୩୭ ବର୍ଷର ରେକର୍ଡ ଭାଙ୍ଗିଲେ ଯୋଗୀ ଆଦିତ୍ୟନାଥ ।

0

Get real time updates directly on you device, subscribe now.

ଯୋଗୀ ଆଦିତ୍ୟନାଥ ମଠ ମହନ୍ତରୁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ଉତ୍ତରପ୍ରଦେଶ ଭଳି ରାଜ୍ୟରେ, ରାଜନୀତିର ଗୋଟି ଚାଳନା କରି ଯୋଗୀ ଆଦିତ୍ୟନାଥ ଇତିହାସ ସୃଷ୍ଟି କରିଛନ୍ତି। ଯାହାକି ଉତ୍ତରପ୍ରଦେଶରେ ଗତ ୩୭ ବର୍ଷ ମଧ୍ୟରେ ସମ୍ଭବ ହୋଇପାରିନଥିଲା, ତାହା ବର୍ତ୍ତମାନ ସମ୍ଭବ କରି ଦେଖାଇଛନ୍ତି। ହିନ୍ଦୁତ୍ୱ ବ୍ରାଣ୍ଡର ଏହି ନୂଆ ଚେହେରା ଆଗକୁ ବଡ ବିକଳ୍ପ ହୋଇ ଉଭା ହେବାର ସମ୍ଭାବନା ଥିବାର କୁହାଯାଉଛି।

ଯୋଗୀ ଆଦିତ୍ୟନାଥ –ଏହି ନାଁ ହିଁ କେବଳ ପରିଚୟ ପାଇଁ ଯଥେଷ୍ଟ ଅଟେ। ରୋକଠୋକ କଥା, ସରଳ ଠାଣି, ସିଧାସଳଖ ଉତ୍ତର। ଏସବୁ ଯୋଗୀଙ୍କର ଶୈଳୀ ଅଟେ। ବୋଧହୁଏ ବର୍ତ୍ତମାନ ଦେଶରେ ହିନ୍ଦୁତ୍ୱ ବ୍ରାଣ୍ଡର ସବୁଠାରୁ ବଡ଼ ଚେହେରା ଅଟେ। ତେବେ ବିଜେପିର ଐତିହାସିକ ବିଜୟ ପରେ ପୁଣିଥରେ ୟୁପିରେ ଯୋଗୀ ଆଦିତ୍ୟନାଥଙ୍କର ଜୟ ଜୟକାର ଶୁଣିବାକୁ ମିଳୁଛି।

ଯେତେବେଳେ ୨୦୦୭ ମସିହାରେ ସଂସଦରେ ଯୋଗୀ ଆଦିତ୍ୟନାଥ କାନ୍ଦୁଥିଲେ। ୧୧ ଦିନ ଜେଲରେ କଟାଇବା ପରେ ଏହି ପ୍ରସଙ୍ଗରେ କହିବା ସମୟରେ ଯୋଗୀଙ୍କର ଆଖିରୁ ଲୁହ ଝରିପଡ଼ିଥିଲା। ୟୁପିରେ ସେତେବେଳର ମୁଲାୟମ ସିଂ ସରକାର ତାଙ୍କୁ ରାଜନୈତିକ ଷଡ଼ଯନ୍ତ୍ର କରି ଜେଲ ପଠାଇଥିଲେ ବୋଲି ଯୋଗୀ କହିଥିଲେ। ଏହା ସହିତ ତାଙ୍କୁ ରାଜନୈତିକ ଷଡ଼ଯନ୍ତ୍ରରୁ ସୁରକ୍ଷା ଦେବାକୁ ସେତେବେଳର ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କୁ ସେ ବହୁତ ଅନୁରୋଧ କରିଥିଲେ।

