ଭିଡିଓ : ନିଜଠୁ ଡେଙ୍ଗା ପତ୍ନୀଙ୍କ ସହ ପୋଜ୍‌ ଦେବା ପାଇଁ ହିମେଶ ରେଶମିୟା ଆପଣାଇଲେ ଏମିତି ଉପାୟ,କ୍ୟାମେରାରେ କଏଦ ହୋଇଗଲା ସବୁକିଛି…

0

Get real time updates directly on you device, subscribe now.

ହିମେଶ ରେଶମିୟା ନିଜର ଗୀତ ପାଇଁ ସେ ବହୁତ ଲୋକପ୍ରିୟ ଅଟନ୍ତି। କିନ୍ତୁ ଏଥର ହିମେଶ କୌଣସି ମ୍ୟୁଜିକ ଭିଡିଓକୁ ନେଇ ନୁହେଁ, ବରଂ ନିଜର ଏକ ସ୍ପଟେଡ୍‌ ଭିଡିଓକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କୁ ତାଙ୍କର ପତ୍ନୀ ସୋନିଆ କପୁରଙ୍କ ସହିତ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ଏହି ସମୟରେ ହିମେଶ ପାପାରାଜିମାନଙ୍କୁ ପୋଜ୍‌ ଦେବା ପାଇଁ ଯେଉଁ କାମ ସବୁ କରିଥିଲେ, ତାହା କ୍ୟାମେରାରେ ରେକର୍ଡ ହୋଇ ଯାଇଥିଲା। ଆଉ ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ବହୁତ ଟ୍ରୋଲ ମଧ୍ୟ କରାଯାଉଛି।

ଏୟାରପୋର୍ଟ ଗେଟ୍‌ ପାଖରେ ହିମେଶ ଓ ତାଙ୍କର ପତ୍ନୀ ସୋନିଆଙ୍କୁ ପାପାରାଜିମାନେ ଘେରି ଯାଇଥିଲେ ଏବଂ ଫଟୋ ପାଇଁ ପୋଜ ଡିମାଣ୍ଡ କରିବାକୁ ଲାଗିଥିଲେ। ନିଜର ପତ୍ନୀମାନଙ୍କ ହାଇଟଠାରୁ ଛୋଟ ଥିବା ହିମେଶ ପତ୍ନୀଙ୍କର ବରାବର ଦେଖାଯିବା ପାଇଁ ଆଙ୍ଗୁଠି ଟିପରେ ଛିଡ଼ା ହୋଇ ଯାଇଥିଲେ। ହିମେଶଙ୍କର ଏହି ଷ୍ଟାଇଲକୁ ନେଇ ଲୋକମାନେ ବର୍ତ୍ତମାନ ବହୁତ ମଜା ଉଡ଼ାଉଛନ୍ତି ଏବଂ ଏହି ଭିଡିଓକୁ ସେୟାର କରି ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି।

ଟ୍ଵିଟର ୟୁଜର ରମନଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ଆପଣ ଦେଖିପାରିବେକି ସୋନିଆ ବ୍ଲାକ ଗଗଲ୍ସ ସହ ହ୍ଵାଇଟ ରଙ୍ଗର ଡ୍ରେସ କ୍ୟାରୀ କରିଛନ୍ତି। ସେପଟେ ହିମେଶ ମଧ୍ୟ କଳା ଚଷମା ସହ ମ୍ୟାଚିଙ୍ଗ ଶାର୍ଟ, ଜିନ୍ସ ଏବଂ ଧଳା ରଙ୍ଗର ଜୋତା ମଧ୍ଯ ପିନ୍ଧିଛନ୍ତି। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ଏହିଏୟାରପୋର୍ଟ ଲୁକକୁ ନେଇ ବହୁତ ପସନ୍ଦ କରାଯାଉଛି। ଏହାସହ ଫ୍ୟାନମାନଙ୍କୁ ଏହି କପଲଙ୍କ କେମିଷ୍ଟ୍ରୀ ମଧ୍ୟ ବହୁତ ପସନ୍ଦ ଆସିଥାଏ। ହିମେଶ ୨୦୧୭ ମସିହାରେ ୨୨ ବର୍ଷର ପୁରୁଣା ସମ୍ପର୍କକୁ ଭାଙ୍ଗି ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଦେଇଥିଲେ। ଏହାପରେ ସେ ୨୦୧୮ ମେ’ ୧୧ ତାରିଖରେ ସୋନିଆ କପୁରଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ।

Leave A Reply

Your email address will not be published.