ଋଷିଆ ସୈନ୍ୟଙ୍କୁ ଖାଇବାକୁ ଦେଲେ ୟୁକ୍ରେନ ବାସିନ୍ଦା,ମା’ଙ୍କ ସହ ଭିଡ଼ିଓ କଲ୍ ରେ ମଧ୍ୟ କଥା କରେଇ ଦେଲେ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଗୋଟିଏ ପଟେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଉ ଅନ୍ୟ ପଟେ ନିଜର ଘର ଛାଡ଼ି ଆସିଥିବା ସୈନିକମାନଙ୍କ କଷ୍ଟ। ଅନେକ ଲୋକ ଏହି ଯୁଦ୍ଧ ପାଇଁ ହଇରାଣ ହେଉଥିବା ସମୟରେ ଓ ଋଷ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଅଛି ଯାହାକୁ ଦେଖି ହୁଏତ ଅନେକ ମଧ୍ୟ ଭାବ-ବିହ୍ୱଳ ହୋଇଯିବେ। ଏମିତିକି ଏହି ଭିଡିଓକୁ ଦେଖି ଯୁଦ୍ଧ ବନ୍ଦ ହୋଇଯିବ ବୋଲି ସମସ୍ତେ କଥା କହିଛନ୍ତ।

କିଛି ଦିନ ପୂର୍ବରୁ ୟୁକ୍ରେନରେ ଜଣେ ଋଷ ସୈନ୍ୟଙ୍କୁ ଅସହାୟ ଅବସ୍ଥାରେ ୟୁକ୍ରେନ ବାସିନ୍ଦା ଉଦ୍ଧାର କରିଥିଲେ। ଏମିତିକି ଋଷର ସୈନିକ ଜଣେ ଅସହାୟ ଥିଲେ ଓ ଭୋକରେ ଥିଲେ ଏବଂ କାନ୍ଦୁଥିଲେ। ଯେତେବେଳେ କିଛି ୟୁକ୍ରେନ ଲୋକ ଏହାକୁ ଦେଖିଥିଲେ ସେ ତାଙ୍କୁ ଖାଦ୍ୟ ଓ ଚା’ ପିଇବାକୁ ମଧ୍ୟ ଦେଇଥିଲେ। କେବଳ ଏତିକି ନୁହେଁ ସେହି ଋଷ ସୈନିକମାନଙ୍କୁ ତାଙ୍କ ମା’ଙ୍କ ସହିତ ଫୋନ ଯୋଗେ ଭିଡ଼ିଓ କଲ୍ରେ କଥା ମଧ୍ୟ କରାଇଥିଲେ। ଏହି ଭିଡିଓକୁ ଆମେରିକାର ମିଡିଆ ସର୍ଭିସ୍ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ସହ ଜଡିତ ଜଣେ ସାମ୍ବାଦିକ ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି।

ଏଥିରେ ସେ ୟୁକ୍ରେନ ଟିଭି ଚ୍ୟାନେଲଗୁଡିକର ଉଦ୍ଧେଶ୍ୟରେ କହିଛନ୍ତିକି ୟୁକ୍ରେନରେ ସ୍ଥାନୀୟ ଲୋକମାନଙ୍କର ହୃଦୟ ମହାନ ଅଟେ। ତାଙ୍କର ଦେଶକୁ ଆକ୍ରମଣ କରିବାକୁ ଆସିଥିବା ଋଷ ସେନାଙ୍କୁ ଏପରି ଯତ୍ନର ସହ ଖାଦ୍ୟ ଦେବା ଏକ ବଡ଼ ଓ ମହାନ କାମ ଅଟେ। ଯେତେବେଳେ ତାଙ୍କୁ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ମା’ଙ୍କ ସହ କଥା କରାଇଥିଲା ସେହି ସମୟରେ ସୈନିକ ଜଣଙ୍କ ଜୋରରେ କାନ୍ଦି ପକାଇଥିଲେ। ତେବେ ଏହି ଭିଡିଓରେ ସେ ହାତରେ କିଛି ଗରମ ଜିନିଷ ମଧ୍ୟ ପିଉଛନ୍ତି ଏବଂ କିଛି ଖାଉଥିବାର ଦେଖାଯାଇଛି। ଜଣେ ମହିଳା ଏହି ଋଷ ସୈନିକମାନଙ୍କୁ ତାଙ୍କ ଫୋନରୁ ତାଙ୍କ ମା’ଙ୍କ ସହ କଥାବାର୍ତ୍ତା କରାଉଥିବାର ମଧ୍ୟ ଦେଖିବା ପାଇଁ ମିଳିଛି।

Leave A Reply

Your email address will not be published.