ଯୁଦ୍ଧ ମଧ୍ୟରେ ପୁତିନ ବିଷୟରେ ଆସିଲା ଆଶ୍ଚର୍ଯ୍ୟକର ସୂଚନା, ଏହି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ପୁତିନ !

0

Get real time updates directly on you device, subscribe now.

ୟୁକ୍ରେନ ସହିତ ଜାରି ହୋଇଥିବା ଯୁଦ୍ଧ ମଧ୍ୟରେ ଋଷିଆର ରାଷ୍ଟ୍ରପତି ବ୍ଲାଦିମୀର ପୁତିନଙ୍କ ସ୍ଵାସ୍ଥ୍ୟ ଅବସ୍ଥାକୁ ନେଇ ଆଶ୍ଚର୍ଯ୍ୟକର ସୂଚନା ସାମ୍ନାକୁ ଆସିଛି। ପେଣ୍ଟାଗନ ଓ ୟୁକ୍ରେନର ଖୁଫିୟା ରିପୋର୍ଟ ଅନୁସାରେ, ପୁତିନ ଆନ୍ତ କ୍ୟାନ୍ସରରେ ଜଡିତ ଅଛନ୍ତି। ତାଙ୍କର ଚେହେରା ଫୁଲିଯାଇଛି। ଯାହା ଦର୍ଶାଏକି ସେ ଠିକ ହେବା ପାଇଁ କିମୋଥେରାପି ଔଷଧ କିମ୍ବା ଷ୍ଟେରଏଡ ନେଉଛନ୍ତି।

ରୋଗ କରାଇଲା ଅକ୍ରାମକ?:-

‘ଡେଲି ଷ୍ଟାର ୟୁକେ’ ର ଏକ ଏକ୍ସକ୍ଲୁସିଭ ରିପୋର୍ଟରେ ଆମେରିକୀୟ ସୂତ୍ର ଅନୁସାରେ କୁହାଯାଇଛିକି ବ୍ଲାଦିମୀର ପୁତିନଙ୍କ ଚେହେରା ଉପରେ ବର୍ତ୍ତମାନ ପୂର୍ବ ପରି ହସ ନାହିଁ। ଯେଉଁଥିରୁ ଜଣାପଡୁଛିକି ସେ କଷ୍ଟରେ ଅଛନ୍ତି। ସୂତ୍ର ଅନୁସାରେ ଋଷ ରାଷ୍ଟ୍ରପତିଙ୍କ ନିକଟରେ ଅଧିକ ସମୟ ନାହିଁ ସେ ଏହା ଜାଣିଛନ୍ତି। ସେ ୟୁକ୍ରେନ ଉପରେ ଆକ୍ରମଣ ଏଥିପାଇଁ କରିଛନ୍ତି, ଯାହା ଫଳରେ ସେ ବିରାସତ ଛାଡି ଯାଇପାରିବେ। ପେଣ୍ଟାଗନରେ କାମ କରୁଥିବା ଏକ ପୂର୍ବ ସୈନ୍ୟର ଖୁଫୀୟା ଅଧିକାରୀ କହିଲେକି ବିଶ୍ଳେଷକ ୬୯ ବର୍ଷୀୟ ପୁତିନଙ୍କର ଅଧ୍ୟୟନ କରୁଛନ୍ତି ଓ ତାଙ୍କର କହିବା କଥାକି ସେ ଗମ୍ଭୀର ରୂପରେ ରୋଗରେ ଆକ୍ରାନ୍ତ ଅଛନ୍ତି ଓ ଏହି କାରଣରୁ ସେ ଅଧିକ ଆକ୍ରାମକ ହୋଇଯାଇଛନ୍ତି।

