ଆଇପିଏଲରେ ବିକ୍ରି ହୋଇନଥିବା ଏହି ଖେଳାଳି ଅଚାନକ ଆଇପିଏଲ ମାରିଲେ ଏଣ୍ଟ୍ରି,ନିଜ ଦେଶ ପାଇଁ ବିଶ୍ୱକପ ମଧ୍ୟ ସେ ଜିତାଇଛନ୍ତି

0

Get real time updates directly on you device, subscribe now.

ଆଇପିଏଲ 2022 ର ଓଲଟା ଗଣତି ଆରମ୍ଭ ହୋଇଯାଇଛି। ଦୁନିଆର ଏହି ବଡ଼ ଲିଗ ମାର୍ଚ୍ଚ 26 ତାରିଖରେ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ଆରମ୍ଭ ହେବାପୂର୍ବରୁ ଏହାର ମେଗା ଅକ୍ସନ ଫେବ୍ରୁଆରୀ ମାସରେ ଶେଷ ହୋଇଯାଇଥିଲା। ଦୁନିଆସାରା ଖେଳାଳିଙ୍କ ଉପରେ 10 ଟି ଫ୍ରାଞ୍ଚାଇଜ କୋଟି କୋଟି ଟଙ୍କା ବ୍ୟୟ କରିଥିଲେ। ସେହିପରି କେତେକ ପ୍ରସିଦ୍ଧ ଖେଳାଳି ବିକ୍ରି ହୋଇନଥିଲେ। ସେହିପରି ଏବେ ବିକ୍ରି ହୋଇନଥିବା ଖେଳାଳି ମଧ୍ୟ ଆଇପିଏଲରେ ଏଣ୍ଟ୍ରି ମାରି ସାରିଛନ୍ତି।

ପୁଣି ଫେରିଲେ ଏହି ଖେଳାଳି:-

କୋଲକାତା ନାଇଟ ରାଇଡ଼ର୍ସ ଇଂଲଣ୍ଡ ଖେଳାଳି ଆଲେକ୍ସ ହେଲସ ଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚଙ୍କୁ ନିଜ ଦଳରେ ସାମିଲ କଲେ। କେକେଆର ସୂଚନା ଦେଇ କହିଥିଲେ କି, ବାୟୋ ବବଲର ଧାରଣା ଦେଇ ଆଲେକ୍ସ ହେଲସ 26 ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଭାଗ ନେବେନାହିଁ ବୋଲି କହିଥିଲେ ତେଣୁ ତାଙ୍କ ସ୍ଥାନରେ ଆରୋନ ଫିଞ୍ଚଙ୍କୁ ସାମିଲ କରାଯାଇଛି।

ପ୍ରଥମରୁ କିଛି ମ୍ୟାଚ ଖେଳିବେ ନାହିଁ ଫିଞ୍ଚ:-

ଅଷ୍ଟ୍ରେଲିଆ ଟିମ ପାକିସ୍ତାନ ଗସ୍ତରେ ହେବା କାରଣରୁ ଫିଞ୍ଚ ମଧ୍ୟ ଆଇପିଏଲ ଆରମ୍ଭରୁ ଖେଳିବେ ନାହିଁ। ଦୁଇଥର ଚମ୍ପିୟାନ ଟିମ କେକେଆର ନିଜର ପ୍ରଥମ ମ୍ୟାଚ 26 ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗସ ସହିତ ଖେଳିବ। ଫିଞ୍ଚଙ୍କୁ କୌଣସି ଟିମ ନିଜ ଦଳରେ ସାମିଲ କରିନଥିଲେ, କେକେଆର ତାଙ୍କୁ 1.50 କୋଟି ଟଙ୍କା ଦେଇ ଦଳରେ ସାମିଲ କରିଥିଲେ।

ଅଷ୍ଟ୍ରେଲିଆକୁ ଜିତାଇଲେ ବିଶ୍ୱକପ:-

ଅଷ୍ଟ୍ରେଲିଆର t-20 ବିଶ୍ୱ ବିଜେତା ଟିମର ଅଧିନାୟକ ଏବେପର୍ଯ୍ୟନ୍ତ 88 t-20 ଇଣ୍ଟରନାଶନାଲ ମ୍ୟାଚରୁ 2ଟି ଶତକ ଓ 15ଟି ଅର୍ଧ ଶତକ ସହିତ 2686 ରନ ବନାଇଛନ୍ତି। ଆଇପିଏଲରେ ସେ 87ଟି ମ୍ୟାଚ ଖେଳିଛନ୍ତି। ଫିଞ୍ଚ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଓ ଲମ୍ବା ଲମ୍ବା ଛକା ମାରିବା ପାଇଁ ବେଶ ପରିଚିତ। ଯେତେବେଳେ ସେ ନିଜର ଲୟରେ ଥାଆନ୍ତି ସେତେବେଳେ ଯେକୌଣସି ବୋଲର କୁ ଧରାଶାୟୀ କରି ଦେଇଥାନ୍ତି। ତଥାପି ତାଙ୍କୁ କୌଣସି ଆଇପିଏଲ ଟିମ କିଣିଲେ ନାହିଁ। ଫିଞ୍ଚ ନିଜର 87 ଆଇପିଏଲ ମ୍ୟାଚରୁ 127.7 ଷ୍ଟ୍ରାଇକ ରେଟ ହିସାବରେ ମୋଟ 2005 ରନ କରିଛନ୍ତି, ଯେଉଁଥିରେ 14ଟି ଅର୍ଧ ଶତକ ସାମିଲ ରହିଛି।

Leave A Reply

Your email address will not be published.