“ବୁଲିବାକୁ ଯାଉଛି…..”ପତ୍ନୀଙ୍କୁ ମିଛ କହି ଯୁଦ୍ଧ ଚାଲିଥିବା ସମୟରେ ୟୁକ୍ରେନ ଚାଲିଗଲା ସ୍ୱାମୀ ! ଆଉ ତା ପରେ

0

Get real time updates directly on you device, subscribe now.

ରୂଷ, ୟୁକ୍ରେନ ମଧ୍ୟରେ ଲଢେଇ ଜାରି ରହିଛି|ଲୋକମାନେ ଯୁଦ୍ଧଗ୍ରସ୍ତ ଦେଶ ଛାଡି ପଳାଇଯାଉଛନ୍ତି|ଏହା ମଧ୍ୟରେ ଏପରି ଜଣେ ବ୍ୟକ୍ତିଙ୍କ କାହାଣୀ ସାମ୍ନାକୁ ଆସିଛି ଯିଏ ପତ୍ନୀଙ୍କୁ ମିଛ କହି ସିଧା ୟୁକ୍ରେନ ପହଞ୍ଚି ଗଲା|ପ୍ରକୃତରେ ଏହି ବ୍ୟକ୍ତି ବୁଲିବା ବାହାନାରେ ଘରୁ ବାହାରିଥିଲେ କିନ୍ତୁ ଫ୍ଲାଇଟ ଧରି ୟୁକ୍ରେନ ପହଞ୍ଚିଗଲା|

ରୂଷ ଓ ୟୁକ୍ରେନ ମଧ୍ୟରେ ଜାରି ହୋଇଥିବା ଯୁଦ୍ଧ ମଧ୍ୟରେ ଜଣେ ବ୍ରିଟିଶ ନାଗରିକ ୟୁକ୍ରେନ ସେନାର ସାହାଯ୍ୟ କରିବା ପାଇଁ ଘରୁ ଲୁଚି ଛପି ପଳେଇଗଲା|ଘରୁ ବାହାରିବା ପୂର୍ବରୁ ସେ ନିଜ ପତ୍ନୀଙ୍କୁ କହିଲା ଯେ ସେ ଵାହାରେ ପକ୍ଷୀ ଦେଖିବାକୁ ଯାଉଛି|କିନ୍ତୁ ସେ ପତ୍ନୀଙ୍କୁ ମିଛ କହିଥିଲେ ପ୍ରକୃତରେ ସେ ଦେଶର ବାହାରକୁ ଯାଉଥିଲେ|

ଦ ସନର ରିପୋର୍ଟ ଅନୁସାରେ ଏହି ବ୍ୟକ୍ତି ପୂର୍ବ ସୈନିକ ଅଟେ ଓ ବ୍ରିଟିଶର ବିରଲର ବାସିନ୍ଦା ଅଟେ|ବ୍ୟକ୍ତି ନିଜର ପତ୍ନୀଙ୍କୁ ଏହା କହି ବାହାରିଥିଲେ ଯେ ସେ ଆଖପାଖ ବୁଲିବାକୁ ଯାଉଛି କିନ୍ତୁ ସେ ଫ୍ଲାଇଟ ଧରି ସିଧା ପୋଲାଣ୍ଡ ପହଞ୍ଚି ଗଲା ଓ ସେଠାରୁ ବର୍ଡର ପାର କରି ସିଧା ୟୁକ୍ରେନ ପହଞ୍ଚି ଗଲା|

ଏହି ପୂର୍ଵ ସୈନିକ ରୂଷ ବିରୁଦ୍ଧରେ ୟୁକ୍ରେନ ସେନାର ସାହାଯ୍ୟ କରିବାକୁ ଗଲା|ତାର ଦୁଇଟି ଛୁଆ ରହିଛନ୍ତି|ନିଜର ନାଁ ନ ବତାଇ ସେ କହିଲା ଯେତେବେଳେ ପତ୍ନୀଙ୍କୁ ଜଣାପଡିବ ମୁଁ ୟୁକ୍ରେନ ଲଢାଇରେ ସାମିଲ ପାଇଁ ଆସିଛି ସେ ଡରିଯିବ|ଯଦିଓ ଶିଘ୍ର ମୁଁ ଫୋନ୍ କରିବି ଓ ବୁଝେଇବି|

ରିପୋର୍ଟ ଅନୁଯାୟୀ ବ୍ରିଟେନରୁ ୟୁକ୍ରେନ ଯାଇଥିବା ବ୍ୟକ୍ତି ଦୀର୍ଘ ସମୟ ଧରି ବ୍ରିଟିଶ ଆର୍ମିରେ ସ୍ନାଇପର ଭାବେ କାମ କରୁଥିଲେ|ତା କହିବା କଥା ଯେ ଏହି କଷ୍ଟ ସମୟରେ ୟୁକ୍ରେନର ସାହାଯ୍ୟ କରିବା ଆବଶ୍ୟକ|ୟୁକ୍ରେନ ଲୋକଙ୍କୁ ତତ୍କାଳୀନ ଅନୁଭବୀ ସୈନ୍ୟ ଜରୁରୀ ଅଟେ ଓ ତା ପାଖରେ ରହିଛି|କୁହାଯାଏ ତା ଭଳି ବହୁ ଲୋକ ଵ୍ରିଟେନରୁ ୟୁକ୍ରେନ ପହଞ୍ଚିଛନ୍ତି|

Leave A Reply

Your email address will not be published.