HDFC ବ୍ୟାଙ୍କରେ ନିଯୁକ୍ତି,୫୮ ହଜାର ୨୦୦ ଟଙ୍କା ଦରମା, ଜଲଦି ଆବେଦନ କରନ୍ତୁ

0

Get real time updates directly on you device, subscribe now.

ବର୍ତ୍ତମାନ HDFC ବ୍ୟାଙ୍କରେ ନିଯୁକ୍ତି ପାଇବା ପାଇଁ ଉପଯୁକ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆପଣଙ୍କ ନିକଟରେ ଯଦି ଏହି ପୋଷ୍ଟ ପାଇଁ ଦକ୍ଷତା ଅଛି ତେବେ ଆପଣ ଏହି ଚାକିରି ପାଇପାରିବେ। HDFC ବ୍ୟାଙ୍କରେ ୧୩୬୭ଟି ପଦବୀରେ PO, କ୍ଲର୍କ, ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ କାର୍ଯ୍ୟନିର୍ବାହୀ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଛି। ୧୩୬୭ଟି ପୋଷ୍ଟ ଏହି ସବୁ ପଦବୀ ପାଇଁ ଖାଲି ପଡିଛି ଓ ଏଥିପାଇଁ ଦରମା ପ୍ରାୟ ୫୮ ହଜାର ୨୦୦ ଟଙ୍କା ରହିଛି।

HDFC ବ୍ୟାଙ୍କରେ ନିଯୁକ୍ତି ପାଇଁ ଦକ୍ଷତା:-

ଇଚ୍ଛା କରୁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ସ୍ନାତକ ଏବଂ ପୋଷ୍ଟ ଗ୍ରାଜୁଏଟ କିମ୍ବା ସ୍ୱୀକୃତିପ୍ରାପ୍ତ ବୋର୍ଡ / ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ୫୦ ପ୍ରତିଶତ ମାର୍କ ରଖି ସ୍ନାତକ ଏବଂ ପୋଷ୍ଟ ଗ୍ରାଜୁଏଟ ପ୍ରାର୍ଥୀମାନେ ପାସ ହୋଇଥିବା ଆବଶ୍ୟକ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୧। ଏହି ଚାକିରି ପାଇଁ ବୟସର ସୀମା ୨୧ – ୨୬ ବର୍ଷ ହୋଇଥିବା ଆବଶ୍ୟକ। ଆବେଦନ କରିବା ପାଇଁ ତାରିଖ ୧ ମାର୍ଚ୍ଚରୁ ଆରମ୍ଭ ହୋଇଯାଇଛି।

ତେବେ ଉପଯୁକ୍ତ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ https://www.hdfcbank.com/ କୁ ଯାଇ ଏହି ପଦବୀ ପାଇଁ ଆବେଦନ କରିପାରିବେ। ୦୧.୦୬.୨୦୨୧ ସୁଦ୍ଧା ଆପଣଙ୍କୁ ୨୧ ବର୍ଷ ବୟସ କିମ୍ବା ୨୭ ବର୍ଷରୁ କମ ବୟସ ହୋଇଥିବା ଆବଶ୍ୟକ। HDFC ବ୍ୟାଙ୍କ ସହ କିମ୍ବା ଫ୍ୟୁଚର ବ୍ୟାଙ୍କର୍ସ ପ୍ରୋଗ୍ରାମରେ ଆପଣଙ୍କର କୌଣସି ସମ୍ପର୍କୀୟ ରହିବା ଉଚିତ ନୁହେଁ।

ଅଦାଲତରେ ଆପଣଙ୍କର କୌଣସି ବିଚାରାଧୀନ ଆଇନଗତ ମାମଲା ରହିବା ମଧ୍ୟ ଉଚିତ ନୁହେଁ। ବର୍ତ୍ତମାନ ଯେଉଁ ପ୍ରାର୍ଥୀମାନେ HDFC ବ୍ୟାଙ୍କ କିମ୍ବା ଏହାର ସହାୟକ କମ୍ପାନୀରେ ନିୟୋଜିତ ଅଛନ୍ତି ସେମାନେ ଏହି କାର୍ଯ୍ୟକ୍ରମ ପାଇଁ ଆବେଦନ କରିବା ପାଇଁ ଯୋଗ୍ୟ ନୁହଁନ୍ତି। ଥରେ ଆପଣ ଫ୍ୟୁଚର ବ୍ୟାଙ୍କର୍ସ ପ୍ରୋଗ୍ରାମ ପାଇଁ ପଞ୍ଜୀକୃତ ହୋଇଗଲେ, ଆପଣ ୬ ମାସ ପର୍ଯ୍ୟନ୍ତ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ ନାହିଁ। ତେଣୁ ଯୋଗ୍ୟ ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଇ କ୍ଲିକ କରି ଏଥିପାଇଁ ଆବେଦନ କରିପାରିବେ। ଆପ୍ଲିକେସନ୍ ଫର୍ମକୁ ଆପଣ ଯତ୍ନର ସହ ପୁରଣ କରନ୍ତୁ। ଏହା ପରେ ସବମିଟ କରନ୍ତୁ। HDFCର ଏହି ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ବିଷୟରେ କହିବାକୁ ଗଲେ, ଏହା ଅନଲାଇନ ଆସେସମେଣ୍ଟ କରାଯିବ।

ଅନଲାଇନ ମାଧ୍ୟମରେ ମୂଲ୍ୟାଙ୍କନ ମଧ୍ୟ କରାଯିବ। ଆସେସମେଣ୍ଟ ବିଷୟରେ କହିବାକୁ ଗଲେ ଏଥିରେ ଇଂଗ୍ରାଜୀ ଭାଷା, ଲଜିକାଲ ଓ କ୍ୱାଣ୍ଟିଟେଟିଭ୍ ଆବିଲିଟି, ପର୍ସନାଲିଟି ଟେଷ୍ଟ ଏବଂ ସେଲ୍ସ ଆପ୍ଟିଟ୍ୟୁଡ୍ ବିଷୟରେ ପରୀକ୍ଷା କରାଯିବ। ତାପରେବ୍ୟକ୍ତିଗତ ସାକ୍ଷାତକାର ମଧ୍ୟ ଏଥିପାଇଁ କରାଯିବ।

Leave A Reply

Your email address will not be published.