ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଇଥିଲେ ବି ଚିନ୍ତା କରନ୍ତୁ ନାହିଁ,ତଥାପି ଆପଣ ଉଠାଇ ପାରିବେ ଟଙ୍କା, ଜାଣନ୍ତୁ ପୁରା ପ୍ରକ୍ରିୟା

0

Get real time updates directly on you device, subscribe now.

ସମସ୍ତ ଜନଧନ ଆକାଉଣ୍ଟଧାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ । ବିନା ବାଲାନ୍ସ ରେ ଜନଧନ ଆକାଉଣ୍ଟରୁ ମିଳିପାରିବ ଟଙ୍କା । ସାଧାରଣତଃ ସେଭିଂ ବ୍ୟାଙ୍କ ଆକାଉଣ୍ଟରେ ପ୍ରତିମାସରେ ସର୍ବନିମ୍ବ ବାଲାନ୍ସ ନଥିଲେ ଗ୍ରାହକମାନଙ୍କୁ ଜୋରିମାନା ଦେବାକୁ ପଡିଥାଏ । ଦରମା ଆକାଉଣ୍ଟ ପାଇଁ ବ୍ୟାଙ୍କଗୁଡିକ ଏହାକୁ ବାଧ୍ୟତାମୂଳକ କରନ୍ତି ନାହିଁ । କିନ୍ତୁ ଏହା ପରେ ପରେ ବି ଏପରି କିଛି ଆକାଉଣ୍ଟ ରହିଛି, ଯେଉଁଠାରେ ସର୍ବନିମ୍ବ ବାଲାନ୍ସ ରଖିବାର କୌଣସି ଆବଶ୍ୟକତା ନାହିଁ । ସେଭଳି ଆକାଉଣ୍ଟ ମଧ୍ୟରେ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ଆମ କେନ୍ଦ୍ର ସରକାର “ପ୍ରଧାନମନ୍ତ୍ରୀ ଜନଧନ ଯୋଜନା” ଅଧୀନରେ ଏକ ଜିରୋ ବାଲାନ୍‌ସ ସେଭିଂ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଇଥାନ୍ତି ।

ସେଥିରେ ଦୁ-ର୍ଘ-ଟ-ଣା ବୀମା, ଓଭରଡ୍ରାଫ୍ଟ ସୁବିଧା ଓ ଚେକବୁକ୍ ସହିତ ଆଉ ଅନ୍ୟାନ୍ୟ ପ୍ରକାର ସୁବିଧା ମଧ୍ୟ ମିଳିଥାଏ । ଜନଧନ ଯୋଜନା ଅଧୀନରେ ଆପଣଙ୍କ ଆକାଉଣ୍ଟରେ କୌଣସି ବାଲାନ୍‌ସ ନଥିଲେ ମଧ୍ୟ ଆପଣ ଦଶହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ଏବେ ପାଇପାରିବେ । ପୂର୍ବରୁ ଏହି ଯୋଜନାର ପରିମାଣ ମାତ୍ର ପାଞ୍ଚହଜାର ଟଙ୍କା ଥିବାବେଳେ ବର୍ତମାନ ସମୟରେ ସରକାର ସେହି ମୂଲ୍ୟକୁ ବର୍ଦ୍ଧିତ କରି ଦଶହଜାର ଟଙ୍କା କରି ଦେଇଛନ୍ତି । କଣ ଶୁଣିକି ଆପଣ ମାନଙ୍କୁ ବିଶ୍ୱାସ ହେଉ ନାହିଁ କି । ହେଲେ କଥାଟି ସତ । ଏବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ପଇସା ନଥିଲେ ମଧ୍ୟ ଆପଣ ପଇସା ଉଠାଇ ଖର୍ଚ୍ଚ କରି ପାରିବେ କେବଳ ଏହା ଉପରେ ଆପଣଙ୍କୁ ସୁଧ ଦେବାକୁ ପଡ଼ିଥାଏ । ଏହି ବ୍ୟବସ୍ଥାକୁ ସାଲାରୀ ଓଭରଡ୍ରାଫ୍ଟ ଲୋନ୍ ବୋଲି କୁହା ଯାଇଥାଏ ।

