ଅଭିନେତ୍ରୀ ସୋନମ କପୂରଙ୍କର ଶଶୁରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୭ କୋଟି ଟଙ୍କା ଲୁଟ

0

Get real time updates directly on you device, subscribe now.

ବଲିଉଡ ଅଭିନେତ୍ରୀ ସୋନମ କାପୂରଙ୍କ ଶଶୁରଙ୍କ ଠାରୁ 27 କୋଟି ଟଙ୍କାରୁ ଉର୍ଦ୍ଧ୍ବ ଠକେଇ ହୋଇଥିବାର ଖବର ସାମ୍ନାକୁ ଆସିଛି। ସୂଚନା ମୁତାବିକ, ସୋନମ କାପୂରଙ୍କ ଶଶୁର ହରିଶ ଆହୁଜାଙ୍କ ଏକ୍ସପୋର୍ଟ ଫ୍ୟାକ୍ଟ୍ରିରୁ 27 କୋଟି 61 ଲକ୍ଷ ଟଙ୍କାର ଠକେଇ ହୋଇଯାଇଛି। ଫରିଦାବାଦ ସ୍ଥିତ ପୋଲିସକୁ ଦିଆଯାଇଥିବା ସୂଚନା ଅନୁସାରେ, ସାଇବର ଠକ ମାନେ ହରିଶ ଆହୁଜାଙ୍କ ନାମରେ ଏକ ନକଲି କମ୍ପାନୀ ବନାଇ କୋଟି କୋଟି ଟଙ୍କା ତାଙ୍କ ଖାତାରୁ ଟ୍ରାନ୍ସଫର କରିଦେଇଥିଲେ।

ସାଇବର ପୋଲିସ ଦେଖାଇଲେ ତତ୍ପରତା:-

ଖବର ମିଳିବା କ୍ଷଣି ଫରିଦାବାଦ ସିଟି ପୋଲିସ ଆକ୍ଟିଭ ହୋଇଗଲା ଓ ଏହି ମାମଲାରେ 9 ଜଣଙ୍କୁ ଗିରଫ ମଧ୍ୟ କଲା। ଜଣାଇଦେଉଛୁ, ବଲିଉଡ ଅଭିନେତ୍ରୀ ସୋନମ କାପୂର ଏପ୍ରିଲ 8 ତାରିଖ 2018 ରେ ନିଜ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ସହିତ ବିବାହ କରିଥିଲେ।

ସୋନମଙ୍କ ବିବାହ 2018 ରେ ଚର୍ଚ୍ଚିତ ରୂପରେ ହୋଇଥିଲା। ସୋନମଙ୍କ ବିବାହ ଶିଖ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା। ବିବାହ ପରେ ଏକ ଭବ୍ୟ ରିସେପସନ ପାର୍ଟି ମଧ୍ୟ ରଖାଯାଇଥିଲା।

ସୂଚନା ଅନୁସାରେ ଆନନ୍ଦ ଆହୁଜା ଓ ସୋନମ କାପୂର ପରସ୍ପରକୁ ବହୁତ ପୁରୁଣା ସମୟରୁ ଜାଣିଥିଲେ। ବିବାହ ପୂର୍ବରୁ ସେ ବହୁତ ଥର ପରସ୍ପରକୁ ଡେଟ ମଧ୍ୟ କରିଥିଲେ। ଉଭୟଙ୍କ ଲଭ ଷ୍ଟୋରୀ ବହୁତ ଶାନଦାର ରହିଥିଲା। ମିଡ଼ିଆ ରିପୋର୍ଟ କଥା କହିବାକୁ ଗଲେ ସୋନମ ଓ ଆନନ୍ଦଙ୍କ ସାକ୍ଷାତ ସଲମାନଙ୍କ ଏକ ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ ସମୟରେ ହୋଇଥିଲା।

ସୋନମ କୁହନ୍ତି, ଏହି ଫିଲ୍ମର ପ୍ରମୋଶନ ସମୟରେ ସେ ପରସ୍ପରକୁ ଭେଟିଥିଲେ ଓ ପ୍ରଥମ ଦେଖାରେ ଉଭୟ ଲମ୍ବା ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ମଧ୍ୟ ହୋଇଥିଲେ।

ସୋନମଙ୍କ ଅନୁସାରେ, 2014 ମସିହାରେ ଆନନ୍ଦଙ୍କ ସହିତ ପ୍ରଥମ ଭେଟ ପରେ ଉଭୟ ପରସ୍ପରକୁ ଫେସବୁକରେ ଆଡ଼ କରିଥିଲେ। ପାଖାପାଖି ଚାରି ସପ୍ତାହ ପର୍ଯ୍ୟନ୍ତ ଉଭୟ ଙ୍କ ପ୍ରେମ ଚାଲିଲା ଓ ବର୍ଷ 2018 ମସିହାରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ।

Leave A Reply

Your email address will not be published.