୩୫୦ ବର୍ଷ ଧରି ଏହି ଗାଁର ଅଗଣାରେ ହୋଇନାହିଁ ବିବାହ,ବୋହୁ ମଧ୍ୟ ପ୍ରଥମ ରାତି ଘର ଠାରୁ ଦୂରରେ ବିତାଇଥାଏ , ଜାଣନ୍ତୁ କାହିଁକି ?

0

Get real time updates directly on you device, subscribe now.

ରାଜସ୍ଥାନର ବାଡ଼ମେର ଜିଲ୍ଲାର ଏମିତି ଗୋଟିଏ ଗାଁ ରହିଛି , ଯେଉଁଠାରେ ପ୍ରାୟ ୩୫୦ ବର୍ଷ ଧରି କାହା ଘରର ଅଗଣାରେ ବିବାହ ହୋଇନାହିଁ । ଏହି ଗାଁର ସବୁ ଅଗଣା ଗତ ୩୫୦ ବର୍ଷ କୁଆଁରା କୁଆଁରା ରହିଛି । କୁହାଯାଏ ଯେ ଯେ ପର୍ଯ୍ୟନ୍ତ ଘରର ଅଗଣାରେ ଝିଅର ବିବାହ ନ ହୋଇଛି , ସେପର୍ଯ୍ୟନ୍ତ ଅଗଣା କୁଆଁରା ହିଁ ରହିଯାଏ ।

ବାଡ଼ମେରର ଓଟି ଗାଁରେ ସବୁ ବିବାହ ଏଠାରେ ଥିବା ମନ୍ଦିରରେ ହୋଇଥାଏ । କୁହାଯାଏ ଯେ ଯଦି ବିବାହ ମନ୍ଦିରରେ ନ ହୁଏ , ତେବେ ବୋହୁ କିମ୍ବା ଝିଅର ପିଲାଛୁଆ କିମ୍ବା ସନ୍ତାନ ହୁଏନାହିଁ । ଏହି ପ୍ରଥା କାରଣରୁ ଗାଁର ପୁଅ ଏବଂ ଝିଅମାନଙ୍କ ବିବାହ ଗାଁର ଚାମୁଣ୍ଡା ମାତାଙ୍କ ମନ୍ଦିରରେ ହୋଇଥାଏ ।

ଗାଁରେ ମେଘବାଲ ସମାଜର ଲୋକ ରୁହନ୍ତି :-

ଓଟି ଗାଁ ବାଡ଼ମେର ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗାଁରେ ମେଘବାଲ ସମାଜର ଜୟୱାଲ ଗୋତ୍ରର ପରିବାର ରୁହନ୍ତି । ଏହି ଗାଁର ମେଘବାଲ ସମାଜର ଜୟୱାଲ ଗୋତ୍ରର କୁଳଦେବୀ ମା ଚାମୁଣ୍ଡା ମାତାଙ୍କ ମନ୍ଦିର ଅବସ୍ଥିତ ।

କିନ୍ତୁ ଏହି ଗାଁରେ ବିବାହ ଘରେ ନ ହୋଇ ମନ୍ଦିରରେ ହୋଇଥାଏ । ଝିଅର ବିବାହର ସବୁ କାମ ଏହି ମନ୍ଦିରରେ ହିଁ କରାଯାଏ । ଏପରିକି ବରଯାତ୍ରୀଙ୍କୁ ଏହି ମନ୍ଦିରରେ ଅଟକାଇବା ଠାରୁ ଆରମ୍ଭ କରି ଝିଅ ବିଦାୟ ନେବା ମଧ୍ୟ ଏହି ମନ୍ଦିରରେ ହିଁ ହୋଇଥାଏ ।

ବୋହୁମାନଙ୍କୁ ମଧ୍ୟ ପ୍ରଥମେ ମନ୍ଦିରରେ ଓହ୍ଲା ଯାଇଥାଏ :-

ମନ୍ଦିର କମିଟିର ସଭାପତି କହିଛନ୍ତି ଯେ କେବଳ ଝିଅମାନଙ୍କ ବିବାହ ଏହି ମନ୍ଦିରରେ କରାଯାଇନଥାଏ ବରଂ ପୁଅମାନଙ୍କର ସବୁ ରୀତିନୀତି ମଧ୍ୟ ଏଠାରେ ପୁରା କରାଯାଏ । ନୂଆଁବୋହୂକୁ ପ୍ରଥମେ ଏହି ମନ୍ଦିରରେ ଅଟକାଇ ଦିଆଯାଏ ଏବଂ ତାପରେ ରାତିରେ ଉଜାଗର ଏବଂ ପରବର୍ତ୍ତୀ ଦିନ ସକାଳେ ପୂଜା-ପାଠ କରି ବୋହୂକୁ ଗୃହ ପ୍ରବେଶ କରାଯାଇଥାଏ ।

୩୫୦ ବର୍ଷ ପୂର୍ବରୁ ବସିଥିଲା ଏହି ଓଟି ଗାଁ :-

ଗ୍ରାମବାସୀଙ୍କ କହିବା ମୁତାବକ ଏହି ପ୍ରଥା ଗତ ୩୫୦ ବର୍ଷ ଧରି ପାଳନ କରାଯାଉଛି । ଏହା ବିଶ୍ୱାସ ରହିଛି ଯେ ଏହି ମନ୍ଦିରରେ ବିବାହ ନ କଲେ ଝିଅର କୋଳ ଶୂନ୍ୟ ରହିଯାଏ ।

Leave A Reply

Your email address will not be published.