ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Oki 90 ଦମଦାର ଇଲେକ୍ଟ୍ରିକ ସ୍କୁଟି,ଦେଉଛି ୧୮୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ,ମୂଲ୍ୟ ରହିଛି ଏତିକି ଟଙ୍କା ?

0

Get real time updates directly on you device, subscribe now.

ଦେଶରେ ପେଟ୍ରୋଲ ଦାମ ବଢୁଥିବା କାରଣରୁ ଲୋକେ CNG ବେହିକିଲ ଆଡ଼କୁ ଯାଉଛନ୍ତି। ଏମିତିରେ ବଢୁଥିବା ଦରକୁ ଦେଖି କେତେକ ଅଟୋ କମ୍ପାନୀ ଇଲେକ୍ଟ୍ରିକ କାର, ସ୍କୁଟର ଓ ଇଲେକ୍ଟ୍ରିକ ବାଇକ ଲଞ୍ଚ କରୁଛନ୍ତି। ସେହିପରି ମାର୍ଚ୍ଚ ମାସରେ ଆଉ ଏକ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ ହେବାକୁ ଯାଉଛି। ଯାହାର ରେଞ୍ଜ 180 କିଲୋମିଟର ରହିଥିବା କୁହାଯାଉଛି।

ଇଲେକ୍ଟ୍ରିକ ଟୁ ହ୍ବିଲର ବନାଉଥିବା କମ୍ପାନୀ ଓକିନାବା ନିଜର ଏକ ଇଲେକ୍ଟ୍ରିକ ସ୍କୁଟର ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି। ମିଡ଼ିଆ ରିପୋର୍ଟସ ମୁତାବିକ, କମ୍ପାନୀ ଏହି ସ୍କୁଟରକୁ ଓକି 90 କିମ୍ବା ଓଖି 90 ନାମରେ ମାର୍କେଟ କୁ ଆଣିପାରେ। କମ୍ପାନୀ ଏହି ସ୍କୁଟରକୁ ମାର୍ଚ୍ଚ 24 ତାରିଖ 2022 ରେ ଲଞ୍ଚ କରିପାରେ।

ଇଲେକ୍ଟ୍ରିକ ସ୍କୁଟରର ଡିଜାଇନ:-

ଓକିନାବା ର ଏହି ଇଲେକ୍ଟ୍ରିକ ସ୍କୁଟରକୁ ପ୍ରୋଟୋଟାଇପ ଟେଷ୍ଟିଂ ସମୟରେ ସ୍ପଟ କରାଯାଇଥିଲା। ଏହାପରେ ଏହାର ଜଲଦି ଲଞ୍ଚ ହେବାର ଖବର ଲଗାତାର ଶୁଣିବାକୁ ମିଳୁଛି। ଏହି ସ୍କୁଟରରେ 14 ଇଞ୍ଚର ବଡ଼ ହ୍ବିଲ ଲାଗିଥିବାର କୁହାଯାଉଛି।

ଏହାସହ ଫ୍ରଣ୍ଟ ଓ ରିଅରରେ ଏଲଇଡ଼ି ଲାଇଟ ଓ କ୍ରମ ଫିନିସ ଦିଆଯାଇଛି। ଏହି ଇଲେକ୍ଟ୍ରିକ ସ୍କୁଟରରେ କମ୍ପାନୀ ହମ ମାଉଁଟେଡ଼ ୟୁନିଟ ସହିତ ଏକ ସେଣ୍ଟ୍ରାଲାଇଜ ମୋଟର ଦେଇପାରେ।

ଏହାର ବ୍ୟାଟେରୀ ଓ ରେଞ୍ଜ:-

ଇଲେକ୍ଟ୍ରିକ ସ୍କୁଟରରେ ଯେଉଁ ଲିଥିୟମ ଆୟନ ବ୍ୟାଟେରୀ ପ୍ୟାକ ଦିଆଯାଇପାରିବ ଏଥିସହିତ ଏହା ଫାଷ୍ଟ ଚାର୍ଜିଂ ହେବାସହ ରିମୁଭାଲ ମଧ୍ୟ ହୋଇପାରିବ। କମ୍ପାନୀ ଓକିନାବା ଇଲେକ୍ଟ୍ରିକ ସ୍କୁଟରରେ 150 ରୁ 180 କିଲୋମିଟର ରେଞ୍ଜ ଦେବାସହ 70 ରୁ 80 କିଲୋମିଟର ଟପ ସ୍ପିଡ଼ ମଧ୍ୟ ପ୍ରଦାନ କରିଥାଏ।

ଏହି ସ୍କୁଟରର ଫିଚର୍ସ:-

ଏହାର ଫିଚର୍ସ କଥା କହିବାକୁ ଗଲେ କମ୍ପାନୀ ଏହାକୁ ମୋବାଇଲ କନେକଟିଭିଟି, ବ୍ଲୁତୁଥ, ଜିଓ ଫେନ୍ସି, ନାଭିଗେସନ, ସେଲ୍ଫ ଡାଇଗନୋଷ୍ଟିକ, କିଲେର୍ସ ଷ୍ଟାର୍ଟ, ଆଣ୍ଟି ଥେଫ୍ଟ ଆଲର୍ମ, ମୋବାଇଲ ଚାର୍ଜିଂ ସକେଟ ଭଳି ଫିଚର୍ସ ସହିତ ପେଶ କରିପାରେ।

ଏହାର ଦାମ:-

କମ୍ପାନୀ ଏହି ଇଲେକ୍ଟ୍ରିକ ସ୍କୁଟରର ଦାମ କୁ ନେଇ କୌଣସି ଖୁଲାସା କରିନାହିଁ। କିନ୍ତୁ ଆଶା ରହିଛି କମ୍ପାନୀ ଏହାକୁ 1 ଲକ୍ଷ ଟଙ୍କାରୁ ଆରମ୍ଭ କରି 1.25 ଲକ୍ଷ ପ୍ରାରମ୍ଭିକ ଦର ରଖିପାରେ।

Leave A Reply

Your email address will not be published.