କେଉଁ ଜିଲ୍ଲାରେ କିଏ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ?

0

Get real time updates directly on you device, subscribe now.

ଗତ କାଲି ୩୦ଟି ଯାକ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଉ ସବୁଠାରେ ବିଜେଡି ଅଧ୍ୟକ୍ଷ ଆସନ ହାତେଇଛି। କିଏ କେଉଁ ଜିଲ୍ଲାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଆସନ ହାତେଇଛନ୍ତି, ଜାଣନ୍ତୁ।

କେଉଁ ଜିଲ୍ଲାରେ କିଏ ହଟେଇଛନ୍ତି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଆସନ:-

ଅନୁଗୋଳ- ବବିତା ପ୍ରଧାନ (ବିଜେଡି)

ବୌଦ୍ଧ- ପ୍ରଭାସିନୀ ଦାସ (ବିଜେଡି)

ବଲାଙ୍ଗିର- ଦେବକୀ ସାହୁ (ବିଜେଡି)

ବରଗଡ଼- ମାନିନୀ ଭୋଇ (ବିଜେଡି)

ବାଲେଶ୍ୱର- ନାରାୟଣ ପ୍ରଧାନ (ବିଜେଡି)

ଭଦ୍ରକ- ପ୍ରଫୁଲ୍ଲ ଜେନା (ବିଜେଡି)

କଟକ- କିଶୋର ଚନ୍ଦ୍ର ମିଶ୍ର (ବିଜେଡି)

ଦେବଗଡ଼- କୌଶିକ କୁମାର ପ୍ରଧାନ (ବିଜେଡି)

ଢେଙ୍କାନାଳ- ଅର୍ଚ୍ଚନା ପୁହାଣ (ବିଜେଡି)

ଗଞ୍ଜାମ- ଅଞ୍ଜଳି ସ୍ୱାଇଁ (ବିଜେଡି)

ଗଜପତି- ଜି. ତିରୁପତି ରାଓ (ବିଜେଡି)

ଝାରସୁଗୁଡ଼ା- ତୁଳାବତୀ ମିଞ୍ଜ୍ (ବିଜେଡି)

ଯାଜପୁର- ନଳିନୀପ୍ରଭା ଜେନା (ବିଜେଡି)

ଜଗତସିଂହପୁର- ମନୋଜ କୁମାର ଭୋଇ (ବିଜେଡି)

ଖୋର୍ଦ୍ଧା- ରୁପଶ୍ରୀରାଣୀ ଗୁମାନସିଂ (ବିଜେଡି)

କେନ୍ଦୁଝର- ସାଗରିକା ସାହୁ (ବିଜେଡି)

କଳାହାଣ୍ଡି- ପୁଷ୍ପେନ୍ଦ୍ର କୁମାର ସିଂହଦେଓ (ବିଜେଡି)

କନ୍ଧମାଳ- ନନ୍ଦିନୀ ମଲ୍ଲିକ (ବିଜେଡି)

କୋରାପୁଟ- ସସ୍ମିତା ମେଲେକା (ବିଜେଡି)

କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ (ବିଜେଡି)

ମାଲକାନଗିରି- ସମାରୀ ଟାଙ୍ଗୁଲୁ (ବିଜେଡି)

ମୟୂରଭଞ୍ଜ- ଭାରତୀ ହାଂସଦା (ବିଜେଡି)

ନବରଙ୍ଗପୁର- ମୋତିରାମ ନାୟକ (ବିଜେଡି)

ନୂଆପଡ଼ା- ଡଲି ମାଝୀ (ବିଜେଡି)

ନୟାଗଡ଼- ଦେବାଶିଷ ପଟ୍ଟନାୟକ (ବିଜେଡି)

ପୁରୀ- ସ୍ୱପ୍ନାରାଣୀ ସ୍ୱାଇଁ (ବିଜେଡି)

ରାୟଗଡ଼ା- ସରସ୍ୱତୀ ମାଝୀ (ବିଜେଡି)

ସମ୍ବଲପୁର- କୁମୁଦିନୀ ନାୟକ (ବିଜେଡି)

ସୁବର୍ଣ୍ଣପୁର- ସୁପାର ଠେଲା (ବିଜେଡି)

ସୁନ୍ଦରଗଡ଼- କୁନ୍ତୀ ପ୍ରଧାନ (ବିଜେଡି)

ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ସର୍ବାଧିକ ୭୬୬ଟି ଜୋନରେ ବିଜୟୀ ହୋଇଥିବା ସମୟରେ ବିଜେପି ୪୨ଟି ଓ କଂଗ୍ରେସ ୩୭ଟି ଆସନକୁ ହାତେଇଛି। ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ମିଶି ସମୁଦାୟ ୮ଟି ଆସନ ପାଇଛନ୍ତି। ପୂର୍ବରୁ ୩୧୪ଟି ପଞ୍ଚାୟତ ସମିତି ବା ବ୍ଳକର ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ସମୟରେ ଏଥିରୁ ୮୭ ପ୍ରତିଶତ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ବୋଲି ଦଳ ଦାବି କରିଥିଲା।

Leave A Reply

Your email address will not be published.