SBI Offer :ଏସବିଆଇ ଗ୍ରାହକମାନଙ୍କୁ ମାଗଣାରେ ମିଳୁଛି 2 ଲକ୍ଷ ଟଙ୍କାର ଲାଭ ! ବାସ୍ ଫଟା-ଫଟ୍ କରିନିଅନ୍ତୁ ଏହି କାମ |

0

Get real time updates directly on you device, subscribe now.

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ର ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି | ଏସବିଆଇ ନିଜର ଗ୍ରାହକଙ୍କୁ ମାଗଣାରେ 2 ଲକ୍ଷ ଟଙ୍କାର ସୁବିଧା ପଦେଉଛି | ଯଦି ଆପଣ ମଧ୍ୟ SBI ର ଗ୍ରାହକ, ତେବେ ନିଶ୍ଚିତ ଭାବରେ ଆପଣ ଏହି ଖବର ପଢନ୍ତୁ |RuPay ଡେବିଟ୍ କାର୍ଡ ବ୍ୟବହାର କରୁଥିବା ସମସ୍ତ ଜନ-ଧନ ଖାତା-ଧିକାରୀଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଆକ୍ସିଡେଣ୍ଟାଲ୍ କଭର ଦେଉଛି | ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ ପ୍ରକ୍ରିୟା |

ଏହିପରି ମିଳିବ 2 ଲକ୍ଷର କଭର :-

ଏସବିଆଇ ତରଫରୁ ଗ୍ରାହକମାନଙ୍କୁ ସେମାନଙ୍କର ଜନ-ଧନ ଖାତା ଖୋଲିବାର ଅବଧି ଅନୁଯାୟୀ ବୀମାର ରାଶି ସ୍ଥିର ହେବ | ଯେଉଁ ଗ୍ରାହକଙ୍କର ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଖାତା ଅଗଷ୍ଟ 28 2018 ପର୍ଯ୍ୟନ୍ତ ଖୋଲା ଯାଇଛି ସେମାନଙ୍କୁ ଦିଆଯାଇଥିବା RuPay PMJDY କାର୍ଡରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବୀମା ରାଶି ମିଳିବ | ଯେତେବେଳେ କି ଅଗଷ୍ଟ 28,2018 ପରେ ଜାରି ହୋଇଥିବା RuPay କାର୍ଡରେ, 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକସ୍ମିକ କଭର ସୁବିଧା ବେନିଫିଟ୍ ମିଳିବ |

ଏହି ଲୋକଙ୍କୁ ମିଳିବ ଫାଇଦା :-

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ହେଉଛି ଏକ ଏପରି ଯୋଜନା ଯେଉଁଥିରେ ଦେଶର ଗରିବମାନଙ୍କର ଖାତା ଜିରୋ ବାଲାନ୍ସରେ ବ୍ୟାଙ୍କ, ପୋଷ୍ଟ ଅଫିସ୍ ଆଉ ଜାତୀୟକରଣ ବ୍ୟାଙ୍କରେ ଖୋଲା ଯାଇଥାଏ | ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (PMJDY) ଅଧୀନରେ ଗ୍ରାହକଙ୍କୁ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି | ଏଥିରେ ଯେକୌଣସି ବ୍ୟକ୍ତି ଡକ୍ୟୁମେଣ୍ଟକୁ ଜମା କରେଇ ଅନ୍-ଲାଇନ୍ କିମ୍ବା ବ୍ୟାଙ୍କ ଯାଇକରି ଜାନ ଧାନ ଖାତା ଖୋଲିପାରିବେ | ଏତିକି ହିଁ ନୁହେଁ ଯେକେହି ବି ନିଜର ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟକୁ ଜନଧନରେ ରୂପାନ୍ତର କରିପାରିବେ | ଏଥିରେ ବ୍ୟାଙ୍କ ତରଫରୁ RuPay ପ୍ରଦାନ କରାଯାଇଥାଏ | ଏହି ଡେବିଟ୍ କାର୍ଡର ବ୍ୟବହାର ଦୁର୍ଘଟଣାଜନିତ ମୃତ୍ୟୁ ବୀମା, କ୍ରୟ ସୁରକ୍ଷା କଭର ଆଉ ଅନ୍ୟାନ୍ୟ ସୁବିଧା ପାଇଁ କରାଯାଇ ପରେ |

