ପୁଣିଥରେ ଚିନ୍ତା ବଢାଇଲାଣି ଚାଇନା,ଉହାନରେ ବ୍ୟାପିଲାଣି କରୋନା ଭୂତାଣୁ ।

0

Get real time updates directly on you device, subscribe now.

ପୁଣିଥରେ ଚୀନ ବଢାଇଲାଣି ଚିନ୍ତା। ଚୀନରେ କରୋନା କଲବଲ କଲାଣି। କିଛି ଦିନର ଆଶ୍ୱସ୍ତି ମିଳିବା ପରେ ବର୍ତ୍ତମାନ କରୋନାକୁ ନେଇ ବଡ଼ ଖବର ଆସିଛି। ଚୀନ ମିଡିଆର ସୂଚନା ଅନୁଯାୟୀ, କରୋନାର ଉତ୍ପତିସ୍ଥଳ ଉହାନରେ ମହାମାରୀ କରୋନା ଭୂତାଣୁ ପୁଣି ଥରେ କାୟାବିସ୍ତାର କଲାଣି। ପାଖାପାଖି ୨ ବର୍ଷ ପରେ ଉହାନରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୫୨୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଉ ଏମାନଙ୍କ ମଧ୍ୟରୁ ୨୧୪ଜଣଙ୍କ ଠାରେ ଲକ୍ଷଣ ରହିଥିବା ସମୟରେ ୩୧୨ଜଣ ଲକ୍ଷଣବିହୀନ ଅଟନ୍ତି।

କରୋନାକୁ ନେଇ କିଛି ଦିନର ଆଶ୍ୱସ୍ତି ମିଳିବା ପରେ, ବର୍ତ୍ତମାନ ଚୀନରୁ ଯେଉଁ ଖବର ଆସିଛି, ତାହା ପୁଣି ଥରେ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି। ଚୀନରେ କରୋନାର ସର୍ବାଧିକ ମାମଲା ସାମ୍ନାକୁ ଆସିବା ପରେ ଅନ୍ୟଦେଶମାନେ ମଧ୍ୟ ସତର୍କ ହେବାକୁ ଲାଗିଲେଣି। ଏପରିକି ନିଜର ନାଗରିକମାନଙ୍କୁ କରୋନା ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ତେବେ ବର୍ତ୍ତମାନ କରୋନାର ଭୟାବହତା ସମୟରେ ଏତେଟା ନଥିଲେ ମଧ୍ୟ, ଆମକୁ ସବୁବେଳେ ସତର୍କ ରହିବାକୁ ପଡିବ। ତେଣୁ ଆପଣ ଘରୁ ବାହାରକୁ ବାହାରିଲେ ମୁହଁରେ ସର୍ବଦା ମାସ୍କ ପିନ୍ଧନ୍ତୁ ଏବଂ ଯେଉଁଠି ଗହଳି ଅଧିକ ଥିବ ସେହିସ୍ଥାନରୁ ଦୂରେଇ ରୁହନ୍ତୁ।

Leave A Reply

Your email address will not be published.