ପାଣି ଢାଳି ୟୁକ୍ରେନର ଜଣେ ଲୋକ ରୁଷ ପକାଇଥିବା ଏକ ବଡ ବୋମାକୁ କଲା ଡିଫ୍ୟୁଜ୍ ,ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ !

0

Get real time updates directly on you device, subscribe now.

ୟୁକ୍ରେନ ଉପରେ ଆକ୍ରମଣ କରି ରୁଷ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ସମୟରେ, ତୃତୀୟ ବିଶ୍ୱଯୁଦ୍ଧର ଭୟ ସୃଷ୍ଟି ହୋଇଛି।ରୁଷର ଆକ୍ରମଣର ଅନେକ ଭିଡିଓ ସୋସିଆଲ ମିଡିଆରେ ବାହାରକୁ ଆସୁଛି। ଏହି ସମୟରେ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଆପଣଙ୍କ ହୋସ ଉଡାଇ ଦେବ। ଏହି ଭିଡିଓରେ, ଜଣେ ୟୁକ୍ରେନ୍ର ବ୍ୟକ୍ତି ରୁଷର ଏକ ବଡ ବୋମା ଉପରେ ପାଣି ଢାଳି ଡିଫ୍ୟୁଜ୍ କରୁଥିବା ଦେଖାଯାଇଛି।

ଚକିତ କରିଦେଲା ଭଳି ଭିଡିଓ:-

ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଦୁଇ ୟୁକ୍ରେନ ନାଗରିକ କେବଳ ହାତରେ ବୋତଲରେ ପାଣି ସାହାଯ୍ୟରେ ଏକ ବିରାଟ ବୋମାକୁ ଡିଫ୍ୟୁଜ୍ କରୁଛନ୍ତି। ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓକୁ ୟୁକ୍ରେନ ବିସ୍ଫୋରକ ବିଶେଷଜ୍ଞ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଭିଡିଓ ରୁଷର ଆକ୍ରମଣ ମଧ୍ୟରେ ୟୁକ୍ରେନ ନାଗରିକଙ୍କ ସାହସ ଏବଂ ଦୃଢ଼ତାର ପ୍ରମାଣ ଦେଖା ଯାଉଚି।

ଆପଣଙ୍କୁ କହି ଦେଉଛୁଯେ ୟୁକ୍ରେନର ନାଗରିକମାନେ କେବଳ ନିଜ ହାତରେ ଡିଫ୍ୟୁଜ୍ କରୁଥିବା ଏହି ବୋମା ସାଧାରଣ ବୋମା ନୁହେଁ। ସିରିଆ ଆଣ୍ଡ କାଉଣ୍ଟରିଙ୍ଗ ଟେରେଜିମ ଆଣ୍ଡ ଏକଷ୍ଟ୍ରିମଯିମ ପ୍ରୋଗ୍ରାମର ନିର୍ଦ୍ଦେଶକ ଚାର୍ଲ୍ସ ଲିଷ୍ଟରଙ୍କ ଅନୁଯାୟୀ, ଡିଫେଡ୍ ହୋଇଥିବା ବୋମା ଏତେ ଶକ୍ତିଶାଳୀ ଯେ ଏହା ଏକ ବୃହତ୍ ଅଟ୍ଟାଳିକାକୁ ମଧ୍ୟ ତୁରନ୍ତ ଧୋନ୍ସ କରିପାରିବ। ଡିଫ୍ୟୁଜ୍ ବୋମା ର ଏହି ଭିଡିଓ ଇଣ୍ଟରନେଟରେ ଏକ ସମ୍ବେଦନଶୀଳତା ସୃଷ୍ଟି କରିଛି। ଚାର୍ଲ୍ସ ଲିଷ୍ଟର କହିଛନ୍ତି ଯେ ଏହି ବୋମାକୁ ଏହିପରି ଡିଫ୍ୟୁଜ୍ କରିବା ଅତ୍ୟନ୍ତ ସାହସର କାର୍ଯ୍ୟ ଅଟେ। ଭିଡିଓ ଦେଖନ୍ତୁ-

ବୋମା ଉପରେ ଲଗାତାର ପାଣି ଢ଼ଳାଗଲା:-

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବୋମାକୁ ନିଷ୍କ୍ରିୟ କରିବା ସମୟରେ ଜଣେ ବ୍ୟକ୍ତି କ୍ରମାଗତ ଭାବରେ ବୋମା ଉପରେ ବୋତଲରୁ ପାଣି ଢାଳୁଳୁଥିଲା। ଋଷ କ୍ରମାଗତ ଭାବରେ ୟୁକ୍ରେନ ଉପରେ ବୋମା ପକାଉଥିବା ବେଳେ ଏହି ଭିଡିଓ ସାମ୍ନାକୁ ଆସିଛି। ନିକଟରେ ରୁଷର MoD କହିଛି ଯେ ରୁଷ ୟୁକ୍ରେନ ଉପରେ TOS-1A ବୋମା ପକାଉଛି। ଏହି ବୋମାଗୁଡ଼ିକ ଲୋକମାନଙ୍କର ଫୁସଫୁସକୁ ସଂପୂର୍ଣ୍ଣ ନଷ୍ଟ କରିଦିଏ। ଏହା ଲୋକମାନଙ୍କର ଆଭ୍ୟନ୍ତରୀଣ ଅଙ୍ଗକୁ ବହୁତ କ୍ଷତି ପହଞ୍ଚାଇଥାଏ।

Leave A Reply

Your email address will not be published.