ଜିଓର ହୋଲି ଧମାକା ! ୨ ହଜାର ଟଙ୍କାରୁ କମରେ ମିଳୁଛି JioPhone Next | ଅଫର ବିଷୟରେ ଜାଣିଲେ ଆପଣ ନକିଣିକି ରହି ପାରିବେ ନାହିଁ

0

Get real time updates directly on you device, subscribe now.

JioPhone Next ନଭେମ୍ବର ୨୦୨୧ରେ ରିଲାଏନ୍ସ ଜିଓ ଦ୍ଵାରା ଲଞ୍ଚ କରାଯାଇଥିବା ଏକ ଶସ୍ତା 4G ସ୍ମାର୍ଟ ଫୋନ ଅଟେ|ଏହାର ଦାମ ୫୦୦୦ ଟଙ୍କାରୁ କମ ହେବାର ଅନୁମାନ କରାଯାଉଥିଲା , ଯଦିଓ ଏପରି ନହେବା ଫଳରେ ବଜାରରେ ନିରାଶା ଥିଲା|ଡିଭାଇସକୁ ୬,୪୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା ଓ ଏହାକୁ ୟୁଜର ପୁରା ଟଙ୍କା ଦେଇ କିଣି ପାରିବେ ନଚେତ କମ୍ପାନୀର ଇଏମ୍ଆଇ ଦେଇ କିଣିପାରନ୍ତି|ଏଭଳି ଆପଣ JioPhone Next କୁ
ମାତ୍ର ୧୯୯୯ଟଙ୍କାରେ କିଣିପାରିବେ|

ଯଦି ୟୁଜର କମ୍ପାନୀର ଇଏମ୍ଆଇ ସ୍କିମରେ ନେବାକୁ ଚାହୁଁଛନ୍ତି ତେଵେ ଏହାକୁ ୧୯୯୯ ଟଙ୍କା ଦେଇ କିଣି ପାରିବେ|ଯଦିଓ ଏଥିରେ ୫୦୦ ଟଙ୍କା ପ୍ରୋସେସିଙ୍ଗ ଶୁକ୍ଳ ମଧ୍ୟ ସାମିଲ ହେବ ଫଳରେ ମୋଟ ରାଶି ୨୫୦୦ ଟଙ୍କା ଦେବାକୁ ହେବ|ଏହାପରେ ୟୁଜରକୁ ଜିଓ ଇଏମ୍ଆଇ ପ୍ଲାନକୁ ଜାରୀ ରଖିବାକୁ ବହୁ ବିକଳ୍ପ ରହିବ|କମ୍ପାନୀ ଦ୍ଵାରା ୪ଟି ପ୍ଲାନ ଦିଆଯାଇଛି|୧:ଅଲୱଜ୍ ଅନ ପ୍ଲାନ ,୨:ଲାର୍ଜ ପ୍ଲାନ,୩:XL ପ୍ଲାନ,୪:XXL ପ୍ଲାନ

ଅଲୱଜ୍ ଅନ ପ୍ଲାନ ସହ ୟୁଜର୍ସକୁ ମାସିକ ୧୮ ମାସ ପର୍ଯ୍ୟନ୍ତ (୩୫୦ ଟଙ୍କା ପ୍ରତି ମାସ) ବା ୨୪ ମାସ (୩୦୦ ଟଙ୍କା ମାସିକ) ପର୍ଯ୍ୟନ୍ତ 5GB +100 ମିନିଟ ଭଏସ କଲ ସୁବିଧା ରହିବ|ଲାର୍ଜ ପ୍ଲାନ ୟୁଜର୍ସକୁ 1.5GB ଦୈନିକ ଡାଟା ଅନଲିମିଟେଡ୍ ଭଏସ କଲିଙ୍ଗ ମିଳିବ ଓ ଏହା ୧୮ ମାସ ଓ ୨୪ ମାସ ପାଇଁ ୫୦୦ ଟଙ୍କା/ ମାସିକ ଓ ୪୫୦ ଟଙ୍କା ମାସିକ ପାଇଁ ମଧ୍ୟ ଉପଲବ୍ଧ ହେବ|

ଯଦି ଆପଣ ଅଧିକ ଦୈନିକ ଡାଟା ଚାହାନ୍ତି ତେଵେ ଆପଣଙ୍କୁ ଟେଲ୍କୋ ଦ୍ୱାରା ଦିଆଯାଇଥିବା XL ଓ XXL ପ୍ଲାନ ସହ ଯାଇ ପାରନ୍ତି|XL ପ୍ଲାନ ସହ ୟୁଜରକୁ 2GB ଡେଲି ଡାଟା ଭଏସ କଲିଙ୍ଗ ସହ 500 ଟଙ୍କା/ମାସିକ (୨୪ ମାସ) ବା ୫୫୦ ଟଙ୍କା ମାସିକ(୧୮ ମାସ)ରେ ମିଳିବ|

XXL ଯୋଜନା ସହିତ ୟୁଜର୍ସକୁ ୫୫୦ ଟଙ୍କା ମାସିକ(୨୪ ମାସ) ବା ୬୦୦ ଟଙ୍କା ମାସିକ(୧୮ ମାସ) ପାଇଁ ଅନଲିମିଟେଡ୍ ଭଏସ କଲିଙ୍ଗ ସହିତ 2.5 GB ଦୈନିକ ଡାଟା ମିଳିବ|ଏହି ସବୁ ପ୍ଲାନ କମ୍ପାନୀ ଦ୍ୱାରା JioPhone Next ସହ ଦିଆଯାଇଛି|ଏମାନଙ୍କ ମଧ୍ୟରୁ କୈାଣସି ବି ଯୋଜନା ସହ ଡିଭାଇସର ସର୍ବୋମୋଟ ମୂଲ୍ୟ ବାସ୍ତବରେ ମହଙ୍ଗା ହୋଇଯାଏ|

Leave A Reply

Your email address will not be published.