” କଚ୍ଚା ବାଦାମ” ପରେ ଆସିଲା “ପକ୍କା ଅମରୂଦ”,ଗୀତ ଶୁଣିବା ମାତ୍ରେ ଖାଇବାକୁ ଲାଗିଗଲା ଲୋକଙ୍କ ଧାଡି

0

Get real time updates directly on you device, subscribe now.

“କଚ୍ଚା ବାଦାମ” ଗୀତ ଶୁଣି ଶୁଣି ଆପଣ ତ ଥକି ଯାଇଥିବେ|ଏହି ଗୀତରେ ଲକ୍ଷ ଲକ୍ଷ ଲୋକ ଭିଡିଓ ବନାଇ ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି|ବଡବଡ ଲୋକମାନେ ମଧ୍ୟ ଏହି ଗୀତରେ ନାଚିଛନ୍ତି|”କଚ୍ଚା ବାଦାମ” ଗୀତ ସାମ୍ନାକୁ ଆସିବା ପରେ ବାଦାମ ବିକୁଥିବା ଭୁବନ ବଚ୍ୟାକରର ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଥିଲା|ଏଵେ ପିଜୁଳି ବିକୁଥିବା ଜଣେ ବ୍ୟକ୍ତିଙ୍କ ଗୀତ ଜୋରରେ ଭାଇରାଲ ହେଉଛି|ପିଜୁଳି ବିକୁଥିବା ଲୋକଙ୍କ ଭିଡିଓ ଆସିବା ମାତ୍ରେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଜମେଇକି ପସନ୍ଦ କରୁଛନ୍ତି|ପିଜୁଳି ବିକ୍ରେତା ଯେଉଁ ଅନ୍ଦାଜରେ ଗୀତ ଗୁଣୁଗୁଣୁ କରି ଗାଉଛି ନିଶ୍ଚିତ ଭାଇରାଲ ଓ ହିଟ୍ ହୋଇଯିବ|

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହୋଇଯିବ, କେହି କହିପାରିବେ ନାହିଁ|ସୋସିଆଲ ମିଡ଼ିଆ ଜରିଆରେ ମଣିଷ ଶିଘ୍ର ପ୍ରସିଦ୍ଧ ହୋଇଯାଏ|ଲୋକଙ୍କ ମନରୁ କଚ୍ଚା ଵାଦାମ ଗୀତର ଝୁମ କମିନାହିଁ ଏଵେ ପିଜୁଳି ବିକୁଥିବା ବ୍ୟକ୍ତିଙ୍କ ଗୀତ ସୋସିଆଲ ମିଡିଆରେ ଧୁମ ମଚାଉଛି|ଏହାକୁ ଲୋକେ ବହୁ ପସନ୍ଦ କରୁଛନ୍ତି|ଭିଡିଓରେ ଦେଖାଯାଏ ଯେ ଠେଲାବାଲା ପିଜୁଳି କାଟିଲା ଓ ଲୁଣ ଲଗାଇଲା|ଏହି ସମୟରେ ପିଜୁଳି ବିକୁଥିବା ଲୋକ ମଜାଦାର ଅନ୍ଦାଜରେ ଗୀତ ଗାଇଲା|

ଏହି ଭିଡିଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲୋକଙ୍କୁ ବହୁତ ପସନ୍ଦ ଆସୁଛି|ଇନଷ୍ଟାଗ୍ରାମରେ foodie_rekha_bisht ନାମକ ଏକାଉଣ୍ଟରୁ ଯେପରି ଅପଲୋଡ଼ କରାଗଲା ଲୋକମାନେ ବହୁ ପ୍ରଶଂସା କରିଥିଲେ|ଏହି ଭିଡିଓକୁ ସେୟାର କରି କ୍ୟାପ୍ସନରେ ଲେଖିଥିଲେ “ନମକ”|ଏଥିରେ ବହୁ ୟୁଜର୍ସ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଜଣେ ଲେଖିଛନ୍ତି ଆସିଗଲା କଚ୍ଚା ବାଦାମ ପରେ ନୂଆ ଗୀତ|

Leave A Reply

Your email address will not be published.