ଛିଃ ଛିଃ ଏତେ ନୃଶଂସ ! ଶାରୀରିକ ସମ୍ପର୍କ ସମୟରେ ରାଗ ହେବାରୁ ପ୍ରେମିକର ଗୁପ୍ତାଙ୍ଗକୁ କାଟିଦେଲା ଗାର୍ଲଫ୍ରେଣ୍ଡ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମଣିଷ ନିଜର ହିତାହିତ ଜ୍ଞାନକୁ ଭୁଲି ବେଳେବେଳେ ଏମିତି କିଛି ଭୁଲ କରିଦିଏ, ଯାହାର କୌଣସି ପ୍ରକାର ପ୍ରାୟଶ୍ଚିତ ନଥାଏ। ନିକଟରେ ଜଣେ ମହିଳା ସେଭଳି ଏକ କାମ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମହିଳା ଜଣକ ନିଜର ବୟଫ୍ରେଣ୍ଡ୍‌ ଉପରେ ଏତେ ରାଗିଗଲେଯେ ସେ ତାଙ୍କର ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି। ତେବେ କେବଳ ଏତିକିରେ ତାଙ୍କର ନୃଶଂସତା ସରି ନଥିଲା। ସେ ଗୁପ୍ତାଙ୍ଗକୁ କାଟିବା ପରେ ଏକ ବାଲ୍ଟିରେ ପକାଇ ଦେଇଥିଲେ। ୨୪ ବର୍ଷୀୟା ଏହି ମହିଳା ଆମେରିକାର ବିସକନ୍ସିନରେ ରୁହନ୍ତି। ତାଙ୍କର ନାଁ ଟେଲର ଡି ସ୍କାବିଜନେସ।

ରିପୋର୍ଟ ଅନୁସାରେ, ଫେବ୍ରୁଆରୀ ମାସ ୨୩ ତାରିଖରେ ପୁଅ ନିଖୋଜ ହୋଇଥିବାର ନେଇ ପୋଲିସରେ ପରିବାର ତରଫରୁ ଏକ ମାମଲା ରୁଜୁ କରାଯାଇଥିଲା। ଏହା ପରେ ପୋଲିସ ତାଙ୍କର ମୋବାଇଲ ନମ୍ବର ଯାଞ୍ଚ୍‌ କରିବାରୁ ଶେଷ କଲ୍‌ ଗାର୍ଲଫ୍ରେଣ୍ଡ୍‌କୁ ଯାଇଥିବାର ଜାଣିବାକୁ ପାଇଥିଲେ। ପରେ ପୋଲିସ ଗାର୍ଲଫ୍ରେଣ୍ଡ୍‌ର ଘର ଚେକ୍‌ କରିବାରୁ ଏକ ବାଲ୍ଟିରୁ ଯୁବକର କଟା ଅଙ୍ଗ ପାଇଥିଲା। ତା’ପରେ ଯୁବତୀଙ୍କ କାର୍‌ରୁ ଯୁବକଙ୍କ ଶରୀରର ଅନ୍ୟ କଟା ଅଙ୍ଗପ୍ରତ୍ୟଙ୍ଗ ମିଳିଥିଲା। ପୋଲିସକୁ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ କରିଥିଲା ଏକ ବାଲି୍ଟରୁ ମିଳିଥିବା ଗୁପ୍ତାଙ୍ଗ।

ଏ ବିଷୟରେ ଟେଲରକୁ ପଚାରିବାରୁ କହିଛନ୍ତିକି- ଆମେ ଏକ ଡ୍ରଗ୍ସ ସେବନ କରି ଶାରୀରିକ ସମ୍ପର୍କ ରଖୁଥିଲୁ। ଏହି ସମୟରେ ମୁଁ ମୋ ବୟଫ୍ରେଣ୍ଡର ତଣ୍ଟିକୁ ଚିପୁଥିଲି। ତାଙ୍କୁ ମାରିବା ମୋର କୌଣସି ଉଦ୍ଦେଶ୍ୟ ନ ଥିଲା। ତାଙ୍କୁ ସେଭଳି ଅଣନିଃଶ୍ୱାସୀ ହେବା ଦେଖିବାକୁ ମୋତେ ଭଲ ଲାଗୁଥିଲା। ଏଣୁ ମୁଁ ଏମିତି କରୁଥିଲି। କିନ୍ତୁ ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗକୁ ମୁଁ କାଟି ଅଲଗା କରି ଦେଇଥିଲି। ସେ ବେସମେଣ୍ଟରେ ଏହି କାଣ୍ଡ ନିଭିଆଇଥିଲେ ବୋଲି ପୋଲିସ ସନ୍ଦେହ କରୁଛି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ସମୟର ଚର୍ଚ୍ଚାର ବିଷୟ ସାଜିଛି।

Leave A Reply

Your email address will not be published.