ନିରୀହ ପିଲାଟିର ବାପାଙ୍କର ହୋଇଗଲା ଦେହାନ୍ତ,ମାଆ ର ନାହିଁ ଶୁଣିବା ଶକ୍ତି, ନିଜେ ମଧ୍ୟ ପାରୁନାହିଁ ,ଗୋଟେ ମୁହୂର୍ତ୍ତରେ ସବୁକିଛି ବଦଳିଗଲା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଜାମ୍ମୁ କାଶ୍ମୀରର ଉଦମପୁରରୁ ଦୁଃଖଦ ଖବର ଆସିଛି | ଏଠାରେ ଗୋଟେ ମୁହୂର୍ତ୍ତରେ ପରିବାରର ସୁଖ ନଷ୍ଟ ହୋଇଗଲା | ବାପା-ମା ସେମାନଙ୍କର ନିରୀହ ପୁଅକୁ ଡାକ୍ତରଙ୍କ ପାଖରୁ ଦେଖାଇସାରିବା ପରେ ବାହାରକୁ ହିଁ ଆସିଥିଲେ କି ଏମିତି ଏକ ବିସ୍ଫୋରଣ ହେଲା ଯେ ଗୋଟେ କ୍ଷଣରେ ହିଁ ସବୁକିଛି ବଦଳିଗଲା |

ଆଠ ମାସର ନିରୀହ ବରୁଣ ଏବେ ନିଜ ବାପାଙ୍କ ଆଙ୍ଗୁଠି ଧରି ଚାଲିବା ଆରମ୍ଭ କରିନଥିଲା | ବାପାଙ୍କର ସେ ଅତି ପ୍ରିୟ ଥିଲା, କିନ୍ତୁ ଭାଗ୍ୟରେ କିଛି ଅଲଗା ହିଁ ଲେଖା ଥିଲା | ଏକ ବିସ୍ଫୋରଣ ନିରୀହପିଲାଟି ମୁଣ୍ଡରୁ ତା ବାପାଙ୍କ ଛାଇକୁ ଉଠେଇନେଲେ | ଏତିକି ନୁହେଁ ବିସ୍ଫୋରଣର ଉଚ୍ଚ ସ୍ୱର ତାଙ୍କର ଶୁଣିବା କ୍ଷମତାରେ ମଧ୍ୟ ପ୍ରଭାବ ପକାଇଛି | ସେ ଆଉ ତାଙ୍କ ମା ଠିକ୍ ଭାବରେ ଶୁଣି ମଧ୍ୟ ପାରୁନାହାନ୍ତି | ଏହାକୁ ନେଇକରି ଡାକ୍ତର ମଧ୍ୟ କିଛି କହିବାର ସ୍ଥିତିରେ ନାହାଁନ୍ତି |

ହସ୍ପିଟାଲରୁ ବାହାରିବା ମାତ୍ରେ ହିଁ ବିସ୍ଫୋରଣ :-

ଜିଲ୍ଲା ଡାକ୍ତରଖାନାରେ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଜୁଗଲଙ୍କ ପତ୍ନୀ ଅନୀତା ଆଉ ଆଠ ମାସର ପୁଅ ବରୁଣଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ବରୁଣ ଦୁଇ ଦିନ ଧରି ଅସୁସ୍ଥ ଥିଲା | ବାନ୍ତି ଆଉ ଝାଡ଼ା ବନ୍ଦ ହେଉ ନଥିଲା | ବୁଧବାର ସକାଳେ ବରୁଣଙ୍କୁ ନେଇ ମା ଅନୀତା,ପିତା ଜୁଗଲ ଆଉ ତାଙ୍କର ଦୁଇ ଭାଇ ରାଜୁ ରାମ ଆଉ କୁଲଦୀପ ଉଦାମପୁରକୁ ଆସିଥିଲେ | ସକାଳେ ଡାକ୍ତରଖାନାରେ ଯାଞ୍ଚ କରିବା ପରେ ଘରକୁ ଫେରିବା ପାଇଁ ମେଟାଡୋରର ଅପେକ୍ଷା କରିଥିଲେ | ସେ କୋର୍ଟ ରୋଡରୁ ପାର୍କ ଦେଇ ଯାଉଥିବା ଧାର ରୋଡ ଆଡକୁ ଯାଉଥିବା ପାହାଚ ପାଖରେ ଠିଆ ହୋଇଥିଲେ |