ସଠିକ୍ ଜରୁରୀ ନିୟମାବଳୀ ଜାଣିଥିଲେ ଏହି ଲୋନ ବ୍ୟାଙ୍କରୁ ଆପଣଙ୍କୁ ତୁରନ୍ତ ମିଳି ଯାଇଥାଏ । ତେବେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ଓ ପ୍ରଣାଳୀ ସବୁ ରହି ଅଛି । ଯାହାକି ହେଲା ଆକାଉଣ୍ଟ ରେ ଓଭର ଡ୍ରାଫ୍ଟ ସୁବିଧା ପାଇଁ ବୟସ ସୀମା ସର୍ବାଧିକ ୬୫ ବର୍ଷ ଧାର୍ଯ୍ୟ କରାଯାଇଛି । ଏହି ସୁବିଧାର ଫାଇଦା ଉଠାଇବାକୁ ହେଲେ ଆପଣଙ୍କୁ ଜନଧନ ଆକାଉଣ୍ଟ ରେ ଅତି କମରେ ୬ ମାସ ପୂରଣ ହେବା ଉଚିତ । ନଚେତ ଆପଣଙ୍କୁ କେବଳ ୨୦୦୦ ଟଙ୍କା ପର୍ଯ୍ୟନ୍ତ ହିଁ ଟଙ୍କା ମିଳିପାରିବ । ଏହି ଜନଧନ ଯୋଜନା କଣ ? ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସରକାରଙ୍କ ଏକ ମହତ୍ତ୍ଵପୂର୍ଣ୍ଣ ଯୋଜନା ଯାହା ବାଙ୍କିଂ ସେଭିଂ ତଥା ଜନଖାତା, ଋଣ, ବିମାରି ପେନସନ ଭଳି ଅନେକ ସୁବିଧା ଭାରତର ନାଗରିକଙ୍କ ପାଇଁ ଚେଷ୍ଟା କରିଥାଏ ।

ଏହି ଖାତା କୌଣସି ବି ବ୍ୟାଙ୍କ କର୍ମଚାରୀ ବା ପ୍ରତିନିଧି ବା ଆଉଟଲଟରେ ଖୋଲାଯାଇ ହେବ । ତେବେ ଚାଲନ୍ତୁ ଜାଣିବା ଏହି ଆକାଉଣ୍ଟ କେମିତି ଖୋଲିବେ । ଜନଧନ ଯୋଜନା ଅନୁସାରେ ଏହି ଖାତା ବ୍ୟାଙ୍କରେ ଜିରୋ ବାଲାନ୍ସରେ ଖୋଲିହେବ । କିନ୍ତୁ ଯଦି ଆପଣ ଚାହିଁବେ ତେବେ ପ୍ରାଇଭେଟ ବ୍ୟାଙ୍କରେ ମଧ୍ୟ ଏହି ଆକାଉଣ୍ଟ ଖୋଲି ପାରିବେ । ଯଦି ଆପଣଙ୍କ ପାଖରେ କୌଣସି ସେଭିଂ ଆକାଉଣ୍ଟ ଅଛି ତେବେ ଆପଣ ତାହାକୁ ମଧ୍ୟ ଜନଧନ ଆକାଉଣ୍ଟରେ ପରିଣତ କରିପାରିବେ । ଭାରତରେ ରହୁଥିବା କୌଣସି ବି ନାଗରିକ ଯାହାର ବୟସ ୧୦ ବର୍ଷରୁ ଅଧିକ ରହିଛି ସେମାନେ ଏହି ଜନଧନ ଖାତା ଖୋଲିପାରିବ । ତେବେ ବନ୍ଧୁଗଣ ଏହା ଥିଲା ସରକାରଙ୍କ କିଛି ବଡ ଅପଡେଟ ।

Leave A Reply

Your email address will not be published.