ହସୁଥିବାର କିଛି ଚେହେରା:-

ଏକ ସୂତ୍ର ଅନୁସାରେ ଅତୀତରେ ଆମେ ତାଙ୍କୁ ହସୁଥିବାଟ ଦେଖିଛୁ, କିନ୍ତୁ ୨୦୨୨ରେ ତାଙ୍କର କିଛି ଫୋଟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ହସୁଛନ୍ତି। ଲୁକରୁ ଜଣାପଢୁଛିକି ୠଷ ପ୍ରେସିଡେଣ୍ଟ କଷ୍ଟରେ ଅଛନ୍ତି ଓ ଆମ ଲୋକଙ୍କର ମାନିବା କଥା ହେଉଛିକି ଅତ୍ୟଧିକ କଷ୍ଟରେ ଅଛନ୍ତି ଓ ଏହା ତାଙ୍କର ରାଗିବାର କାରଣ ମଧ୍ୟ। ସୂତ୍ର ଅନୁସାରେ,’ପୁତିନ ଗମ୍ଭୀର ରୂପରେ ରୋଗରେ ଆକ୍ରାନ୍ତ ଅଛନ୍ତି। ସେ ବୋଧେ କୋରନାକୁ ନେଇ ବହୁତ ଚିନ୍ତିତ ଅଛନ୍ତି। ସେଥିପାଇଁ ନିଜର ଷ୍ଟାଫଙ୍କ ନିକଟରୁ ଉଚିତ ଦୂରତା ବଜାୟ ରଖନ୍ତି।

ଅଭାଲ ହୋଇଯାଇଛି ପୁତିନଙ୍କ ମୁହଁ:-

ବ୍ରିଟିଶର ପୂର୍ବତନ ବୈଦେଶିକ ସଚିବ ତଥା ଡାକ୍ତରୀ ଡାକ୍ତର ଲର୍ଡ ଓଭେନ କହିଛନ୍ତିଯେ ଭ୍ଲାଦିମିର ପୁତିନ ମାଂସପେଶୀ ବୁଷ୍ଟିଂ ଡ୍ରଗ୍ସ ଗ୍ରହଣ କରିଥିବେ। ଏବଂ ତାଙ୍କର ଚେହେରା ପୂର୍ବପରି ବଦଳି ଯାଇଛି। ସେ କହିଥିଲେ, ‘ଆପଣ ତାଙ୍କ ଚେହେରାକୁ ଦେଖିଛନ୍ତି, ଏହା ସମ୍ପୂର୍ଣ୍ଣ ଓଭାଲ୍ ହୋଇଯାଇଛି। ଏହାପୂର୍ବରୁ ଯେତେବେଳେ ତାଙ୍କୁ ଘୋଡା ଚଢ଼ିବା କିମ୍ବା ମାଛ ଧରିବା ଦେଖାଯାଇଥିଲା, ସେତେବେଳେ ତାଙ୍କର ଚେହେରା ପତଳା ଥିଲା। ଷ୍ଟେରଏଡ ଯୋଗୁଁ ଏହି ପରିବର୍ତ୍ତନ ଆସିଥାଇପାରେ। ଓଭେନ ଏହା ମଧ୍ୟ କହିଛନ୍ତିଯେ ପୁତିନ ଏକ ବଡି ବିଲଡର ହେବା ପାଇଁ ଆନାବୋଲିକ୍ ଷ୍ଟେରଏଡ ବ୍ୟବହାର କରନ୍ତି, ଏହା ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିଥାଏ ଏବଂ ବ୍ୟକ୍ତିଙ୍କ କୋଭିଡ ରୋଗ ହେବାର ଆଶଙ୍କା ବଢାଇଦିଏ।

ଆଇସୋଲେସନ ଯୋଗୁଁ ସ୍ଵାସ୍ଥ୍ୟ ବିଗିଡ଼ିଲା!:-

କିଛି ବିଶେଷଜ୍ଞଙ୍କ କହିବା କଥାକି କୋରନା ମହାମାରୀ ସମୟରେ ବ୍ଲାଦିମିର ପୁତିନ ଆଇସୋଲେସନରେ ଚାଲିଯାଇଥିଲେ। ଯାହା ଫଳରେ ତାଙ୍କର ମାନସିକ ସ୍ଵାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥିଲା। ୟୁକ୍ରେନ ଉପରେ ଆକ୍ରମଣରୁ ଏହି ସଂକେତ ମିଳୁଛି। ଜଣାଇଦେଉଛୁକି ପ୍ରଥମରୁ ପୁତିନ ସ୍ଵାସ୍ଥ୍ୟକୁ ନେଇ ଏହିପରି ଖବର ଆସିଥିଲା। ଏହା ମଧ୍ୟ ଦାବି କରାଯାଇଥିଲାକି ତାଙ୍କୁ ପାର୍କିଂସଂସ କିମ୍ବା ସାଇକୋ-ନ୍ୟୁରୋଲୋଜିକାଲ ଚିନ୍ତିତ ଅଛନ୍ତି। ଏତିକି ନୁହେଁ ତାଙ୍କର ସର୍ଜରୀକୁ ନେଇ ଦାବି କରଯାଇଥିଲା।

Leave A Reply

Your email address will not be published.