ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ,ମୁଣ୍ଡଜାମିନ କରି ପରିବାରକୁ ମାଗିଥିଲେ ୫୦୦୦୦୦ ଟଙ୍କା

0

Get real time updates directly on you device, subscribe now.

ବର୍ତମାନ ର ସମୟ ଭାରି ଜଟିଳତର । ଜୀବନ ରେ ବହୁତ୍ କିଛି ଦୁର୍ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ । ତେଣୁ ଯେତେ ସତର୍କତା ଅବଲମ୍ବନ କରି ଯେ କୌଣସି କାର୍ଯ୍ୟ କରିବା ଉଚିତ୍ । ବର୍ତ୍ତମାନ୍ ର ସମୟ ଏପରି ଯେ ଘରୁ ବାହାରିବା ମାତ୍ରେ ଦୁର୍ଘଟଣା ସାମ୍ନା କରିବାକୁ ପଡ଼ୁଚି । କେଉଁଠି ଚୋରି ହୋଇ ଯାଉଚି ତ ଆଉ କେଉଁଠି ଲୁଟ ହେଉଛି । ଆଉ କେଉଁଠି ପଇସା ପାଇଁ ଲୋକ ଙ୍କୁ ଅପହରଣ ହେଉଛି । ଏହିପରି ସମାଜ ବିରୋଧୀ କାମ ସବୁ ସମୟ ରେ ଘଟୁଛି । ତେବେ ସମସ୍ତଙ୍କୁ ସତର୍କତା ର ସହିତ ଚାଲିବାକୁ ହେବ ।

ତେବେ ଏପରି ଘଟଣା ଅଧିକାଂଶ ରାଜଧାନୀ ରେ ହିଁ ଘଟିଥାଏ । ତେବେ ଏହି ଘଟଣା ଟି ମଧ୍ୟ ରାଜଧାନୀରେ ଏକ ହୋଟେଲରେ ଘଟିଛି , ସେଠାରେ ତାଙ୍କୁ ରଖି ନିର୍ଧୂମ ମାଡ଼ । ଗଡ଼େଇତଡ଼େଇ ବେଲଟ୍‌ରେ ପ୍ରହାର । ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ବିବେକାନନ୍ଦ ମହାଳିକ । ହନୁମାନ ପଇସା ବିକିବା ପାଇଁ ଅନେକ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଆଣିଥିଲେ ।

ଟଙ୍କା ଦେଇଥିବା ଲୋକମାନେ ହନୁମାନ ପଇସା ମାଗିବା ପରେ ଆଉ ଧରାଛୁଆଁ ଦେଉନଥିଲେ ବିବେକାନନ୍ଦ । ନିକଟରେ ବିବେକାନନ୍ଦ ଗାଁରୁ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ୧୦ ଜଣ ଲୋକ ଅପହରଣ କରିନେଇଥିଲେ । ତାଙ୍କୁ ମୁଣ୍ଡ ଜାମିନ କରି ଏକ ହୋଟେଲରେ ରଖିଥିଲେ । ତେବେ ସେହି ଲୋକ ମାନେ ତାଙ୍କ ପରିବାର ଲୋକଙ୍କୁ ଭିଡିଓ କଲ୍‌ କରି ବିବେକାନନ୍ଦଙ୍କୁ ଛାଡ଼ିବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ପରିବାର ଲୋକ ଭୁବନେଶ୍ୱରର ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ପରିବାର ଲୋକ ଙ୍କ ଅଭିଯୋଗ ପରେ ବିବେକନନ୍ଦଙ୍କ ମୋବାଇଲ ନମ୍ବର ର ଲୋକେଶନ ଟ୍ରାକ କରି ଘଟଣା ସ୍ଥଳରେ ପହଞ୍ଚିଥିଲା ତମାଣ୍ଡୋ ଥାନା ପୋଲିସ । ୩ ଅପହରଣକାରୀଙ୍କୁ ଗିରଫ କରିବା ସହ ବିବେକକୁ ଘଟଣାସ୍ଥଳରୁ ଉଦ୍ଧାର କରିଛି । ଏହି ଘଟଣାରେ ଅନ୍ୟ ୭ ଜଣ ଫେରାର ଅଛନ୍ତି । ତେବେ ସେମାନଙ୍କ ମଧ୍ୟ ରେ ପ୍ରଶାନ୍ତ ରହିଛି ଯିଏ କି କଟକର ମାଷ୍ଟରମାଇଣ୍ଡ । ଅନ୍ୟପଟେ ଟଙ୍କା ଠକିଥିବା ଅଭିଯୋଗରେ ବିବେକକୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଫେବ୍ରୁଆରୀ ମାସରେ କମିସନରେଟ ପୋଲିସର ୨୮ଟି ଅପହରଣ ମାମଲା ରୁଜୁ କରିଛି । ତେବେ ଏପରି ପଇସା ପାଇଁ ଅନେକ ଅପହରଣ ମାମଲା ନୀତି ଚାଲିଛି । ଅପହରଣକାରୀ ମାନେ ପରିବାର ଠାରୁ ବେଶ୍ ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି ।

Leave A Reply

Your email address will not be published.