କେବେ ଫୁଟ-ଫାଥରେ କାଟିଥିଲେ ଅନେକ ରାତି,କେବେ ପୁଣି ପଢିବାକୁ ପଡିଥିଲା ତାଙ୍କୁ ମଙ୍ଗଳସୂତ୍ର ବିକି, ଆଉ ବର୍ତ୍ତମାନ ଏହି ମହିଳା ବନିସାରିଛନ୍ତି କୋଟି-କୋଟି ଟଙ୍କାରର ମାଲିକାଣି,ଜାଣନ୍ତୁ ସଫଳତାର ରହସ୍ୟ !

0

Get real time updates directly on you device, subscribe now.

ଆପଣ ନିଶ୍ଚିତ ଭାବରେ ସୋସିଆଲ୍ ମିଡିଆର ଅନେକ ସଫଳତାର କାହାଣୀ ପଢ଼ିଥିବେ | ସେ କୁହନ୍ତି ନା ଯେଉଁଠାରେ ଇଛା ଆଉ କଠିନ ପରିଶ୍ରମ ଥାଏ ସେଠାରେ ସଫଳତା ମିଳି ହିଁ ଯାଏ | ଆଜି ଆମେ ଆପଣଙ୍କୁ ଏପରି ସଫଳତା ହାସଲ କରିଥିବା ଜଣେ ପରିଶ୍ରମୀ ମହିଳାଙ୍କ କାହାଣୀ କହିବାକୁ ଯାଉଛୁ | ଏହି ମହିଳାଙ୍କ ନାମ ସୁଷମା କୋଲବଣକର ସୁଷମା ଏପରି ଜଣେ ମହିଳା ଯିଏକି ନିଜ ପରିଶ୍ରମ ଆଧାରରେ ସଫଳତା ହାସଲ କରିଛନ୍ତି | ସୂଚନା ପାଇଁ ଆମେ ଆପଣଙ୍କୁ କହିରଖୁଛୁ ଯେ ସୁଷମାଙ୍କ ଜୀବନ ପିଲାଦିନରୁ ହିଁ ବହୁତ ସଂଘର୍ଷଶିଳ ରହିଆସିଛି | ସୁଷମା ଛୋଟ ବୟସରୁ ହିଁ ନିଜ ବାପାଙ୍କୁ ହରେଇଥିଲେ |

ସୂଚନା ଯୋଗ୍ୟ କି ସୁଷମା ପାଠ ପଢାରେ ବହୁତ ଭଲ ଥିଲେ | ଦଶମ କ୍ଲାସ୍ ରେ ପ୍ରଥମ ହୋଇଥିଲେ | କିନ୍ତୁ ତାଙ୍କ ବାପା ନଥିବାରୁ ତାଙ୍କ ପାଠ ପଢ଼ାରୁ କାହାକୁ କୌଣସି ଫରକ ପଡୁନଥିଲା ଯଦି ସେ ପ୍ରଥମ ନୁମ୍ବରରେ ମଧ୍ୟ ଆସି ଯାଆନ୍ତି ତାହାଲେ ମଧ୍ୟ ତାଙ୍କୁ ପ୍ରଶଂସା କରିବାକୁ କେହି ନଥିଲେ | କାହିଁକି ନା ସୁଷମାଙ୍କର ନା କେହି ଭାଇ ଥିଲେ ନାହିଁ ଏବେ ତାଙ୍କ ବାପା ଏହି ଦୁନିଆରେ ଜୀବିତ ଥିଲେ ସେଥିପାଇଁ ମାଆ ନିଜର ଦୁଇ ଝିଅଙ୍କୁ ବାହାଦେଇ ନିଜ ଦାୟିତ୍ୱ ପୁରା କରିବାର ନିଷ୍ପତି ନେଲେ | ସୁଷମାଙ୍କ ମାଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଠାରୁ କଥା ଶୁଣିବାକୁ ପଡୁଥିଲା କି ଯେତେବେଳେ ଝିଅ ମାନଙ୍କ ବାପା ହିଁ ଏହି ଦୁନିଆରେ ନାହାଁନ୍ତି ତେବେ ଏ ଝିଅ ମାନଙ୍କୁ ପଢ଼େଇକି କଣ କରିବ |