ସେହି ସମୟରେ ଜବରଦସ୍ତ ବିସ୍ପୋରଣ ହେଲା । ଜୁଗଲ ସେହି ପାଶ୍ୱରେ ଛିଡା ହୋଇଥିଲା ଯେଉଁ ପଟେ ବିସ୍ପୋରଣ ହେଲା ।
ସେ ସମ୍ପୂର୍ଣ୍ଣ ଏହାର ଆୟତ୍ତ ଭିତରେ ଆସିଗଲା,ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବିସ୍ଫୋରଣ ହେତୁ ସେ ଉପରକୁ ଉଡିଯାଇ ତଳେ ପଡ଼ିଯାଇଥିଲା । ଦୁଇ ଭାଇ ଓ ପତ୍ନୀଙ୍କୁ ମଧ୍ୟ ଆହତ ଲାଗିଥିଲା । ଅନୀତାଙ୍କୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ଖବର ଏପର୍ଯ୍ୟନ୍ତ ଦିଆଯାଇ ନାହିଁ।

ନିରୀହ ପିଲାଟାର ହସ ବନ୍ଦ ହୋଇଗଲା:-

ହସ୍ପିଟାଲରେ ଜେଜେମାଙ୍କ କୋଳରେ ବସିଥିବା ବରୁଣ ହସ୍ପିଟାଲକୁ ଯିବା ଆସିବା କରୁଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଭରା ଆଖି ଆଉ ନିରୀହତାର ସହ ଦେଖୁଛି । ଜେଜେମା କହିଛନ୍ତି କି ଜନ୍ମହେବା ପରଠାରୁ ବରୁଣ ବହୁତ ସକ୍ରିୟ ଅଛି,ସେ ଏହିପରି ଶାନ୍ତ କେବେ ରୁହେନାହିଁ । ଡାକିବା ପରେ ମଧ୍ୟ କିଛି ବି ପ୍ରତିକ୍ରିୟା ଦେଉନାହିଁ । ଲାଗୁଛି ସେ ଶୁଣିପାରୁନାହିଁ । ଧମାକା ରେ ଆହାତ ହୋଇଥିବା ତାଙ୍କ ମା ଅନିତା ମଧ୍ୟ ଠିକ ସେ ଶୁଣିପାରୁନାହାନ୍ତି । ଏହିପରି ଅନେକ ଲୋକ ହସ୍ପିଟାଲରେ ଅଛନ୍ତି ଯାହାଙ୍କୁ ଶୁଣାଯିବା ବନ୍ଦ ହୋଇଯାଇଛି କିମ୍ବା କମ୍ ଶୁଣାଯାଉଛି ।

ଅନେକ ଲୋକଙ୍କ କାନର ପର୍ଦା ଫାଟିଗଲା:-

ଆପଣଙ୍କୁ କହିରଖୁଛୁ କି ବିସ୍ପୋରଣ ସମୟରେ ପାଖରେ ଥିବା ଅନେକ ଲୋକଙ୍କର ଶୁଣିବା ଶକ୍ତି ଉପରେ ପ୍ରଭାବ ପଡିଛି । ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କାକୁ ରାମଙ୍କୁ ଯେତେବେଳେ ଏହି ଅବସ୍ଥା ବିଷୟରେ ପଚରାଗଲା ସେତେବେଳେ ସେ ହାତରେ ଇଶାରା ଦେଇ ଶୁଣାନଯିବା ଆଉ କାନର ପର୍ଦା ଫାଟିଯାଇଥିବାର ସୂଚନା ଦେଲେ । ତେବେ ସେହି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ଅନ୍ୟ କିଛି ଲୋକ କହିଲେ କି ବିସ୍ଫୋରଣର ଉଚ୍ଚ ସ୍ୱର ଯୋଗୁ ଠିକ ସେ ଶୁଣାଯାଉନାହିଁ ।

ଜିଲ୍ଲା ହସ୍ପିଟାଲରେ ମେଡିକାଲ ଅଧୀକ୍ଷକ ବିଜୟ ରାଇନାଙ୍କୁ ପଚାରିବାରୁ ସେ କହିଥିଲେ ଯେ କିଛି ଲୋକ ସେମାନଙ୍କର କାନର ପର୍ଦା ଫାଟିଯିବା କାରଣରୁ ତାଙ୍କର ଶୁଣିବାର କ୍ଷମତା ଚାଲିଯାଇଛି । ଆଉ କିଛିଙ୍କର ପ୍ରଭାବିତ ହୋଇଛି । ଆଠ ମାସର ଶିଶୁର ଶୁଣିବାର କ୍ଷମତା ମଧ୍ୟ ପ୍ରଭାବିତ ହୋଇଛି । ଏହା ଅସ୍ଥାୟୀ ଅବା ସ୍ଥାୟୀ ଅଟେ ତାହା ଯାଞ୍ଚ ପରେ ସ୍ପଷ୍ଟ ହେଇପାରିବ ।

Leave A Reply

Your email address will not be published.