Blood Pressure Range: ବୟସ ଅନୁଯାୟୀ ଜାଣନ୍ତୁ ମହିଳା ଏବଂ ପୁରୁଷମାନଙ୍କର ବ୍ଲଡ଼ପ୍ରେସର୍ କେତେ ରହିବା ଉଚିତ୍ ?

0

Get real time updates directly on you device, subscribe now.

ବଦଳୁଥିବା ଜୀବନଶୈଳୀରେ ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲ କରିବା ଗୋଟିଏ ଚ୍ୟାଲେଞ୍ଜ ପାଲଟି ଯାଇଛି । କାରଣ ସମସ୍ତେ ଜାଣିଛନ୍ତି ଯେ ଯଦି ବ୍ଲଡ଼ ପ୍ରେସର ବଢେ, ତେବେ ହାର୍ଟର ବିପଦ ମଧ୍ୟ ରୁହେ । ଏପରି ପରିସ୍ଥିତିରେ ହାର୍ଟ ସମ୍ବନ୍ଧିତ ସମସ୍ୟା ନ ହେବା ଏବଂ ବିପି ବଟିକା ନ ଖାଇବାକୁ ହେଲେ ବିପିକୁ ସନ୍ତୁଳନ ରଖିବା ବହୁତ୍ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା ଯେ ବୟସ ଅନୁଯାୟୀ ମହିଳା ଏବଂ ପୁରୁଷମାନଙ୍କର ବ୍ଲଡ଼ ପ୍ରେସର୍ କେତେ ରହିବା ଉଚିତ୍ ।

ପୁରୁଷମାନଙ୍କୁ ହାଇ ବ୍ଲଡ଼ ପ୍ରେସରର ଅଧିକ ବିପଦ :-

କୁହାଯାଏ ଯେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କ ମଧ୍ୟରେ ହାଇ ବ୍ଲଡ଼ ପ୍ରେସର୍ ର ସମସ୍ୟା ଅଧିକ ହେବାର ସମ୍ଭାବନା ରହିଥାଏ । କୁହାଯାଏ ଯେ ଯେତେବେଳେ କାହାର ମୁଣ୍ଡ ବୁଲାଇଥାଏ, ତେବେ ଏହି ସଂକେତ ବ୍ଲଡ଼ ପ୍ରେସରର ହୋଇପାରେ । ଏହାବ୍ୟତୀତ ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ, ସେତେବେଳେ ମଧ୍ୟ ତାହା ବ୍ଲଡ଼ ପ୍ରେସରର ଲକ୍ଷଣ ହୋଇପାରେ ।

ପୁରୁଷମାନଙ୍କ ମଧ୍ୟରେ ଏତିକି ରହିବା ଉଚିତ୍ ବ୍ଲଡ଼ ପ୍ରେସର୍ :-

ମିଡ଼ିଆ ରିପୋର୍ଟ ଅନୁଯାୟୀ, ବୟସ ଅନୁଯାୟୀ ବ୍ଲଡ଼ ପ୍ରେସରରେ ପରିବର୍ତ୍ତନ ହୋଇ ଚାଲିଥାଏ । ପୁରୁଷମାନଙ୍କ ମଧ୍ୟରେ ବୟସ ଅନୁଯାୟୀ ବ୍ଲଡ଼ ପ୍ରେସର୍ 120 ରୁ 143 ପର୍ଯ୍ୟନ୍ତ ପହଞ୍ଚିପାରେ । 21ରୁ 25 ବର୍ଷ ବୟସରେ SBP 120.5 mm ରହିବା ଉଚିତ୍ । ସେହିପରି 25 ବର୍ଷ ପରେ 50 ବର୍ଷ ପର୍ଯ୍ୟନ୍ତ 115 ପର୍ଯ୍ୟନ୍ତ ବ୍ଲଡ଼ ପ୍ରେସର୍ ରହିବା ଉଚିତ୍ । ଏହାବ୍ୟତୀତ 56ରୁ 61 ବର୍ଷ ବୟସ ମଧ୍ୟରେ 143 ପର୍ଯ୍ୟନ୍ତ ବ୍ଲଡ଼ ପ୍ରେସର୍ ରହିବା ଉଚିତ୍ ।

ମହିଳାମାନଙ୍କ ମଧ୍ୟରେ ବୟସ ଅନୁଯାୟୀ ଏତିକି ରହିବା ଉଚିତ୍ ବ୍ଲଡ ପ୍ରେସର :-

21ରୁ 25 ବର୍ଷ ବୟସ ମଧ୍ୟରେ SBP 115.5 mm ରହିବା ଉଚିତ୍ ଏବଂ 26ରୁ50 ବର୍ଷ ମଧ୍ୟରେ 124 ପର୍ଯ୍ୟନ୍ତ ବିପି ରହିବା ଉଚିତ । ଏହାବ୍ୟତୀତ 51 ବର୍ଷରୁ 61 ବର୍ଷ ବୟସରେ 130 ପର୍ଯ୍ୟନ୍ତ ବିପି ରହିବା ଉଚିତ୍ ।

Leave A Reply

Your email address will not be published.