ଦଶମ କ୍ଲାସ୍ ରେ ହିଁ ସୁଷମାଙ୍କ ପାଖକୁ ବିବାହର ପ୍ରସ୍ତାବ ଆସିବାକୁ ଲାଗିଲା ଯାହାକୁ ସୁଷମା ମନା କରିଦେଲେ | କିନ୍ତୁ ଦ୍ୱାଦଶ ଶ୍ରେଣୀରେ ପୁଣି ଥରେ ତାଙ୍କ ପାଇଁ ଗୋଟେ ବିବାହ ପ୍ରସ୍ତାବ ଆସିଲା | ପରିବାର ସଦସ୍ୟଙ୍କ ଚାପ ପାଇଁ ସୁଷମା ଏହି ବିବାହ କରିବାକୁ ରାଜି ହୋଇଥିଲେ | କିନ୍ତୁ ଏଠାରେ ସୁଷମାଙ୍କ ଭାଗ୍ୟ ତାଙ୍କୁ ସାଥ ଦେଲା ଆଉ ଏହି ବିବାହ ଆପେ ଆପେ ହିଁ ଭାଙ୍ଗିଗଲା, ଆଉ ଏହାପରେ ସୁଷମା ବିଜ୍ଞାନ ସହିତ ଦ୍ୱାଦଶ ଶ୍ରେଣୀ ପାସ୍ କଲେ | ସୁଷମାଙ୍କ ସ୍ବପ୍ନ ଥିଲା ଡାକ୍ତର ହେବାର, କିନ୍ତୁ ସମ୍ପର୍କୀୟମାନେ ତାଙ୍କୁ ଏପରି ତାନା ଦେବା ଆରମ୍ଭ କଲେ ଯେ ସ୍ବପ୍ନ ନିଜ ଔକାତ୍ ଦେଖି କରି ଦେଖିବା ଦରକାର | କାହିଁକି ନା ସୁଷମାଙ୍କ ସହର ଉମ୍ବ୍ରାଜରେ କୌଣସି ମଧ୍ୟ ବିଜ୍ଞାନ କଲେଜ ନଥିଲା ଆଉ ଏଇଥିପାଇଁ ସୁଷମାଙ୍କୁ ଘରଥି ଦୂରକୁ କରାଡକୁ ଯିବାକୁ ପଡିଲା | ଘରର ଅବସ୍ଥା ଖରାପ ହେବା କାରଣରୁ କୌଣସି ବି ସମ୍ପର୍କୀୟ ସୁଷମାଙ୍କୁ କରାଡ଼ ରେ ନିଜ ଘରେ ରଖିବାକୁ ଚାହୁଁନଥିଲେ |

ଶେଷରେ,ସୁଷମା ସତ୍ତାରାର ଆର୍ମି ହଷ୍ଟେଲରେ ରିହାତି ହାରରେ ଦେଖିଲା ନେଇଥିଲେ | କଲେଜର ଆରମ୍ଭ ଦିନରେ ହିଁ ତାଙ୍କ ଭଉଣୀ କହିଥିଲେ ଯେ କଲେଜ ଶେଷ ହେବା ପରେ ତୁମର ବିବାହର ବ୍ୟବସ୍ଥା କରାଯିବ | ଯଦିଓ କଲେଜରେ ଅନେକ ପୁଅ ତାଙ୍କୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ସେ ସମସ୍ତଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ | କିନ୍ତୁ ସମାଜରେ ତାଙ୍କ ମା ଆଉ ଭଉଣୀର ଚାପ ପାଇଁ ଶେଷରେ ସେ ଏକ ପୁଅ ସହିତ ଲଭ ମ୍ୟାରେଜ୍ କରିଲେ | ଏହାପରେ ସେ ବିବାହର ଏକ ବର୍ଷ ପରେ ଏକ ପୁତ୍ରର ମା ବନିଥିଲେ | ସାଥିରେ ସୁଷମା ନିଜର ପାଠପଢା ମଧ୍ୟ ପୁରା କରିବାକୁ ଲାଗିଲେ କିନ୍ତୁ ସେ ନିଜ ସ୍ୱପ୍ନଠାରୁ ବହୁତ ଦୂରରେ ଥିଲେ |
ଯାହା ପରେ ସେ ପୁଣିଥରେ ନିଜ ସ୍ୱପ୍ନ ଆଡକୁ ଚାଲିବାକୁ ଆରମ୍ଭ କଲେ | ନିଜର 3ମାସର ଶିଶୁକୁ ନେଇ ସେ ଏକ ଦୋକାନରେ ସମୟ କାଟିବା ଆରମ୍ଭ କଲେ ଯେଉଁଠାରେ ପିଇବା ପାଇଁ ଏକ ଗ୍ଲାସ୍ ପାଣି ମଧ୍ୟ ନଥିଲା | ପ୍ରେମ ବିବାହ କରିଥିବା କାରଣରୁ ତାଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରୁ କେହି ମଧ୍ୟ ତାଙ୍କର ସାଥ ଦେଲେନାହିଁ | ଯାହା ପରେ ସେ ତାଙ୍କ ଘର ଆଉ ଗୃହସ୍ତୀକୁ ସମ୍ଭାଳିବା ଆରମ୍ଭ କଲେ, ତାଙ୍କ ପଡ଼ୋଶୀମାନେ ତାଙ୍କୁ ଆବଶ୍ୟକ ଜିନିଷ ଦେଇ ତାଙ୍କୁ ବହୁତ ସାହାଯ୍ୟ କଲେ | ସେ ନିଜର ଏକ ଛୋଟ ଦୋକାନ ଆରମ୍ଭ କଲେ କାହିଁକି ନା ଦୋକାନଟି ଭଲ ଚାଲୁ ନଥିଲା | ସେଥିପାଇଁ ତାଙ୍କ ସ୍ୱାମୀ କିଛି ଛୋଟ କାମ କରିବା ଆରମ୍ଭ କଲେ ଆଉ ସୁଷମା ତାଙ୍କ ଘର ଆଉ ଦୋକାନ ସମ୍ଭାଳିବା ସହିତ ନିଜ ପାଠପଢା ସମାପ୍ତ କରିବା ପାଇଁ ଟ୍ୟୁସନ ମିଳିଲାନି |