କେମିତି ମିଳିବ ଏହି ଯୋଜନାର ଲାଭ :-

ଜନଧନ ଖାତାଧିକାରୀ ମାନଙ୍କୁ RuPay ଡେବିଟ୍ କାର୍ଡ ଦ୍ୱାରା ମିଳୁଥିବା ଆକ୍ସିଡେଣ୍ଟାଲ୍ ଡେଥ୍ ଇନସୁରାନ୍ସର ଲାଭ ସେତେବେଳେ ମିଳିବ ଯେତେବେଳେ ବୀମାଧାରାକ ଦୁର୍ଘଟଣା ହେବା ତାରିଖରୁ 90 ଦିନ ମଧ୍ୟରେ ଇଣ୍ଟ୍ରା କିମ୍ବା ଇଣ୍ଟର ବ୍ୟାଙ୍କ ଉଭୟରେ ହିଁ କୌଣସି ବି ଚ୍ୟାନେଲରେ କୌଣସି ବି ସଫଳ ଆର୍ଥିକ କିମ୍ବା ଅଣ-ଆର୍ଥିକ ନେବା ଆଣିବା କରିଥିବେ | ଏହିଭଳି ସ୍ଥିତିରେ ହିଁ ଟଙ୍କା ରଶିର କ୍ଷତିପୂରଣ କରାଯିବ |

ଏହିପରି ଉଠେଇବେ ଲାଭ :-

କ୍ଳେମ୍ ପାଇବାକୁ ହେଲେ ଆପଣଙ୍କୁ ସର୍ବପ୍ରଥମେ କ୍ଳେମ୍ ଫର୍ମ ପୂରଣ କରିବାକୁ ପଡିବ | ଏହା ସହିତ, ଅରଜିନାଲ ମୃତ୍ୟୁ ପ୍ରମାଣପତ୍ର କିମ୍ବା ସାର୍ଟିଫିକେଟ୍ କପି ଲଗେଇବାକୁ ପଡିବ | FIR ର ଅରଜିନାଲ କିମ୍ବା ସାର୍ଟିଫିକେଟ୍ କପି ଲଗାନ୍ତୁ | ପୋଷ୍ଟ ମର୍ଟମ ରିପୋର୍ଟ ଆଉ FSL ରିପୋର୍ଟ ମଧ୍ୟ ରହିବା ମଧ୍ୟ ଦରକାର | ଆଧାର କାର୍ଡ କପି | ବ୍ୟାଙ୍କ ଷ୍ଟାମ୍ପ ପେପରରେ କାର୍ଡଧିକାରୀଙ୍କ ପାଖରେ RuPay କାର୍ଡ ଥିବାର ଆଫିଡେଭିଟ୍ ଦେବାକୁ ପଡିବ | 90 ଦିନ ମଧ୍ୟରେ ସମସ୍ତ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ପଡିବ | ନୋମିନିଙ୍କ ନାମ ଆଉ ବ୍ୟାଙ୍କ ବିବରଣୀ ପାସବୁକ୍ ର କପି ସହିତ ଦାଖଲ କରିବାକୁ ପଡିବ |

ଜରୁରୀ ଡକ୍ୟୁମେଣ୍ଟସ୍ :-

1.ଇନସୁ-ରାନ୍ସ କ୍ଲେମ ଫର୍ମ ।

2.ମୁତ୍ୟୁ ପ୍ରମାଣ ପତ୍ର ର ଗୋଟିଏ କପି ।

3.କାର୍ଡଧାରୀ ଏବଂ ନାମାଙ୍କିତ ବ୍ୟକ୍ତିଙ୍କ ଆଧାର କପି ।

4.ଯଦି ମୁତ୍ୟୁ ଅନ୍ୟ କାରଣରୁ ହୋଇଥାଏ ତେବେ ରାସାୟନିକ ବିଶ୍ଳେଷଣ କିମ୍ବା ଏଫଏସଏଲ ରିପୋର୍ଟ ସହିତ ପୋଷ୍ଟ ମର୍ଟମ ରିପୋର୍ଟର କପି ।

5.ଦୁର୍ଘଟଣାର ବିବରଣୀ ପ୍ରଦାନ କରୁଥିବା ପ୍ରାଥମିକ କିମ୍ବା ପୋଲିସ୍ ରିପୋର୍ଟର ମୂଳ କିମ୍ବା ପ୍ରମାଣିତ କପି ।

6.କାର୍ଡ ଜାରି କରିଥିବା ବ୍ୟାଙ୍କ ତରଫରୁ ପଞ୍ଜିକୃତପ୍ରାପ୍ତ ଦସ୍ତଖତକାରୀ ଏବଂ ବ୍ୟାଙ୍କ ଷ୍ଟାମ୍ପ ଦ୍ୱାରା ସଠିକ୍ ଭାବରେ ଦସ୍ତଖତର ଘୋଷଣାପତ୍ର ।

7.ଏଥିରେ ବ୍ୟାଙ୍କ ଅଧିକାରୀଙ୍କ ନାମ ଏବଂ ଇମେଲ ଆଇଡ଼ି ସହ ସମ୍ପର୍କ ବିବରଣୀ ଦିଆ ଯିବା ଆବଶ୍ୟକ ।

Leave A Reply

Your email address will not be published.