ମୋଦୀ ସରକାରଙ୍କ ଚମତ୍କାର ଯୋଜନା,ପିଲା ଜନ୍ମ ହେଲେ ମିଳିବ ପଇସା, ଜାଣନ୍ତୁ କଣ କରିବାକୁ ପଡ଼ିବ !

0

Get real time updates directly on you device, subscribe now.

ମୋଦୀ ସରକାର ସମୟ ସମୟରେ ଷ୍ଟୁଡେଣ୍ଟ୍, ମହିଳା, କନ୍ୟା ଏବଂ ବୃଦ୍ଧମାନଙ୍କ ପାଇଁ ଲାଭକାରୀ ଯୋଜନା ଆଣିଥାନ୍ତି । ଏଥିମଧ୍ୟରୁ ଅଧିକାଂଶ ଯୋଜନାର ଲାଭ ବିପିଏଲ ଭିତରେ ଆସୁଥିବା ପରିବାରକୁ ମିଳିଥାଏ । କେନ୍ଦ୍ର ସରକାରଙ୍କ ଏମିତି ଏକ ଯୋଜନା ମଧ୍ୟ ରହିଛି, ଯେଉଁଥିରେ ପିଲା ଜନ୍ମ ହେଲେ ମାକୁ ପଇସା ମିଳିଥାଏ ।

ପ୍ରଧାନମନ୍ତ୍ରୀ ମାତୃତ୍ଵ ବନ୍ଦନା ଯୋଜନା :-

ପ୍ରଧାନମନ୍ତ୍ରୀ ମାତୃତ୍ଵ ବନ୍ଦନା ଯୋଜନା(Pradhan Mantri Matritva Vandana Yojana)ର ଆରମ୍ଭ ଜାନୁଆରୀ 1 ତାରିଖ 2017 ଠାରୁ ହୋଇଥିଲା । କେନ୍ଦ୍ର ସରକାର ଦ୍ଵାରା ଚଲାଯାଉଥିବା ଏହି ଯୋଜନାରେ ପ୍ରଥମଥର ଗର୍ଭବତୀ ହେଉଥିବା ଏବଂ ସ୍ତନପାନ କରାଉଥିବା ମହିଳାଙ୍କୁ 5000 ଟଙ୍କା ର ଆର୍ଥିକ ସାହାଯ୍ୟ ଦିଆଯାଏ । ଏହି ଯୋଜନାକୁ ” ପ୍ରଧାନମନ୍ତ୍ରୀ ଗର୍ଭାବସ୍ଥା ସହାୟତା ଯୋଜନା” ମଧ୍ୟ କୁହାଯାଏ ।

3ଟି କିସ୍ତିରେ ମିଳିଥାଏ ପଇସା :-

ଏହି ଯୋଜନା ଅଧୀନରେ ମିଳୁଥିବା 5000 ଟଙ୍କା ତିନୋଟି କିସ୍ତିରେ ମିଳିଥାଏ । ପ୍ରଥମ କିସ୍ତି 1000 ଟଙ୍କା ଅଟେ, ଯାହା ଗର୍ଭବତୀ ହେବାର 150 ଦିନ ଭିତରେ ପଞ୍ଜିକରଣ କରାଇଲେ ମିଳିଥାଏ । ଦ୍ୱିତୀୟ କିସ୍ତି 2000 ଟଙ୍କାର ଅଟେ, ଯାହା 180 ଦିନ ମଧ୍ୟରେ ଲ୍ୟାବ ରେ ଟେଷ୍ଟ କରାଇବା ପରେ ମିଳିଥାଏ । ସେହିପରି ତୃତୀୟ କିସ୍ତି 2000 ଟଙ୍କାର ହୋଇଥାଏ, ଯାହା ପ୍ରସବ ତଥା ଶିଶୁର ପ୍ରଥମ ଟୀକାକରଣ ପରେ ମିଳିଥାଏ ।

କିପରି ମିଳିବ ଏହି ଟଙ୍କା :-

ଏହି ଟଙ୍କା କେବଳ ସେହି ମହିଳାଙ୍କୁ ମିଳିଥାଏ, ଯେଉଁମାନେ 19 ବର୍ଷ କିମ୍ବା ଅଧିକ ବୟସର ଅଟନ୍ତି । ମହିଳାଙ୍କର ଜାନୁଆରୀ 1 ତାରିଖ 2017 କିମ୍ବା ତାପରେ ପ୍ରଥମଥର ଗର୍ଭବତୀ ହେବା ମଧ୍ୟ ଜରୁରୀ ଅଟେ । ସେହିପରି ସରକାରୀ ଚାକିରି କରୁଥିବା କିମ୍ବା ବିପିଏଲ ଭିତରେ ନ ଆସୁଥିବା ମହିଳାଙ୍କୁ ଏହି ପଇସା ମିଳେନାହିଁ ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କ ପାଖରେ ରାସନ୍ କାର୍ଡ, ପିଲାର ଜନ୍ମ ପ୍ରମାଣପତ୍ର, ବାପାମାଆଙ୍କ ଆଧାର କାର୍ଡ, ବ୍ୟାଙ୍କ୍ ଖାତାର ପାସ ବୁକ୍, ବାପାମାଆଙ୍କ ପରିଚୟ ପତ୍ର ଇତ୍ୟାଦି ଥିବା ଆବଶ୍ୟକ ।

କେଉଁଠାରେ ଆବେଦନ କରିପାରିବେ :-

ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିଥାଏ । ଏହି ରେଜିଷ୍ଟ୍ରେସନ୍ ପାଇଁ ଆପଣ ଆଶା କିମ୍ବା ଏଏନଏମଙ୍କ ମାଧ୍ୟମରେ ଆବେଦନ କରିପାରିବେ । ସେହିପରି ଯଦି ଅନଲାଇନ୍ ରେ ଆବେଦନ କରିବେ ତେବେ ଉମଙ୍ଗ ଆପ କିମ୍ୱା https://wcd.nic.in/ ୱେବସାଇଟ ରେ ମଧ୍ୟ କରିପାରିବେ ।

Leave A Reply

Your email address will not be published.