ଗରିବ ଚା ବାଲାଙ୍କ ଖାତାରେ ପ୍ରତିଦିନ ଆସିବାକୁ ଲାଗିଲା ୯୦ ଲକ୍ଷ ଟଙ୍କା, ଲୋଭରେ ପଡି ୧୮ ଲକ୍ଷ ଟଙ୍କା ଆଣି ଘର କିଣିଦେଲା,ଆଉ ତାପରେ ,,,ଜାଣନ୍ତୁ ପୁରା ଘଟଣା
ଯଦି ଆପଣଙ୍କ ଖାତାରେ ଅଚାନକ ୧୦୦ କିମ୍ବା ୧୦୦୦ ଟଙ୍କା ଆସିଯାଏ, ତେବେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ପଇସା କେଉଁଠାରୁ ଆସିଛି | ଏହାପରେ ଆପଣ ଜାଣିବାକୁ ମଧ୍ୟ ଚାହିଁବେ ଯେ ଏହି ପଇସା କିଏ ଏବଂ କିପରି ଦେଲା | ବର୍ତ୍ତମାନ ଟିକେ ଭାବନ୍ତୁ ଯଦି ଗୋଟିଏ ଗରିବ ଚା ବିକ୍ରି କରୁଥିବା ଲୋକ ଖାତାକୁ ପ୍ରତିଦିନ ୯୦ ଲକ୍ଷ ଟଙ୍କା ଆସିବାକୁ ଲାଗିବ, ତେବେ ତାର କି ଅବସ୍ଥା ହେବ |
ଏହା କୌଣସି କଳ୍ପନା ନୁହେଁ ବରଂ ବାସ୍ତବତା ଅଟେ | ମଧ୍ୟପ୍ରଦେଶରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି | ଏଠାରେ ରୋଡ଼ ସାଇଡରେ ଚା ବିକ୍ରି କରୁଥିବା ଯୁବକଙ୍କ ଖାତାକୁ ଅଚାନକ ପ୍ରତିଦିନ ୯୦ ଲକ୍ଷ ଟଙ୍କାର ମୋଟା ରକମ ଆସି ଯାଉଥିଲା | ଏହି ପଇସା କେଉଁଠାରୁ ଆସୁଥିଲା, ସେ ଏ ବିଷୟରେ କିଛି ବି ଜାଣି ପାରୁନଥିଲା | ଏହାପରେ ସେ ୧୮ ଲକ୍ଷ ଆଣି ଘର ମଧ୍ୟ କିଣିଦେଲା | ଏହାପରେ କଣ ହେଲା ଚାଲନ୍ତୁ ଜାଣିବା |
ଉଜେଇନର ଅଟେ ଏହି ମାମଲା :-
ଏହି ମାମଲା ଉଜେଇନରୁ ସାମ୍ନାକୁ ଆସିଛି | ଏଠାରେ ରହୁଥିବା ରାହୁଲ ମାଲବୀୟ ରୋଡ଼ ସାଇଡରେ ଚା ବିକ୍ରି କରନ୍ତି | ତାଙ୍କୁ କିଛି ସମୟ ପୂର୍ବରୁ ଜଣେ ବ୍ୟକ୍ତି ମିଳିଲେ, ଯିଏ ନିଜକୁ ଇନ୍ଦୋରର ବାସିନ୍ଦା ବୋଲି କହିଲେ | ତାଙ୍କ ନାମ ସୌରଭ ଅଟେ | ସୌରଭ ରାହୁଲଙ୍କୁ କହିଲେ ଯେ ସେ ସୋସିଆଲ ମିଡିଆରେ ଫନି ରିଲ କରିଥାଏ | ଏହାସହିତ ରିୟଲ ଆକ୍ଟେଟର କାମ ମଧ୍ୟ କରିଥାଏ |
ସୌରଭ ରାହୁଲଙ୍କୁ କହିଲେ ଯେ ସେ ଚା ଦୋକାନରୁ ଅଧିକ ପଇସା କେବେ ବି ରୋଜଗାର କରିପାରିବ ନାହିଁ | ସେ ରାହୁଲଙ୍କୁ କହିଲା ଯେ ସେ ତା ସହିତ ଯାଉ ଏବଂ ଇନ୍ଦୋରରେ ସାତ ଦିନ ପାଇଁ ଟ୍ରେନିଂ କରୁ | ଏହାପରେ ସେ ପ୍ରତି ମାସରେ ୨୫ ହଜାର ଟଙ୍କା ଆରାମରେ ରୋଜଗାର କରିନେବ | ତାର ଏହି ଅଫର ଉପରେ ରାହୁଲ ମଧ୍ୟ ଭରସା କରିନେଲା ଏବଂ ଇନ୍ଦୋର ଚାଲିଗଲା |
