୧୦ ହଜାର ଡିପି ଦେଇକି କିଣନ୍ତୁ ୧୬୫ କିମି ରେଞ୍ଜ ବାଲା ହିରୋ ଇଲେକ୍ଟ୍ରିକ ସ୍କୁଟର,ଜାଣନ୍ତୁ ଅନ୍ୟାନ୍ୟ ସମସ୍ତ ଫିଚର୍ସ ବିଷୟରେ

0

Get real time updates directly on you device, subscribe now.

ଭାରତର ସବୁଠାରୁ ବଡ଼ ବାଇକ୍ ନିର୍ମାତା କମ୍ପାନୀ ହିରୋ ନିଜର ଶସ୍ତା ମୂଲ୍ୟ ଥିବା ଇଲେକ୍ଟ୍ରିକ ସ୍କୁଟରକୁ ଲଞ୍ଚ କରିଛି । ଇଲେକ୍ଟ୍ରିକ ସ୍କୁଟରକୁ କିଣିବା ଦ୍ଵାରା ଆପଣଙ୍କ ପେଟ୍ରୋଲ ଏବଂ ସର୍ଭିସ ଚାର୍ଜର ଖର୍ଚ୍ଚ ବଞ୍ଚିବ । ଏହି ହୋଲି ରେ ଆପଣ ମଧ୍ୟ ଯଦି ନୂଆଁ ବାଇକ୍ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଇଲେକ୍ଟ୍ରିକ ସ୍କୁଟର ବହୁତ୍ ଭଲ ଅପ୍ସନ୍ ହୋଇପାରେ ।

Hero ର Electric Scooter NYX HX ଏବଂ Optima HX ଉପରେ କମ୍ପାନୀ ଆପଣଙ୍କୁ ବହୁତ୍ ଗୁଡ଼ିଏ ଭଲ ଅଫର୍ ଏବଂ ଫାଇନାନ୍ସ ର ସୁବିଧା ମଧ୍ୟ ଦେଇଥାଏ । ସ୍କୁଟର କୁ କିଣିବା ପାଇଁ ଆପଣଙ୍କୁ ମାତ୍ର 10000 ଟଙ୍କାର ଡାଉନ୍ ପେମେଣ୍ଟ କରିବାକୁ ପଡ଼ିବ ଏବଂ ଆପଣ ଏହାକୁ ନିଜ ଘରକୁ ନେଇଯାଇପାରିବେ ।

Hero Electric Scooter ର ଫିଚର୍ସ :-

ହିରୋର ଇଲେକ୍ଟ୍ରିକ ସ୍କୁଟରର ମୂଲ୍ୟ 67,540ଠାରୁ ଆରମ୍ଭ ହୋଇଥାଏ । ଏହି ଇଲେକ୍ଟ୍ରିକ ସ୍କୁଟର ଥରେ ଫୁଲ ଚାର୍ଜ କଲେ 165 Km ଦୂରତା ଅତିକ୍ରମ କରିପାରିବେ । ଏହାର ଟପ୍ ସ୍ପିଡ 42 Kmph ଅଟେ ।

Hero Optima HX ର ମୂଲ୍ୟ 55,580 ଅଟେ । ଏହି ଇଲେକ୍ଟ୍ରିକ ସ୍କୁଟରକୁ ଥରେ ଚାର୍ଜ କଲେ 82 Km ଦୂରତା ଅତିକ୍ରମ କରିପାରେ । ଏହାର ଟପ୍ ସ୍ପିଡ 42 Kmph ଅଟେ ।

Hero Electric NYX HX :-

Hero Electric NYX HX କିଣିବା ପାଇଁ ଆପଣଙ୍କୁ 10000 ଟଙ୍କାର ଡାଉନ୍ ପେମେଣ୍ଟ କରିବାକୁ ପଡ଼ିବ । ଏହି ଡାଉନ୍ ପେମେଣ୍ଟ ପରେ ଆପଣଙ୍କର ଯାହା ବି ମନ୍ଥଲୀ EMI ହେବ, ତାକୁ ଆପଣଙ୍କୁ ପ୍ରତି ମାସରେ ଦେବାକୁ ପଡ଼ିବ । ଏହାର ମୂଲ୍ୟ 67,540 ଟଙ୍କା । ଡାଉନ୍ ପେମେଣ୍ଟ ପରେ ବାକି ମୂଲ୍ୟକୁ ଆପଣ 3 ବର୍ଷ ପର୍ଯ୍ୟନ୍ତ EMI ଦେଇପାରିବେ । ଏହାର 3 ବର୍ଷ ଉପରେ ଆପଣଙ୍କୁ 1803 ଟଙ୍କା ମାସିକ କିସ୍ତି ଦେବାକୁ ପଡ଼ିବ ।

Hero Electric Optima HX :-

ଏହି ଇଲେକ୍ଟ୍ରିକ ବାଇକକୁ ମଧ୍ୟ ଆପଣ 10000 ଟଙ୍କାର ଡାଉନ୍ ପେମେଣ୍ଟରେ କିଣି ପାରିବେ । ଏଥିରେ ମଧ୍ୟ ଆପଣ 3 ବର୍ଷ ପର୍ଯ୍ୟନ୍ତର EMI ନେଇପାରିବେ, ଯେଉଁଥିରେ ଆପଣଙ୍କୁ 1428 ଟଙ୍କା ଲେଖାଏଁ ମାସିକ କିସ୍ତି ଦେବାକୁ ପଡ଼ିବ ।

Leave A Reply

Your email address will not be published.