ଇଏ ହେଉଛି ପୁଟିନଙ୍କ ରହସ୍ୟମୟୀ ଗ୍ରାଣ୍ଡ ପ୍ୟାଲେସ,ଆଶ୍ଚର୍ଯ୍ୟଜନକ ଅଟେ ସିକ୍ୟୁରିଟି ଏବଂ ବିଳାସପୂର୍ଣ୍ଣ ସାମ୍ରାଜ୍ୟ !

0

Get real time updates directly on you device, subscribe now.

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଖତରନାକ ମୋଡ଼ ନେଇଛି । ୟୁକ୍ରେନରେ ଋଷୀୟ ସେନା ଲଗାତାର ଭାବେ ଆକ୍ରମଣ କରୁଛନ୍ତି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଯଦି ରୁଷ ର ସର୍ତ୍ତକୁ ୟୁକ୍ରେନ ମାନିବ, ତେବେ ଯୁଦ୍ଧ ସମାପ୍ତ ହୋଇଯିବ । ଏହି ଯୁଦ୍ଧ ମଧ୍ୟରେ ପୁଟିନଙ୍କ ବିଷୟରେ ଅଧିକ ଚର୍ଚ୍ଚା ହେଉଛି । ତେବେ ଚାଲନ୍ତୁ ଆମେ ଆପଣଙ୍କୁ ପୁଟିନଙ୍କ ସିକ୍ରେଟ ହାଉସ ବିଷୟରେ କହିବୁ ।

ରୁଷର ରାଷ୍ଟ୍ରପତି ପୁଟିନଙ୍କ ଘର ବିଳାସପୂର୍ଣ୍ଣ କାରଣରୁ ସାରା ଦୁନିଆରେ ପ୍ରସିଦ୍ଧ ଅଟେ । କୁହାଯାଉଛି ଯେ ତାଙ୍କ ରାଜମହଲ ବହୁତ୍ ରହସ୍ୟମୟୀ ଅଟେ । ତାଙ୍କର ଏହି ଶିକ୍ରେଟ ହାଉସ ରେ ଗୋଟେ ମାଛି ମଧ୍ୟ ପ୍ରବେଶ କରିପାରିବ ନାହିଁ । ରାଜଧାନୀ ମାସ୍କୋରେ ଥିବା ପୁଟିନଙ୍କ ଶିକ୍ରେଟ୍ ମହଲର ନାମ ଦ ଗ୍ରାଣ୍ଡ କ୍ରେମଲିନ ଅଟେ । ଏହି ଘରେ ସବୁ ଆଡ଼େ ଋଷୀୟ ରାଜଶାହି ଦେଖାଯାଆନ୍ତି । ରୁଷର ପାୱାର କୁହାଯାଉଥିବା ଏହି ମହଲ ଦୁନିଆଁ ପାଇଁ ବହୁତ୍ ବଡ ପ୍ୟାଲେଶ୍ ଅଟେ । କ୍ରେମଲିନ ଗୋଟିଏ ବିଶେଷ ଦୁର୍ଗ ଅଟେ । ଏପରି ଦୁର୍ଗ ସାମନ୍ତବାଦୀ ଯୁଗରେ ଋଷୀୟ ରାଜା ତିଆରି କରୁଥିଲେ ।

ପ୍ୟାଲେସର ସୁରକ୍ଷା ବହୁତ୍ ଖାସ୍ ପ୍ରକାରର :-

କ୍ରେମଲିନର ସୁରକ୍ଷା ବହୁତ୍ କଡାକଡି ରହିଥାଏ, ଯାହାକୁ ଦେଖିବାପରେ ଯେ କେହି ଚକମା ଖାଇପାରନ୍ତି । ଏହାର ସୁରକ୍ଷା ପାଇଁ 21ଟି ଟାୱାର ଲଗାଯାଇଛି । ଏହି ଗ୍ରାଣ୍ଡ ପ୍ୟାଲେସ ଦୁଇ ମହଲା ବିଶିଷ୍ଟ ଅଟେ । କିନ୍ତୁ ଦେଖିବାକୁ ଗଲେ ତିନି ମହଲା ଦେଖାଯାଇଥାଏ ।

25000 ବର୍ଗ ମିଟର ରେ ତିଆରି ହୋଇଛି ପ୍ୟାଲେସ :-

ଏହି ପ୍ୟାଲେସକୁ 25000 ବର୍ଗ ମିଟର ରେ ତିଆରି କରାଯାଇଛି । କ୍ରେମଲିନ ପ୍ୟାଲେସର ଚଉଡ଼ା 124 ମିଟର ଅଟେ ଏବଂ ଉଚ୍ଚତା 47 ମିଟର ଅଟେ । କ୍ରେମଲିନ ପ୍ୟାଲେସକୁ 1.5 ମାଇଲ ଲମ୍ବା ଏବଂ 21 ଫୁଟ ମୋଟା ଉଚ୍ଚ କାନ୍ଥ ଦ୍ଵାରା ଘେରି ହୋଇ ରହିଛି । ଗ୍ରାଣ୍ଡ କ୍ରେମଲିନ ପ୍ୟାଲେସର ଅନେକ ଟାୱାର ତଳେ ଟନେଲ ତିଆରି କରାଯାଇଛି । ଏହି ସୁଡ଼ଙ୍ଗ ବିପଦପୂର୍ଣ୍ଣ ପରିସ୍ଥିତିରେ ବାହାରିବା ପାଇଁ ବ୍ୟବହାର କରାଯାଇପାରିବ ।

କ୍ରେମଲିନ ପ୍ୟାଲେସରେ ରୁହନ୍ତି ପୁଟିନ :-

କ୍ରେମଲିନ ପ୍ୟାଲେସରେ 800ରୁ ଅଧିକ ରୁମ୍ ତିଆରି କରାଯାଇଛି । ଏହି ପ୍ୟାଲେସ ର ନିର୍ମାଣ 1961 ମସିହାରେ କରାଯାଇଥିଲା, ଯାହା 16 ମିଟର ତଳ ପର୍ଯ୍ୟନ୍ତ ଅଟେ । ଏହାର ବ୍ୟବହାର ଏମର୍ଜେନ୍ସିରେ କରାଯାଇପାରେ । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରେମଲିନ ପ୍ୟାଲେସରେ ହିଁ ରୁହନ୍ତି । ତାଙ୍କର ଏଠାକୁ ଆସିବା ବିଷୟରେ ବହୁତ୍ କମ୍ ଲୋକଙ୍କୁ ହିଁ ଜଣା ଥାଏ ।

Leave A Reply

Your email address will not be published.