ଉଲ୍ଲେଖନୀୟ ଏହା କି ଯାହା ପରେ ସୁଷମା ଫ୍ୟାଶନ୍ ଡିଜାଇନିଙ୍ଗର କୋର୍ସ କରିଥିଲେ ଏବଂ ସେ ଡ୍ରେସ ସିଲେଇ କରିବା ଆରମ୍ଭ କରିଥିଲେ କିନ୍ତୁ ସେ ବହୁତ କଷ୍ଟରେ 500 ରୁ 1000 ଟଙ୍କା ରୋଜଗାର କରିପାରନ୍ତି | ସମସ୍ତଙ୍କ ବିରୋଧ ସତ୍ତ୍ୱେ ସୁଷମା ଏମବିଏରେ ଆଡମିଶନ ନେଇଥିଲେ। ସେ ଏମବିଏର ପ୍ରଥମ ଟର୍ମ ପାସ୍ କରିଥିଲେ କିନ୍ତୁ ଦ୍ୱିତୀୟ ଟର୍ମ ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା | ଏହା ପରେ ସେ ତାଙ୍କର ମଙ୍ଗଳସୁତ୍ରକୁ ବନ୍ଧକ ରଖି ପାଠ ପଢା ଜାରି ରଖିଥିଲେ | କହିରଖୁଛୁ କି ପଠାପଢ଼ା ସମାପ୍ତ କରିବା ପରେ ସୁଷମାଙ୍କର ପ୍ରତି ମାସରେ ଏକ ଲକ୍ଷ ଟଙ୍କା ବାଲା ଚାକିରିଟିଏ ହୋଇଗଲା କିନ୍ତୁ ସେ ତାଙ୍କ ଜୀବନରେ କିଛି କରିବାକୁ ଚାହୁଁଥିଲେ ତେଣୁ ସେ ଏହି ଚାକିରୀକୁ ଛାଡିଦେଲେ ଆଉ ଉଭୟ ପତି ପତ୍ନୀ ପୁଣେକୁ ଆସିଗଲେ । ଏଠାରେ ସେ ରାସ୍ତାରେ ରଖି ₹ 10 ର ମସଲା ଡବା ବିକ୍ରି କରିବା ଆରମ୍ଭ କଲେ ।

ସୂଚନା ଯୋଗ୍ୟ ଯେ ରାସ୍ତାରେ ଟେବୁଲ୍ ରଖି ₹ 10 ଟଙ୍କାର ମସଲା ଡବା ବିକ୍ରୟ କରିବାରେ ସୁଷମାଙ୍କୁ କେବେ ମଧ୍ୟ ଲାଜ ଲାଗିନାହିଁ | 10 ଲକ୍ଷ ଟଙ୍କାର ପ୍ୟାକେଜ ବାଲି ସୁଷମା ଏବେ ₹10 ଟଙ୍କିଆ ମସଲାର ଡବା ବିକ୍ରି କରୁଥିଲେ | ଧୀରେ-ଧୀରେ ସୁଷମାଙ୍କ କାମ ବଢ଼ିଲା ଆଉ ସେ ନିଜର ମସଲା ବ୍ୟବସାୟ ଆରମ୍ଭ କରିଦେଲେ | ସେ ମସଲା ପ୍ରସ୍ତୁତ କରି ଅନ୍ୟ ଦେଶକୁ ପଠାଇବା ଆରମ୍ଭ କଲେ ଆଉ ସେ ସେହି ସମୟରେ ସେ ଫଳ ଆଉ ପନିପରିବା ରପ୍ତାନି କରିବା ମଧ୍ୟ ଆରମ୍ଭ କଲେ | ଆଜି ସେ କୋଟି କୋଟି ଟଙ୍କା ମୂଲ୍ୟର କମ୍ପାନୀର ମାଲିକ ଅଟନ୍ତି | ଟେବୁଲ୍ ଆଉ ଚେୟାରରୁ ନିଜର ବ୍ୟବସାୟ ଆରମ୍ଭ କରି ସେ ନିଜ କମ୍ପାନୀକୁ ସାରା ଦେଶରେ ବିସ୍ତାର କରିଛନ୍ତି | ସୁଷମା ନିଜ ସ୍ୱାମୀଙ୍କ ସହିତ ଏକ ସୁଖମୟ ଜୀବନ ବିତାଉଛନ୍ତି |

Leave A Reply

Your email address will not be published.