ନିର୍ବାଚନ ସମୟରେ ପ୍ରତ୍ୟେକ ଥର ଚର୍ଚ୍ଚାକୁ ଆସୁଥିବା ଏହି ‘ବେବି କ୍ରେଜିୱାଲ’ ଜଣକ କିଏ ? ଜାଣନ୍ତୁ……..

0

Get real time updates directly on you device, subscribe now.

ପଞ୍ଜାବର ବିଧାନସଭା ନିର୍ବାଚନ ୨୦୨୨ ମସିହାରେ ଆମ ଆଦମୀ ପାର୍ଟି (ଆପ)ର ବିଜୟ ସହ ପାର୍ଟି କର୍ମୀ ଏବଂ ସମର୍ଥକମାନେ ପଞ୍ଜାବରେ ଏହି ବିଜୟର ଉତ୍ସବକୁ ପାଳନ କରିଛନ୍ତି। ଦିଲ୍ଲୀର ଆପ କର୍ମୀମାନେ ମଧ୍ୟ ପାର୍ଟି ମୁଖ୍ୟାଳୟରେ ଏହି ଉତ୍ସବକୁ ପାଳନ କରିବା ଆରମ୍ଭ କରି ଦେଇଛନ୍ତି।

ଜଣେ ସମର୍ଥକ ତାଙ୍କର ପିଲାକୁ ଏକ ସୁନ୍ଦର ପୋଷାକରେ ସଜେଇ ଆଣିଥିଲେ। ଏହି ଶିଶୁ ଜଣକ ଅରବିନ୍ଦ କେଜ୍ରିୱାଲ ଏବଂ ଭଗୱନ୍ତ ମାନଙ୍କର ମିଶ୍ରଣର ବେଶରେ ସଜେଇ ହୋଇଥିଲା। ତେବେ ଏହି ବେଶ ବହୁ ପୂର୍ବରୁ ଶିଶୁ ଜଣକ ‘ବେବି କେଜ୍ରିୱାଲ’ ନାମରେ ମଧ୍ୟ ଜଣାଶୁଣା ରହିଛି।

ଏହା ପ୍ରଥମ ଘଟଣା ନୁହେଁଯେ ପିଲାଟି ଦିଲ୍ଲୀର ମୁଖ୍ୟମନ୍ତ୍ରୀମାନଙ୍କ ସମେତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି। ଦୁଇ ବର୍ଷ ପୂର୍ବେ ଦିଲ୍ଲୀର ବିଧାନସଭା ନିର୍ବାଚନ ସମୟରେ ଏହି ଶିଶୁ ଚର୍ଚ୍ଚାକୁ ଆସିଥିଲା। ତିନି ବର୍ଷର ଏହି ଶିଶୁର ନାମ ହେଉଛି ଆଭ୍ୟାନ ତୋମାର। ଆମ ଆଦମୀ ପାର୍ଟିର ସମର୍ଥକ କୁହାଯାଉଥିବା ଏହି ଶିଶୁ ଜଣକ ରାହୁଲ ତୋମାର ଏବଂ ମୀନାକ୍ଷୀ ତୋମାରଙ୍କର ପୁଅ ଅଟେ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯିଏକି ରାହୁଲ ଏବଂ ମୀନାକ୍ଷୀ ତୋମାର ନିଜର ପିଲାକୁ ଆପ ମୁଖ୍ୟ ଭାବରେ ସଜାଇ ପାର୍ଟି ପାଇଁ ନିଜର ସମର୍ଥନ ପ୍ରଦର୍ଶନ କରିଛନ୍ତି। ସାତ ବର୍ଷ ପୂର୍ବେ ତାଙ୍କର ଝିଅ ପରୀଙ୍କୁ ମଧ୍ୟ ‘ଲିଟିଲ କେଜ୍ରିୱାଲ’ ଭାବରେ ସେମାନେ ସଜାଇଥିଲେ। ଆଉ ପରୀର ଫଟୋ ମଧ୍ୟ ସେ ସମୟରେ ବହୁତ ଭାଇରାଲ ହୋଇଥିଲା।

Leave A Reply

Your email address will not be published.