୪ ଡେଲିଭରି ବୟଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ, ଜାଣନ୍ତୁ କିପରି ଚାରିଜଣଙ୍କୁ ବଞ୍ଚିବାର ଗୋଟିଏ ବି ସୁଯୋଗ ମିଳିଲା ନାହିଁ

0

Get real time updates directly on you device, subscribe now.

ଦିଲ୍ଲୀର ଗୁରୁଗ୍ରାମରୁ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ଗୁରୁଗ୍ରାମର ଗୋଲ୍ଫ କୋର୍ସ ରୋଡ଼ ରେ ଗୋଟିଏ ସ୍ପିଡ୍ ରେ ଯାଉଥିବା ସ୍କୋଡା କାର ଦୁଇଜଣ ବାଇକରେ ବସିଥିବା ସ୍ଵିଗିର 4ଜଣ ଡେଲିଭରି ବୟଙ୍କୁ ମାଡ଼ି ଦେଲା । ଏହି ଚାରିଜଣ ଯୁବକଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଗଲା । ଏହି ଘଟଣାଟି ବୁଧବାର ବିଳମ୍ବିତ ରାତିର ବୋଲି କୁହାଯାଉଛି ।

ଏହି ଘଟଣାର ସୂଚନା ମିଲିବାମାତ୍ରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଯାଇଛି ଏବଂ ତାକୁ ପଚରାଉଚରା କରାଯାଉଛି । ଘଟଣାସ୍ଥଳରେ ଥିବା ଗୁରୁଗ୍ରାମ ଡିଏଲଏଫ ଫେଜ୍ ବନ ଥାନାର ପୋଲିସ ଅଧିକାରୀ କହିଛନ୍ତି ଯେ ସବୁ ଡେଲିଭରି ବୟ ରାସ୍ତା କଡ଼ରେ ଠିଆ ହୋଇଥିଲେ ।

ଠିକ୍ ସେତିକିବେଳେ ସାମ୍ନାକୁ କାର ଆସିଲା ଏବଂ ଚାରିଜଣଙ୍କୁ ମାଡ଼ିଦେଲା । କୁହାଯାଉଛି ଯେ କାର ଏତେ ସ୍ପିଡରେ ଥିଲା ଯେ ଚାରିଜଣ ଡେଲିଭରି ବୟ ନିଜକୁ ସମ୍ଭାଳିବା ଏବଂ ବଞ୍ଚିବାର ଗୋଟିଏ ବି ସୁଯୋଗ ମିଳିଲା ନାହିଁ, ସେମାନେ କିଛି ଚିନ୍ତା କରିବା ପୂର୍ବରୁ କାର ସେମାନଙ୍କୁ ମାଡିଦେଲା ।

ସେହି ଚାରିଜଣ ଡେଲିଭରି ବୟଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଗଲା, ଡାକ୍ତରମାନେ ବହୁତ୍ ଚେଷ୍ଟା କଲେ, କିନ୍ତୁ ସେମାନଙ୍କୁ ବଞ୍ଚାଇ ପାରିଲେ ନାହିଁ । ଡାକ୍ତରଙ୍କ କହିବା ଅନୁଯାୟୀ, ଅଧିକ ଜୋରରେ ଧକ୍କା ହେବା କାରଣରୁ ବଞ୍ଚିବାର ଆଶା ବହୁତ୍ କମ୍ ରହିଥିଲା ।

କାରର ସ୍ପିଡ କେତେ ଅଧିକ ଥିଲା, ଏହା ଏହି କଥାରୁ ଅନୁମାନ କରାଯାଇପାରେ ଯେ ବାଇକ୍ ମଧ୍ୟ ଖଣ୍ଡ ଖଣ୍ଡ ହୋଇଯାଇଥିଲା । କେବଳ ଏତିକି ନୁହେଁ କାର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦ୍ୟାମେଜ୍ ହୋଇଗଲା । କାର ଡ଼୍ରାଇଭର କୁ ଗିରଫ କରି ପୋଲିସ ଯାଞ୍ଚ କରୁଛି ଯେ ଯୁବକ ମଦ ନିଶାରେ ଥିଲା କି ନାହିଁ ।

Leave A Reply

Your email address will not be published.