ବିବାହର ଏକ ମାସ ପରେ ହିଁ ନବବିବାହିତାଙ୍କ ହ-ତ୍ୟା ,ଗୋଡ ନ ଘସିବାରୁ ଶ୍ୱଶୁର ମାରିଲା ଗୁଳି,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ହରିୟାଣାର ପଲବଲରେ ଜଣେ ନବବିବାହିତା ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁଳି ମାରିବାର ଅଭିଯୋଗ ତାଙ୍କ ସ୍ୱାମୀ ଶ୍ୱଶୁର ବାଁ ଶାଶୁ ଉପରେ କରାଯାଇଛି । ବିବାହିତାଙ୍କ ବିବାହକୁ ବର୍ତ୍ତମାନ ସୁଦ୍ଧା ଏକ ମାସ ମଧ୍ୟ ପୁରା ହେଇନଥିଲା । ନବବିବାହିତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି ଯେ ବିବାହିତାଙ୍କ ଶ୍ୱଶୁର ତା ଉପରେ ଖରାପ ନଜର ରଖିଥିଲା ଏବଂ ତା ସହିତ ଅଶ୍ଳୀଳ କାର୍ଯ୍ୟକଳାପ କରୁଥିଲା । ବିବାହିତା ଏହାକୁ ବିରୋଧ କରିବାରୁ ଶାଶୂଘର ଲୋକେ ତାଙ୍କୁ ହତ୍ୟା କରିଦେଲେ ।ପୋଲିସ ହତ୍ୟା ମାମଲା ରୁଜ୍ଜୁ କରି ମାମଲାକୁ ଯାଞ୍ଚ କରିବା ଆରମ୍ଭ କରିଦେଇଛି ।

ଏହି ମାମଲା ପଲବଲ-ଅଲିଗଡ଼ ରୋଡ଼ ସ୍ଥିତ କିଠବାଡ଼ି କଲୋନୀର ଅଟେ । ଶ୍ଵଶୁର ଯେତେବେଳେ ବୋହୂକୁ ଗୁଳି କଲା ସେତେବେଳେ ମହିଳାଙ୍କ ସ୍ଵାମୀଙ୍କ ହାତରେ ମଧ୍ୟ ଗୁଳି ବାଜିଗଲା । ତାଙ୍କର ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

ଗୋଡ଼ ଘଷିବା ବାହାନାରେ ଅଶ୍ଳୀଳ କାର୍ଯ୍ୟକଳାପ :-

ଚାନ୍ଦହଟ ଥାନା ପୋଲିସ ମୃତ ଯୁବତୀଙ୍କ ବାପାଙ୍କ ଅଭିଯୋଗ ଉପରେ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁର ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରିଛି । ପୋଲିସ ଅନୁଯାୟୀ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଚୌକଡା ଗ୍ରାମ ବାସିନ୍ଦା ଡୁଙ୍ଗର ସିଂହ ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଏ ପ୍ରାୟ ଏକ ମାସ ପୂର୍ବେ ଫେବୃଆରୀ ୭ ତାରିଖରେ ସେ ନିଜର ୧୯ ବର୍ଷୀୟ ଝିଅ ରଜନୀର ବିବାହ ମଥୁରା ଜିଲ୍ଲାର ଗ୍ରୀଟିଙ୍ଗ ନଉହବାର ନାମକ ବ୍ୟକ୍ତି ସହିତ କରିଥିଲେ ।

ଗ୍ରୀଟିଙ୍ଗ ବର୍ତ୍ତମାନ ନିଜ ପରିବାର ସହିତ ଅଲିଗଡ଼ ରୋଡ଼ ସ୍ଥିତ କଲୋନୀରେ ରୁହନ୍ତି । ବିବାହ ପରଠାରୁ ହିଁ ରଜନୀର ଶ୍ୱଶୁର ମୋହନ ସିଂହ ତା ଉପରେ ଖରାପ ନଜର ରଖିବାକୁ ଲାଗିଲା । ବାରମ୍ବାର ରଜନୀ ଉପରେ ଗୋଡ ଘଷିବା ବାହାନାରେ ଅଶ୍ଳୀଳ କାର୍ଯ୍ୟକଳାପ କରୁଥିଲା ।

ସ୍ୱାମୀ , ଶାଶୁ ମଧ୍ୟ ସହଯୋଗ କଲେନାହିଁ :-

ଏହାସହିତ ସେ କହିଛନ୍ତି ଯେ ରଜନୀ ଏହାକୁ ନେଇ ନିଜ ସ୍ୱାମୀ ଏବଂ ଶାଶୁଠାରେ ମଧ୍ୟ ଅଭିଯୋଗ କରିଥିଲେ । ସେମାନେ ମଧ୍ୟ ତା କଥା ଶୁଣିଲେ ନାହିଁ ଏବଂ ଓଲଟା ତାକୁ ଚୁପ ରହିବାକୁ କହିଲେ । ରଜନୀ ବାରମ୍ବାର ବାପଘର ଯିବାକୁ କହିଲା , କିନ୍ତୁ ତାକୁ ବାପଘର ଆସିବାକୁ ଦିଆଗଲା ନାହିଁ । ମାର୍ଚ୍ଚ ୪ ତାରିଖରେ ରଜନୀଙ୍କ ସ୍ୱାମୀ , ଶାଶୁ ଏବଂ ଶ୍ୱଶୁର ତାଙ୍କୁ ଗୁଳି କରି ହତ୍ୟା କରିଦେଲେ । ଯେତେବେଳେ ସେ ପଲବଲରେ ପହଁଚିଲେ , ସେତେବେଳେ ତାଙ୍କୁ ରଜନୀଙ୍କ ଶବ ଜିଲ୍ଲା ନାଗରିକ ହସ୍ପିଟାଲରେ ମିଳିଲା ।

ପୋଲିସ କହିଛି ଯେ ପରିବାର ଲୋକଙ୍କ ଅଭିଯୋଗ ଉପରେ ବିବାହିତାଙ୍କ ସ୍ୱାମୀ , ଶାଶୁ ଏବଂ ଶ୍ୱଶୁର ଉପରେ ହତ୍ୟାର ମାମଲା ରୁଜ୍ଜୁ କରାଯାଇଛି । ମହିଳାଙ୍କର ସ୍ୱାମୀଙ୍କର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି , ଯେଉଁଠାରେ ପୋଲିସ କର୍ମଚାରୀ ମାନେ ମଧ୍ୟ ନିୟୋଜିତ ଅଛନ୍ତି ।

Leave A Reply

Your email address will not be published.