ମହଙ୍ଗା ହୋଟେଲରେ ଅଟକାଇଲା, ଖୋଲିଦେଲା ବ୍ୟାଙ୍କ ଖାତା :-
ଇନ୍ଦୋରର ୱାର୍ଲଡ କପ ଛକ ପାଖରେ ଥିବା ଗୋଟିଏ ହୋଟେଲରେ ଚା ଵାଲା ରାହୁଲଙ୍କୁ ଅଟକାଇ ଦିଆଗଲା | ଏଠାରେ ତାକୁ ଟ୍ରେନିଂ ବାହାନା କରି ବୋକା ବନାଇ ଦିଆଗଲା ଏବଂ ତାଙ୍କର ବ୍ୟକ୍ତିଗତ ସୂଚନା ନିଆଗଲା | ତାଙ୍କର ଚାରିଟି ବ୍ୟାଙ୍କ ଖାତା ଖୋଲି ଦିଆଗଲା, ଏହାପରେ ଟ୍ରେନିଂ ପୁରା ହେଲା ବୋଲି କହି ପୁଣି ଉଜେଇନ ପଠାଇ ଦିଆଗଲା |
କିଛି ଦିନ ପର୍ଯ୍ୟନ୍ତ ତ ସବୁକିଛି ଠିକ ଚାଲିଲା | ତାପରେ ଅଚାନକ ରାହୁଲଙ୍କ ଖାତାକୁ ପଇସା ଆସିବା ଆରମ୍ଭ ହୋଇଗଲା | ଏହି ପଇସା ଦିନକୁ ୯୦ ଲକ୍ଷ ଟଙ୍କା ଆସୁଥିଲା | ପ୍ରତିଦିନ ୯୦ ଲକ୍ଷ ଟଙ୍କା ଆସିବାରୁ ବ୍ୟାଙ୍କ ଵାଲା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ | ଯେତେବେଳେ ଏହି ପଇସା ୫ କୋଟି ପର୍ଯ୍ୟନ୍ତ ପହଞ୍ଚିଗଲା, ସେତେବେଳେ ଆଖପାଖ ବ୍ୟାଙ୍କ ଵାଲା ରାହୁଲଙ୍କୁ ସୂଚନା ଦେଲେ ଏବଂ ତାଙ୍କୁ ଖାତାରେ ଆସୁଥିବା ମୋଟା ରକମ ବିଷୟରେ କହିଲେ | ଏତେ ଟଙ୍କା ବିଷୟରେ ଶୁଣି ରାହୁଲର ମଧ୍ୟ ହୋସ ଉଡ଼ିଗଲା |
ଯେମିତି ଚାଲିଛି ଚାଲିବାକୁ ଦିଅ :-
ରାହୁଲ ଯେତେବେଳେ ଏ ବିଷୟରେ ଭାବିଲା, ସେତେବେଳେ ସେ ବୁଝିଲା ଯେ ଏହା ସେହି ବ୍ୟକ୍ତିର କାମ ହେଇଥିବ, ଯିଏକି ତାକୁ ଇନ୍ଦୋର ନେଇଯାଇଥିଲା | ଏହାପରେ ସେ ସୌରଭଙ୍କ ସହିତ ଯୋଗାଯୋଗ କରିବାକୁ ଭାବିଲା | ଯେତେବେଳେ ସେ ସୌରଭ ସହିତ ଯୋଗାଯୋଗ କଲା, ସେତେବେଳେ ସେ କହିଲା ଯେ ଯେମିତି ଚାଲିଛି ଚାଲିବାକୁ ଦିଅ | ଯଦି ତୁମେ ଚାହୁଁଛ ବ୍ୟାଙ୍କ ଯାଇ କିଛି ପଇସା ନିଜ ପାଇଁ ଆଣି ପକାଅ | ଏହାପରେ ଲୋଭରେ ପଡି ରାହୁଲ ୧୮ ଲକ୍ଷ ଟଙ୍କା ଆଣି ପକାଇଲା ଏବଂ ଘର କିଣିଦେଲା |
ଘର କିଣିବା ମାତ୍ରେ ହିଁ ତାର ସମସ୍ୟା ବଢିଗଲା | ତାକୁ ପଚରାଉଚରା କରାଯିବାରୁ ସେ ବିଚଳିତ ହୋଇ ପୋଲିସ ପାଖରେ ପହଞ୍ଚିଗଲା ଏବଂ ସବୁ ସୂଚନା ଦେଲା | ସେ ସିଏମ ହେଲ୍ପଲାଇନରେ ମଧ୍ୟ ଅଭିଯୋଗ କରିଦେଲା | ଏହାପରେ ହଂଗାମା ସୃଷ୍ଟି ହେବାକୁ ଲାଗିଲା | ବର୍ତ୍ତମାନ ପୋଲିସ ଏହି ମାମଲାର ଯାଞ୍ଚରେ ଲାଗିପଡ଼ିଛି ଏବଂ ସୌରଭ ନାମକ ବ୍ୟକ୍ତି ବିଷୟରେ ଯାଞ୍ଚ କରୁଛି |