ରୁଷ-ୟୁକ୍ରେନ ଯୁଦ୍ଧ : ରାସ୍ତାରେ ପଡ଼ିଥିବା ଶବକୁ ଝୁଣି ଝୁଣି ଖାଇଲେଣି କୁକୁର,୧୪ ଦିନର ଯୁଦ୍ଧରେ ୟୁକ୍ରେନର ହୋଇଗଲା ଏମିତି ଅବସ୍ଥା

0

Get real time updates directly on you device, subscribe now.

ବର୍ତ୍ତମାନ ଋଷିଆରେ ଦୃଶ୍ୟ ଅତି ଭୟାନକ। ଚାରିଆଡ଼େ ଧ୍ୱଂସର ତାଣ୍ଡବ ଦେଖାଯାଉଛି। ଭୂଇଁରେ ଉଚ୍ଚ ଉଚ୍ଚ ଅଟ୍ଟାଳିକା ଲୋଟି ପଡ଼ିଛି। ସବୁଠାରେ ପୀଡ଼ା ଆଉ ଯନ୍ତ୍ରଣା ଦେଖାଯାଉଛି। ସାଧାରଣ ନାଗରିକମାନଙ୍କର ହାହାକାର ଅବସ୍ଥା ଦେଖାଯାଉଛି। ଏହାରି ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ଗଲେଣି। ଲଗାତାର ରୁଷର ଆକ୍ରମଣରେ ୟୁକ୍ରେନ ଧରାଶାୟୀ ହୋଇପଡ଼ିଛି। ମିସାଇଲ ମାଡ଼ରେ ରାଜଧାନୀ କିଭର ପାଓ୍ଵାର ହାଉସ ବର୍ବାଦ ହୋଇଯାଇଛି। ସେଠାରେ ବିଜୁଳି ନାହିଁ କି ପାଣି ନାହିଁ। ଖାଦ୍ୟପେୟ ପାଇଁ ମଧ୍ୟ କେହି କିଛି ବନ୍ଦୋବସ୍ତ କରିପାରୁନାହାନ୍ତି। ଲୋକମାନେ ନିଜ ଜୀବନକୁ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ବାଜି ଲଗାଇ ଦେଉଛନ୍ତି।

କିଭର ଉପନଗର ବୁଚାର ମେୟର ଅନାତୋଲ ଫେଦୋରୁକ କହିଛନ୍ତିକି ଏଠାରେ ସ୍ଥିତି ଏକଦମ ଖରାପ ରହିଛି। ରୁଷୀୟ ସେନା ଦିନରାତି ବୋମା ଓ ମିସାଇଲ ମାଡ଼ କରି ଚାଲିଛନ୍ତି। ଏହି କାରଣରୁ ଆମେ ମୃତଦେହଗୁଡ଼ିକୁ ମଧ୍ୟ ଏକତ୍ରିତ କରିପାରୁ ନାହୁଁ। ରାସ୍ତା ଉପରେ ପଡ଼ି ରହିଥିବା ଶହ ଶହ ଶବକୁ କୁକୁରମାନେ ବର୍ତ୍ତମାନ ଝୁଣି ଝୁଣି ଖାଉଛନ୍ତି।

୪୦୦ରୁ ଅଧିକ ନାଗରିକଙ୍କର ମୃତ୍ୟୁ:-

ମିଳିତ ଜାତିସଂଘ ସୋମବାର ଦିନ ୪୦୬ ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ନେଇ ନିଶ୍ଚିତ କରିଥିଲା। ଏଥିରେ ୮୦୧ ଜଣ ଆହତ ବୋଲି ଦର୍ଶାଇଥିଲା। କିନ୍ତୁ ବାସ୍ତବିକ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ୟୁକ୍ରେନରେ ବର୍ତ୍ତମାନ ଯୁଦ୍ଧର ମାହୋଲ ଭିତରେ ଲୋକମାନେ ନା କେବଳ ଦେଶ ଛାଡ଼ି ପଳାଉଛନ୍ତି, ବରଂ ୟୁକ୍ରେନ ଭିତରେ ମଧ୍ୟ ବସ ଏବଂ ଟ୍ରେନ ଯୋଗେ ପଶ୍ଚିମ ସହର ଲୁଭୟୁକୁ ଯାତ୍ରା କରୁଛନ୍ତି। ଲଭିଭର ମେୟର ଆନ୍ଦ୍ରେ ସଦୋଭି କହିଛନ୍ତିକି, ଏଠାରେ ପାଖାପାଖି ୨ ଲକ୍ଷ ଲୋକ ନିଜର ଘର ଛାଡ଼ି ପଳାୟନ କରିଛନ୍ତି। ଲୋକମାନେ ବର୍ତ୍ତମାନ ସ୍କୁଲ, ହସ୍ପିଟାଲ ଏବଂ ଖେଳ ପଡ଼ିଆ ଆଦିରେ ଲୁଚି ରହିଛନ୍ତି। ସହରରେ ଖାଦ୍ୟ ପ୍ରସ୍ତୁତ ପାଇଁ ରୋଷେଇର ମଧ୍ୟ କୌଣସି ପ୍ରକାର ବ୍ୟବସ୍ଥା ମଧ୍ୟ ନାହିଁ।

Leave A Reply

Your email address will not be published.