ୍ଧକ ଷ୍ଟେରୋଇଡ୍ ଔଷଧର ଇଞ୍ଜେକ୍ସନ୍ ଦିଆଯାଉଥିଲା |

ଷ୍ଟାମିନା ବଢେଇବା ନାମରେ ଲଗାଉଥିଲେ ଇଞ୍ଜେକ୍ସନ୍:-

ଏଜାଜ କହିଛନ୍ତି କି ଏହି ଇଞ୍ଜେକ୍ସନ ତାଙ୍କ ଓଜନ ଏବଂ ଷ୍ଟାମିନା ବଢ଼େ ଇବା ପାଇଁ ଦିଆଯାଉଥିଲା | ଏଜାଜଙ୍କ ଅନୁଯାୟୀ, ତାଦ୍ୱାର ତାଙ୍କର ପ୍ରାଇଭେଟ ପାର୍ଟରେ କଷ୍ଟ ହେବାକୁ ଲାଗିଥିଲା ଆଉ କିଛି ହିଁ ଘଣ୍ଟା ପରେ ପରିସ୍ରା କରିବା ସମୟରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ | ଏହା ପରେ ଏଜାଜ ପୋଲିସ ସହ ଯୋଗାଯୋଗ କରିଲେ ଆଉ ଜିମ ଟ୍ରେନରଙ୍କ ବିରୋଧରେ ଅଭିଯୋଗ କରିଥିଲେ | ପୋଲିସ ସୋନୁ ଖାନ ଏବଂ ରାଇସ ଖାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଲାରିଦେଇଛି | ପୋଲିସ କହିଛି ଯେ ଅଭିଯୁକ୍ତମାନେ 2019 ରୁ ଏଜାଜକୁ ପ୍ରତିବନ୍ଧକ ଇଞ୍ଜେକ୍ସନ ଦେଉଛନ୍ତି | ତାଙ୍କୁ ସପ୍ତାହରେ ଦୁଇରୁ ତିନିଥର ଇଞ୍ଜେକ୍ସନ ଦିଆଯାଉଥିଲା। ବର୍ତ୍ତମାନ ପୋଲିସ ସୋନୁ ଖାନଙ୍କୁ ଗିରଫ କରିଛି ଏବଂ ତାଙ୍କ ନିକଟରୁ ନିଷିଦ୍ଧ ଇଞ୍ଜେକ୍ସନ ଜବତ କରିଛି | ବର୍ତ୍ତମାନ ତାଙ୍କ ଭାଇ ରାଇସ୍ ଖାନ୍ ଫେରାର ଅଛନ୍ତି ।

Leave A Reply

Your email address will not be published.