ସମୟ ବଦଳିଛି, ଏହାରି ଭିତରେ ୧୫ ବର୍ଷ ବିତିଯାଇଛି। ସେ ଦିନ ସୁରକ୍ଷା ମାଗି କାନ୍ଦି ପକାଇଥିବା ଯୋଗୀ ଆଦିତ୍ୟନାଥ ବର୍ତ୍ତମାନ ୟୁପିରେ ଲଗାତର ଦୁଇଥର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ଼ କରିବାକୁ ଯାଉଁଛନ୍ତି। ଯାହା ଉତ୍ତର ପ୍ରଦେଶରେ ଗତ ୩୭ ବର୍ଷ ମଧ୍ୟରେ ସମ୍ଭବ ହୋଇପାରିନଥିଲା, ତାହା ଯୋଗୀ ଆଦିତ୍ୟନାଥ ସମ୍ଭବ କରି ଦେଖାଇଛନ୍ତି। ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଲଗାତାର ଦ୍ୱିତୀୟ ଥର ପାଇଁ ଗୋରଖ ନାଥ ମନ୍ଦିରର ମହନ୍ତ ଗାଦି ଦଖଲ କରିବେ। ହେଲେ ଯୋଗୀଙ୍କର ଏହି ସଫଳତା ପଛରେ ରହସ୍ୟ କ’ଣ ରହିଛି? କ’ଣ ସେହି କାରଣ, ଯାହା ଯୋଗୀଙ୍କର ଲୋକପ୍ରିୟତାକୁ ୫ ବର୍ଷର ଶାସନ ପରେ ମଧ୍ୟ ଅତୁଟ ରଖିଛି।

କାରଣ:୧-ସୁଶାସନ:-

ସିଧାସଳଖ କଥା କହୁଥିବା ଯୋଗୀ ନିଜର ଅଧିକାରୀମାନଙ୍କୁ କଡ଼ା ତାଗିଦ କରିଥିଲେ ଯେପରି ଶାସନ ଆଦୌ ଢିଲା ନହୁଏ। ଆଇନ ଶୃଙ୍ଖଳା କିପରି ସବୁବେଳେ ବଜାୟ ରହେ। ୫ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ଆଇନଶୃଙ୍ଖଳା ବହୁତ ସୁଧୁରିଛି। ସାଧାରଣ ଲୋକଟିଏ ନିଜକୁ ଅପେକ୍ଷାକୃତ ସୁରକ୍ଷିତ ମନେକରୁଛି। ବଡ଼ ବଡ଼ ମାଫିଆ ବର୍ତ୍ତମାନ ଜେଲରେ ଦିନ କାଟୁଛନ୍ତି।

କାରଣ:୨- ଧାର୍ମିକ ଧୃବିକରଣ:-

ଯୋଗୀ ନିଜକୁ ହିନ୍ଦୁତ୍ୱର ଏକ ବଡ଼ ବ୍ରାଣ୍ଡ ଭାବରେ ଗଢ଼ିପାରିଛନ୍ତି। ଫଳର ୟୁପିରେ ସଂଖ୍ୟାଲଘୁଙ୍କୁ ପୂର୍ବପରି ତୁଷ୍ଟୀକରଣ ରାଜନୀତି ଉପରେ ପ୍ରତିବନ୍ଧକ ଲାଗିଛି। ଫଳରେ ହିନ୍ଦୁ ଭୋଟରମାନେ ଯୋଗୀଙ୍କ ପଛରେ ଛିଡ଼ା ହୋଇଛନ୍ତି।

କାରଣ: ୩-ମହିଳାଙ୍କର ସମର୍ଥନ:-

ଯୋଗୀଙ୍କର ଅମଳରେ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ମଧ୍ୟ ସୁଧୁରିଥିବା କାରଣରୁ ସାଧାରଣ ମହିଳାଟିଏ ସଂଧ୍ୟା ପରେ ମଧ୍ୟ ବାହାରକୁ ବାହାରିବା ପାଇଁ ସାହାସ କରିପାରୁଛି। ଫଳରେ ଯୋଗୀଙ୍କ ଶାସନ ଉପରେ ସେମାନଙ୍କର ଭରସା ମଧ୍ୟ ବଢ଼ିଛି। ଏଥର ପରସଂଖ୍ୟାନ କହୁଛିଯେ, ୟୁପିରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଭୋଟ ଦେଇଛନ୍ତି, ଆଉ ଏହି ଭୋଟର ମଧ୍ୟରେ ଅଧିକ ଯୋଗୀଙ୍କର ସମର୍ଥନରେ ଯାଇଛି।

Leave A Reply

Your email address will not be published.