Oil India Recruitment 2022: ଗ୍ରାଜୁଏଟମାନଙ୍କ ପାଇଁ ନିଯୁକ୍ତି ଆଣିଲା ଅଏଲ ଇଣ୍ଡିଆ,ଜାଣନ୍ତୁ କଣ କଣ ସବୁ ପୋଷ୍ଟ ରହିଛି,ଆଉ ତୁରନ୍ତ ଆବେଦନ କରନ୍ତୁ

0

Get real time updates directly on you device, subscribe now.

ଭାରତ ସରକାର ସମର୍ଥିତ ଅଏଲ ଇଣ୍ଡିଆ ଲିମିଟେଡ ତରଫରୁ ଗ୍ରେଡ ବି ଓ ଗ୍ରେଡ ସି ର ପଦବୀ ପାଇଁ ଆବେଦନ ବାହାରିଛି। ଇଚ୍ଛା କରୁଥିବା ଓ ଯୋଗ୍ୟ ଥିବା ପ୍ରାର୍ଥୀମାନେ ଇଣ୍ଡିଆନ ଅଏଲର ଅଧିକାରିକ ୱେବସାଇଟ oil-india.com ରେ ଯାଇ ଅନଲାଇନରେ ଆବେଦନ କରିପାରିବେ। ଭର୍ତ୍ତି ହେବା ପାଇଁ ସମସ୍ତ ଜରୁରୀ ସୂଚନା, ଏଲିଜିବିଲିଟି କ୍ରାଇଟେରିଆ, ସିଲେକ୍ସନ ପ୍ରୋସେସ ଆଦି ବିଷୟରେ ଆସନ୍ତୁ ଜାଣିବା।

ଭେକେଂସୀ ଡିଟେଲ୍ସ:-

ଏହି ଭର୍ତ୍ତି ମାଧ୍ୟମରେ ସମୁଦାୟ ୫୫ଟି ପଦବୀ ଖାଲିପଡିଛି।

ମ୍ୟାନେଜର(ଇଆରପି-ଏଚଆର)- ୧ଟି ପଦବୀ

ସୁପରିଟେଡିଙ୍ଗ ଇଞ୍ଜିନିୟରିଂ (ଏନଭାୟରମେଣ୍ଟ)- ୨ଟି ପଦବୀ

ସିନିୟର ଅଫିସର(ଇନସ୍ତୃମେଣ୍ଟେସନ)- ୬ଟି ପଦବୀ

ସୁପରିଟେଣ୍ଡିଙ୍ଗ ମେଡିକାଲ ଅଫିସର(ରେଡିଓଲୋଜି)- ୧ଟି ପଦବୀ

ସୁପରିଟେଣ୍ଡିଙ୍ଗ ମେଡିକାଲ ଅଫିସର(ଶିଶୁ ବିଭାଗ)- ୧ଟି ପଦବୀ

ସିନିୟର ମେଡିକାଲ ଅଫିସର- ୧ଟି ପଦବୀ

ସିନିୟର ସିକ୍ଯୁରିଟି ଅଫିସର- ୧ଟି ପଦବୀ

ସିନିୟର ଅଫିସର(ସିଭିଲ)- ୨ଟି ପଦବୀ

ସିନିୟର ଅଫିସର(ବିଦ୍ୟୁତ)- ୮ଟି ପଦବୀ

ସିନିୟର ଅଫିସର(ମେକନିକାଲ)- ୨୦ଟି ପଦବୀ

ସିନିୟର ଅଫିସର(ସାର୍ବଜନୀକ ମାମଲା)- ୪ଟି ପଦବୀ

ସିନିୟର ଏକାଉଣ୍ଟ ଅଫିସର କିମ୍ବା ସିନିୟର ଇଣ୍ଟରନାଳ ଅଡିଟର- ୫ଟି ପଦବୀ

ସିନିୟର ଅଫିସର(ଏଚଆର)- ୩ଟି ପଦବୀ

ଶିକ୍ଷା ଯୋଗ୍ୟତା:-

– ମ୍ୟାନେଜର(ଇଆରପି-ଏଚଆର):-

ଆଶାୟୀ ପ୍ରାର୍ଥୀମାନେ ନ୍ଯୁନତମ ୬୫ ପ୍ରତିଶତ ଅଙ୍କ ସହିତ କୌଣସି ବିଷୟରେ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ପାଇଥିବା ଆବଶ୍ୟକ।

– ସିନିୟର ଅଫିସର(ମେକନିକାଲ_:-

ଆଶାୟୀପ୍ରାର୍ଥୀମାନେ ଅତି କମରେ ୬୫ ପ୍ରତିଶତ ସହିତ ମେକନିକାଲ ଇଞ୍ଜିନିୟରିଂରେ ବେଚଲର ଡିଗ୍ରୀରେ ପାସ ହୋଇଥିବା ଆବଶ୍ୟକ।

– ସିନିୟର ଅଫିସର(ପବ୍ଲିକ ଏଫେୟାର୍ସ):-

ଏହି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ଅତିକମରେ ୬୦ ପ୍ରତିଶତ ଅଙ୍କ ସହିତ ମାସ କମ୍ୟୁନିକେଶନ କିମ୍ବା ପବ୍ଲିକ ରିଲେସନ କିମ୍ବା ସୋସିଆଲ ୱାର୍କ କିମ୍ବା ରୂରଲ ମ୍ୟାନେଜମେଣ୍ଟରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ଥିବା ଆବଶ୍ୟକ।

