୧୭ ବର୍ଷ ବୟସରେ ପ୍ରେଗ୍ନେଣ୍ଟ ହୋଇଗଲେ ଯୁବତୀ, ମା ଏବଂ ଜେଜେମା ବିଷୟରେ କହିଲେ ଏମିତି କଥା ଯେ ଲୋକଙ୍କ ହୋସ ଉଡ଼ିଗଲା

0

Get real time updates directly on you device, subscribe now.

ଯେକୌଣସି ମହିଳାଙ୍କ ପାଇଁ ମା ହେବା ଯେତିକି ଖୁସିର କଥା ଅଟେ, ତାଠାରୁ ଅଧିକ ଦାୟିତ୍ୱର କଥା ମଧ୍ୟ ରହିଛି | ମା ହେବାପରେ ମହିଳାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯାଏ | ତେଣୁ ମହିଳାମାନେ ଏପରି ବୟସରେ ପ୍ୟାରେଣ୍ଟ ହେବାପାଇଁ ପ୍ଲାନ କରନ୍ତି, ଯେତେବେଳେ ସେ ନିଜ ଜୀବନକୁ ସୁରକ୍ଷିତ ଅନୁଭବ କରନ୍ତି ଏବଂ ମା ହେବାକୁ ଯୋଗ୍ୟ ହୋଇଯାନ୍ତି | କିନ୍ତୁ ଜଣେ ଯୁବତୀ ସୋସିଆଲ ମିଡିଆରେ ସମସ୍ତଙ୍କୁ ଏହା କହି ଆଶ୍ଚର୍ଯ୍ୟ କରିଦେଲା ଯେ ସେ ୧୭ ବର୍ଷ ବୟସରେ ହିଁ ମା ହୋଇଯାଇଥିଲେ |

ଏମିତିରେ ତ ମା ହେବାପାଇଁ କୌଣସି ନିଦ୍ଧିଷ୍ଟ ବୟସ ନଥାଏ, କିନ୍ତୁ ୧୭ ବର୍ଷ ବୟସରେ ମା ହେବା ପାଇଁ କମ ବୟସ ଲାଗୁଛି | ସାନନ ନାମକ ଜଣେ ଯୁବତୀ ୧୭ ବର୍ଷ ବୟସରେ ଗୋଟିଏ ପିଲାର ମା ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ | ଦି ସନର ରିପୋର୍ଟ ଅନୁଯାୟୀ, ସାନନ ଜଣେ ଟିକଟକର ଅଟନ୍ତି ଏବଂ ସେ ନିଜ ଟିକଟକରେ କିଛି ସମୟ ପୂର୍ବରୁ ଗୋଟିଏ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଲାଇଫ ଏବଂ ନିଜ ପରିବାର ସହିତ ଜଡିତ କିଛି ସକିଙ୍ଗ ଫ୍ୟାକ୍ଟସ ବିଷୟରେ କହିଛନ୍ତି |

ମା ଏବଂ ଜେଜେମା ମଧ୍ୟ କମ ବୟସରେ ହୋଇଥିଲେ ମା :-

ନିଜ ବିଷୟରେ କହିବା ବ୍ୟତୀତ ସେ ନିଜ ମା ଏବଂ ନିଜ ଜେଜେମାଙ୍କ ବିଷୟରେ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି | ସେ କହିଛନ୍ତି ଯେ ତାଙ୍କ ମା ୧୮ ବର୍ଷ ବୟସରେ ପ୍ରେଗ୍ନେଣ୍ଟ ହୋଇଯାଇଥିଲେ ଏବଂ ତାଙ୍କ ଜେଜେମା ୧୬ ବର୍ଷ ବୟସରେ ପିଲା ଜନ୍ମ କରିଥିଲେ | କେବଳ ଏତିକି ନୁହେଁ, ସାନନଙ୍କ ଭଉଣୀ ମଧ୍ୟ ୧୯ ବର୍ଷରେ ହିଁ ପେଗ୍ନେଣ୍ଟ ହୋଇଯାଇଥିଲେ ଏବଂ ପିଲାକୁ ଜନ୍ମ ଦେଇଥିଲେ | ଏହାସହିତ ସେ ଏହା ମଧ୍ୟ କହିଛନ୍ତି ଯେ କମ ବୟସରେ ପ୍ରେଗ୍ନେଣ୍ଟ ହେବାର କଣ ଫାଇଦା ରହିଛି |

ସାନନଙ୍କ ଘରେ ଅଛନ୍ତି ୫ଟି ଜେନେରେସନ :-

ସାନନ କହିଛନ୍ତି ଯେ ତାଙ୍କ ଘରେ ତାଙ୍କର ୫ଟି ଜେନେରେସନ ବର୍ତ୍ତମାନ ମଧ୍ୟ ବଞ୍ଚିଛନ୍ତି | ତାହା ଏଥିପାଇଁ କାରଣ ସେମାନେ ସମସ୍ତେ ୨୧ବର୍ଷରୁ କମ ବୟସରେ ହିଁ ମା ହୋଇଯାଇଥିଲେ | ସବୁଠାରୁ ଅଧିକ ବୟସ ତାଙ୍କ ମାଙ୍କ ଜେଜେମାଙ୍କର ଅଟେ, ଯିଏକି ୯୧ ବର୍ଷର ଅଟନ୍ତି | ସେ କହିଛନ୍ତି ଯେ ଶୀଘ୍ର ମା ହେବାର ଏହା ଫାଇଦା ରହିଛି ଯେ ପିଲାମାନେ ନିଜ ବୟସ୍କ ଲୋକଙ୍କ ମାନଙ୍କ ସହିତ ମଧ୍ୟ ବହୁତ ସମୟ ବିତାଇ ଥାନ୍ତି |

ତାଙ୍କ ପୋଷ୍ଟରେ ଅନେକ ଲୋକ କମେଣ୍ଟ କରିଛନ୍ତି ଏବଂ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି | କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ୧୭ ବର୍ଷ ବୟସ ମା ହେବାପାଇଁ ଠିକ ନୁହେଁ, କାରଣ ଏତେ କମ ବୟସରେ ଶରୀର ପ୍ରସ୍ତୁତ ନଥାଏ ଏବଂ ମହିଳାମାନେ ନିଜର କ୍ୟାରିୟର ଗଢି ପାରନ୍ତିନାହିଁ | ଏହାସହିତ ଆଉ ଜଣେ ବ୍ୟକ୍ତି ତାଙ୍କର ଏହି କଥାରେ ସହମତି ପ୍ରକାଶ କରି କହିଛନ୍ତି ଯେ ବହୁତ କମ ଲୋକ ହିଁ ନିଜର ପରଜେଜେମାଙ୍କୁ ଦେଖିପାରନ୍ତି |

Leave A Reply

Your email address will not be published.