ଏହି ସ୍କିମରେ ଦୈନିକ ନିବେଶ କରନ୍ତୁ ୧୭୨ ଟଙ୍କା, ଆଉ ପାଆନ୍ତୁ ୨୮.୫ ଲକ୍ଷ ଟଙ୍କା

0

Get real time updates directly on you device, subscribe now.

ବୟସ୍କ ଓ ବଡଲୋକ ମାନେ ସାଧାରଣତଃ କହିଥାନ୍ତି ଯେ ନିଜ ଆୟର ଏକ ଅଂଶ ଭବିଷ୍ୟତ ପାଇଁ ନିଶ୍ଚିତ ବଞ୍ଚାଇ ରଖିବା ଆବଶ୍ୟକ କାରଣ ଜଣାନାହିଁ ଭବିଷ୍ୟତରେ କିପରି ଦେଖିବାକୁ ମିଳିବ|ବୋଧହୁଏ ଏହି କାରଣରୁ ଆଗକାଳରେ ମହିଳାମାନେ ଘରେ କୁମ୍ପି ରଖୁଥିଲେ ଯେଉଁଥିରେ ସେ ଛୋଟ ବଡ ସଞ୍ଚୟ କରୁଥିଲେ ଫଳରେ ସମୟରେ ତାଙ୍କ ଟଙ୍କା କାମରେ ଲାଗିଯିବ|ଆଜିର ସମୟରେ ଯେତେବେଳେ ମହଙ୍ଗା ଚରମ ସୀମାରେ ପହଞ୍ଚିଛି , ସମସ୍ତ ଜିନିଷର ଦରବୃଦ୍ଧି ହେତୁ ସଞ୍ଚୟ ଆବଶ୍ୟକ|ଆଜି ବଜାରରେ ସଞ୍ଚୟ ପାଇଁ ଭଲ ବିକଳ୍ପ ରହିଛି ଚାଲନ୍ତୁ ସେ ବିଷୟରେ ଆଲୋଚନା କରିବା|

ଏଭଳି ଏକ ସଞ୍ଚୟ ସ୍କିମ ଅଟେ ଏଲ୍ଆଇସିର ଜୀବନ ଲକ୍ଷ୍ୟ ପଲିସି|ଏହି ସ୍କିମରେ ନା କେବଳ ଲାଇଭ କଭର ମିଳିଥାଏ ଏହାସହ ରିଟର୍ଣ ଭଲ ଅଟେ|ଯଦି ଏହି ସ୍କିମରେ ଆପଣ ଦୈନିକ ୧୭୨ ଟଙ୍କା ଜମା କରନ୍ତି ଆପଣଙ୍କୁ ୨୮.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ ମିଳିପାରେ|ଏହାସହ ଏଥିରେ ଟ୍ୟାକ୍ସ ସୁବିଧା ମଧ୍ୟ ମିଳିବ|ଦୁର୍ଭାଗ୍ୟକୁ ଯଦି ପଲିସି ଧାରକଙ୍କ ମୃତ୍ୟୁ ଘଟେ ନୋମିନିକୁ ପୁରା ଟଙ୍କା ମିଳିବ|ଏହି ପଲିସିର ଟର୍ମ ୧୩-୨୫ ପର୍ଯ୍ୟନ୍ତ ରହିଛି ଓ ଏଥିରେ ଆପଣ ମାସିକ, ତିନି ମାସରେ,ଛଅ ମାସରେ ବା ବାର୍ଷିକ କିସ୍ତି ଜମା କରିପାରିବେ|ଏହି ପଲିସିକୁ ୧୮-୫୦ ବର୍ଷ ପର୍ଯ୍ୟନ୍ତ କୈାଣସି ବୟସର ବ୍ୟକ୍ତି ନେଇ ପାରିବେ|

ଏଲ୍ଆଇସି କାଲକୁଲେଟର ଅନୁସାରେ ଯଦି କୌଣସି ବ୍ୟକ୍ତିର ଵୟସ ୨୯ ବର୍ଷ ଓ ୨୫ ବରରଷ ପର୍ଯ୍ୟନ୍ତ ଏହି ପଲିସି ନିଏ ଯାହାର ସମ୍ ଆସେୟାର ୧୫ ଲକ୍ଷ ଅଟେ ତାକୁ ମାଚୁରିଟି ପରେ ଗବଲ ବୋନସ ସହ ୨୮.୫୦ ଲକ୍ଷ ଟଙ୍କା ମିଳିବ|ଯଦି କୌଣସି ବ୍ୟକ୍ତି ୧୫ ଲକ୍ଷର ସମ ଇନସ୍ୟୋର ସହ ୨୫ ବର୍ଷ ର ଦେବାକୁ ଭାବେ ତାକୁ ୨୨ ବର୍ଷ ପର୍ଯ୍ୟନ୍ତ କିସ୍ତି ଦେବାକୁ ହେବ|ଏହି ସମୟରେ ଵ୍ୟକ୍ତିକୁ ମାସିକ ୫୧୬୯ ଟଙ୍କା ମାସିକ ପ୍ରିମିୟମ ଦେବାକୁ ହେବ|ଯଦି ପଲିସି ଭରିବା ସମୟରେ ତା ମୃତ୍ୟୁ ହୋଇଯାଏ ତେଵେ ନୋମିନିକୁ ସମ ଆସୟୋର ୧୬.୫ ଲକ୍ଷ ଟଙ୍କା ମିଳିବ|

Leave A Reply

Your email address will not be published.