ମାତ୍ର ଥରେ କରିବାକୁ ହେବ ଏହି ସ୍କିମରେ ନିବେଶ,ତା ପରେ ଘରେ ବସି ପ୍ରତି ମାସ ୫୦୦୦ ଟଙ୍କା ପାଇବେ ! ଜାଣନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ସରକାରୀ ସ୍କିମରେ ନିବେଶ କରିବା ସବୁବେଳେ ପାଇଁ ସୁରକ୍ଷିତ ରହିଥାଏ। ଏଥିରେ ଆପଣଙ୍କର ଟଙ୍କା ବୁଡିବାର ଆଦୌ ଭୟ ରହିନଥାଏ ନା ଠକାମିର ଶିକାର ହେବାର। ଲୋକମାନଙ୍କ ପାଇଁ ଏକଦମ ସୁରକ୍ଷା, ପୋଷ୍ଟ ଅଫିସର ଏହି ସ୍କିମ ଅଟେ। ପୋଷ୍ଟ ଅଫିସର ଏମିତି ଅନେକ ଯୋଜନା ସବୁ ରହିଛି ଯେଉଁଥିରେ ଆପଣଙ୍କୁ ସୁରକ୍ଷିତ ନିବେଶ ସହ ଅଧିକ ରିଟର୍ନ ମଧ୍ୟ ମିଳିଥାଏ। ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ଅଫିସର ଏମିତି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣ ଥରେ ନିବେଶ କରି ମାସ ସାରା ଆପଣ ଟଙ୍କା ପାଇବେ। ପୋଷ୍ଟ ଅଫିସର ଏହି ସ୍କିମରେ ଆପଣଙ୍କୁ କେବଳ ଥରେ ମାତ୍ର ଟଙ୍କା ଜମା କରିବାକୁ ପଡିବ, ତାପରେ ପ୍ରତ୍ଯେକ ମାସରେ ପେନସନ୍‌ ରୂପରେ ଇଣ୍ଟରେଷ୍ଟ ଟଙ୍କା ଆପଣଙ୍କୁ ମିଳିବ।

ପୋଷ୍ଟ ଅଫିସର ଏହି ସ୍କିମକୁ ଉଭୟ ସ୍ୱାମୀ-ସ୍ତ୍ରୀ ମିଶି ମଧ୍ୟ ଖୋଲିପାରିବେ। ଆଉ ଯଦି ଆପଣ ଅବିବାହିତ ଅଛନ୍ତି ତେବେ ଆପଣ ସିଙ୍ଗଲ ମଧ୍ୟ ଏହି ସ୍କିମର ଲାଭ ନେଇପାରିବେ। ପୋଷ୍ଟ ଅଫିସର ଏହି ସ୍କିମର ନାମ ‘ମନ୍ଥଲୀ ସେଭିଙ୍ଗ୍‌ ସ୍କିମ୍‌’। ସବୁଠାରୁ ଭଲ କଥା ହେଉଛିକି ଏଥିରେ ଥରେ ପ୍ରିମିୟମ୍‌ ଭରିବେ ଆଉ ମାସ ସାରା ଆପଣ ପେନସନ ପାଇବେ।

ଇନଭେଷ୍ଟ୍‍ କରିବେ କେତେ ଟଙ୍କା:-

ଏଠାରେ ନିବେଶ କରିବା ଦ୍ୱାରା ଆପଣଙ୍କର ଟଙ୍କା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିବ। ଏଥିରେ ମିଳୁଥିବା ରିଟର୍ନ କୌଣସି ପ୍ରକାର ସେୟାର ବଜାର ଭଳି ବଢ଼ିବା କମିବା ଠାରୁ ପୂରା ଅଲଗା। ଏହି ଯୋଜନାରେ ଜଣେ ବ୍ୟକ୍ତି ମ୍ୟାକ୍ସିମମ୍‌ ସାଢ଼େ ୪ ଲକ୍ଷ ଟଙ୍କା ନିବେଶ କରିପାରିବେ। ଯଦି ସ୍ୱାମୀ-ସ୍ତ୍ରୀ ଉଭୟଙ୍କର ଜଏଣ୍ଟ ଆକାଉଣ୍ଟ ଥାଏ ତେବେ ଏହି ରାଶି ବଢ଼ି ୯ ଲକ୍ଷ ଟଙ୍କା ହୋଇଯାଇଥାଏ।

କେମିତି ପ୍ରତ୍ଯେକ ମାସ ଟଙ୍କା ମିଳିବ ଜାଣନ୍ତୁ:-

ଏହି ସ୍କୀମରେ ୬.୬ ପ୍ରତିଶତ ବାର୍ଷିକ ସୁଧ ରହିଛି। ଅର୍ଥାତ ଯଦି ଆପଣ ୯ ଲକ୍ଷ ଟଙ୍କା ଜମା କରିବେ ତେବେ ଆପଣଙ୍କର ପ୍ରତି ବର୍ଷର ସୁଧ ୫୯,୪୦୦ ଟଙ୍କା ହୋଇଯିବ। ଯଦି ଏହାକୁ ୧୨ ମାସରେ ଭାଗ କରିଦେବା ତେବେ ପ୍ରତି ମାସରେ ଆପଣଙ୍କୁ ୪୯୫୦ ଟଙ୍କା ମିଳିବ।

ଆପଣଙ୍କୁ ଜଣାଇଦେବାକୁ ଚାହିଁବୁକି ଏଥିରେ କରାଯାଇଥିବା ନିବେଶ ୫ ବର୍ଷରେ ମ୍ୟାଚୋରୀଟି ହୋଇଯାଇଥାଏ। ଆପଣ ଚାହିଁଲେ ୫ ବର୍ଷ ପୂରା ହେବା ପରେ ଏହାକୁ ୫-୫ ବର୍ଷ ପାଇଁ ମଧ୍ୟ ଦୁଇ ଥର ବଢ଼ାଇପାରିବେ।

ପ୍ରି-ମ୍ୟାଚ୍ୟୁର ଆକାଉଣ୍ଟରେ ମିଳିବ କେତେ ଟଙ୍କା?:-

ଯେମିତିକି ଆମେ ଆମେ ଆପଣଙ୍କୁ ପୂର୍ବରୁ କହିସାରିଛୁ ଏହି ଆକାଉଣ୍ଟର ମ୍ୟାଚୋରିଟୀ ଟାଇମ ୫ ବର୍ଷ। କିନ୍ତୁ, ଯଦି ଆପଣ ଏହି ଆକାଉଣ୍ଟକୁ ପ୍ରି-ମ୍ୟାଚ୍ୟୋର କରୁଛନ୍ତି ତେବେ ୩ ବର୍ଷ ଭିତରେ ଡିପୋଜିଟ୍‌ ଆମାଉଣ୍ଟ ୨ ପ୍ରତିଶତ କାଟି ଆପଣଙ୍କୁ ଟଙ୍କା ଫେରାଇ ଦିଆଯିବ। କିନ୍ତୁ ୩ ବର୍ଷ ପରେ ୧ ପ୍ରତିଶତ ରାଶି ଛାଡ କରି ଆପଣଙ୍କୁ ଟଙ୍କା ଫେରାଯିବ।

Leave A Reply

Your email address will not be published.