ବିରାଟଙ୍କ ସହ ସେଲଫି ନେବାକୁ ପଡିଆକୁ ପଶି ଆସିଲେ ଦର୍ଶକ,ପଡିଆ ସାରା ଦୌଡ଼ି ଦୌଡ଼ି ସୁରକ୍ଷାକର୍ମୀଙ୍କ ଅବସ୍ଥା ବେହାଲ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ବର୍ତ୍ତମାନ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେଉଥିବା ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ପିଙ୍କ ବଲ ଟେଷ୍ଟ ଖେଳାଯାଉଛି। ଏହି ମୁକାବିଲାରେ ଭାରତ ଦୃଢ ସ୍ଥିତିରେ ରହିଥିବା ସମୟରେ ଶ୍ରୀଲଙ୍କାର ପରାଜୟ ପ୍ରାୟତଃ ବର୍ତ୍ତମାନ ନିଶ୍ଚିତ ଲାଗୁଛି। ଦ୍ଵିତୀୟ ଇନିଂସରେ ୩୦୩/୯ରେ ଘୋଷଣା କରିବା ପରେ ଶ୍ରୀଲଙ୍କା ସାମ୍ନାରେ ଭାରତ ୪୪୭ ରନର ବିଜୟ ଲକ୍ଷ୍ୟ ଦେଇଛି। ଉତ୍ତରରେ ଦ୍ଵିତୀୟ ଖେଳର ପରିସମାପ୍ତି ପରେ ଶ୍ରୀଲଙ୍କା ଗୋଟିଏ ଓ୍ଵିକେଟ୍ ହରାଇ ୨୮ ରନ କରିଛି। ଶ୍ରୀଲଙ୍କାର ଅଧିନାୟକ ଦିମୁଥ କରୁଣରତ୍ନେ ୧୦ ରନ ଏବଂ କୁଶଲ ମେଣ୍ଡିସ ୧୬ ରନ କରି ବର୍ତ୍ତମାନ ଅପରାଜିତ ଅଛନ୍ତି।

ତେବେ ଦ୍ଵିତୀୟ ଦିନର ଖେଳ ସମୟରେ ପଡିଆରେ ଏମିତି କିଛି ଘଟଣା ଘଟିଛି, ଯାହାକୁ ନେଇ ବର୍ତ୍ତମାନ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ପଡିଆ ଭିତରେ କୋହଲିଙ୍କ ସହ ଜଣେ ଯୁବକ ସେଲଫି ନେଉଥିବାର ଦେଖିବା ପାଇଁ ମିଳୁଛି।

ଏହି ଘଟଣା ଶ୍ରୀଲଙ୍କା ଇନିଂସର ଦ୍ଵିତୀୟ ଇନିଂସର ଷଷ୍ଠ ଓଭରରେ ହୋଇଛି। ମହମ୍ମଦ ଶାମିଙ୍କର ବଲ ବାଜିବା ପରେ କୁଶଲ ମେଣ୍ଡିସଙ୍କୁ ମେଡିକାଲ ସହାୟତା ଦିଆଯାଉଥିବା ସମୟରେ ୩-୪ ପ୍ରଶଂସକ ପଡିଆ ଭିତରକୁ ପଶି ଆସିଥିଲେ। ଏଥିରୁ ଜଣେ ସ୍ଲିପରେ ଫିଲ୍ଡିଂ କରୁଥିବା କୋହଲିଙ୍କ ନିକଟରେ ପହଞ୍ଚିବାରେ ମଧ୍ୟ ସଫଳ ହୋଇଯାଇଥିଲେ। ଏହା ମଧ୍ୟରେ ପ୍ରଶଂସକ ନିଜର ମୋବାଇଲ କାଢି ସେଲଫି ନେବା ପାଇଁ କୋହଲିଙ୍କୁ ଅନୁରୋଧ କରିଥିଲେ। କୋହଲି ମଧ୍ୟ ତାଙ୍କୁ ଆଦୌ ନିରାଶ କରିନଥିଲେ ଏବଂ ସେଲଫି ନେବା ପାଇଁ ରାଜି ହୋଇ ଯାଇଥିଲେ। କୋହଲି ଏମିତି କରି କୋଟି କୋଟି ପ୍ରଶଂସକମାନଙ୍କ ହୃଦୟକୁ ଜିତି ନେଇଛନ୍ତି।

ଏଥିପାଇଁ କୋହଲିଙ୍କୁ ବହୁତ ପ୍ରଶଂସା ମଧ୍ୟ କରାଯାଉଛି। ଏହା ପରେ ସୁରକ୍ଷାକର୍ମୀ ଖେଳାଳିମାନଙ୍କ ଆଡକୁ ଦୌଡିବାକୁ ଲାଗିଥିଲେ। ତେବେ ପ୍ରଶଂସକ ସହଜରେ ଧରା ମଧ୍ୟ ଦେଇନଥିଲେ। ବହୁ ପରିଶ୍ରମ ପରେ ଦର୍ଶକଙ୍କୁ ସୁରକ୍ଷାକର୍ମୀ ନିଜର ନିୟନ୍ତ୍ରଣକୁ ନେଇଥିଲେ। ମୋହାଲି ଟେଷ୍ଟରେ ମଧ୍ୟ ଜଣେ ପ୍ରଶଂସକ ପଡିଆ ଭିତରକୁ ପଶି ଆସିଥିଲେ।

Leave A Reply

Your email address will not be published.