– ସିନିୟର ଏକାଉଣ୍ଟ ଅଫିସର କିମ୍ବା ସିନିୟର ଇଣ୍ଟରନାଲ ଅଫିସର:-
ଆଶାୟୀ ପ୍ରାର୍ଥୀମାନେ ଆଇସିଏଆଇ/ଆଇସିଏମଏଆଇର ଏସୋସିଏଟ ସଦସ୍ୟ ହେବା ଆବଶ୍ୟକ।

-ସିନିୟର ମେଡିକାଲ ଅଫିସର:–

ଏହି ପଦବୀ ପାଇଁ ମେଡିକାଲ ଅଫିସର ଅଫ ଇଣ୍ଡିଆ ଦ୍ଵାରା ମାନ୍ୟତା ପ୍ରାପ୍ତ କୌଣସି ପ୍ରତିଷ୍ଠିତ ମେଡିକାଲ କଲେଜ/ବିଶ୍ଵବିଦ୍ୟାଳୟରୁ ଏମବିବିଏସ କରିଥିବା ଆବଶ୍ୟକ। ଏହା ସହିତ ଯୋଗ୍ୟତା ପରେ ଅତିକମରେ ୨ ବର୍ଷର ଅନୁଭବ ମଧ୍ୟ ଥିବା ଆବଶ୍ୟକ।

ସିନିୟର ସିକ୍ଯୁରିଟି ଅଫିସର:-

ଏହି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ନିକଟରେ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ।

ଅଏଲ ଇଣ୍ଡିଆ ଭର୍ତ୍ତି ୨୦୨୨ ପାଇଁ ଚୟନ ପ୍ରକ୍ରିୟା:-

ଯୋଗ୍ୟ କିମ୍ବା ସର୍ଟଲିଷ୍ଟେଡ କରାଯାଇଥିବା ଆଶାୟୀ ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ଆଧାରିତ ଟେଷ୍ଟ(ସିବିଟି), ଗୃପ ଡିସ୍କସନ(ଜିଡି) କିମ୍ବା ଗୃପ ଟାସ୍କ(ଜିଟି), ଓ ପର୍ସନାଲ ଇଣ୍ଟରଭ୍ୟୁ ପାଇଁ ଉପସର୍ଥିତ ହେବାକୁ ହେବ।

ଜାଣନ୍ତୁ କେମିତି ମିଳିବ ସେଲାରୀ:-

ଗୃପ ବି ପଦବୀ ପାଇଁ ୬୦୦୦୦ ଟଙ୍କାରୁ ୧୮୦୦୦୦ ଟଙ୍କା ପର୍ଯ୍ଯନ୍ତ ବେତନ ମିଳିବ। ଯେତେବେଳେକି ଗୃପ ସି ପଦବୀ ପାଇଁ ନିଯୁକ୍ତି ହେବାକୁ ଥିବା ଆଶାୟୀଥିବା ପ୍ରାର୍ଥୀମାନେ ୮୦୦୦୦ ଟଙ୍କାରୁ ୨୨୦୦୦୦ ଟଙ୍କା ପର୍ଯ୍ଯନ୍ତ ବେତନ ମିଳିବ।

ଜାଣନ୍ତୁ କେମିତି କରିବେ ଆବେଦନ?:-

ସର୍ବପ୍ରଥମେ ଓଆଇଏଲର ଅଧିକାରିକ ୱେବସାଇଟ oil-india.com କୁ ଯାଆନ୍ତୁ। ହୋମପେଜ ଉପରେ କ୍ଯାରିୟର ଟ୍ୟାବ ଉପରେ କ୍ଲିକ କରନ୍ତୁ। ଏହାପରେ ସେଠାରେ ଏକ ବିଜ୍ଞାପନ ଦିଆଯାଇଥିବ, ସେଠାରେ ଏକ ଆବେଦନ ଅନଲାଇନ ଉପରେ କ୍ଲିକ କରନ୍ତୁ। ରେଜିଷ୍ଟ୍ରେଶନ କରନ୍ତୁ ଓ ଏପ୍ଲିକେସନ ଫର୍ମକୁ ପୂରଣ କରନ୍ତୁ। ନିଜର ଫୋଟ ଓ ହସ୍ତାକ୍ଷର କରି ସ୍କାନ କରି ଅପଲୋଡ କରନ୍ତୁ। ଆପଣଙ୍କର ଫର୍ମ ଜମା ହୋଇଯିବ, ଆଶାୟୀ ପ୍ରାର୍ଥୀମାନଙ୍କ ପାଇଁ କନ୍ଫର୍ମେସନ ପେଜ ଡାଉନଲୋଡ କରି ନିଜ ପାଖରେ ରଖନ୍ତୁ। ଧ୍ୟାନ ରଖନ୍ତୁ ଅନଲାଇନରେ ଆବେଦନର ସେସ ତାରିଖ ୧୫ ମାର୍ଚ୍ଚ ଅଟେ।

Leave A Reply

Your email address will not be published.