ଭେଣେଇ ସହିତ ରୁମରୁ ଏମିତି ଅବସ୍ଥାରେ ମିଳିଲା ନୁଆଁବୋହୁ, ଏହା ଦେଖି ଶାଶୂ ଶ୍ଵଶୁର ଆଶ୍ଚର୍ଯ୍ୟ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଘରର ବୋହୂ ପରିବାରର ଇଜତ ବୋଲି କୁହାଯାଏ । ତା ଠାରୁ ହିଁ ସମାଜରେ ଘରର ଇଜତ ବଢ଼ିଥାଏ । କିନ୍ତୁ ସେତେବେଳେ କଣ୍ ହେବ, ଯେତେବେଳେ ସେହି ବୋହୂ ସମାଜରେ ଆପଣଙ୍କ ଇଜତକୁ ଦାଣ୍ଡରେ ପକାଇବ ? ଉତ୍ତରପ୍ରଦେଶର ପିଲିଭିତ୍ ରେ ଏମିତି କିଛି ହିଁ ଘଟିଛି । ଏଠାରେ ଗୋଟିଏ ପରିବାର ନିଜ ପୁଅ ପାଇଁ ସୁନ୍ଦର୍ ବୋହୂଟିଏ ଆଣିଲେ । ସେମାନେ ବୋହୂକୁ ଘରେ ଝିଅ ପରି ରଖିଲେ । କିନ୍ତୁ ବୋହୂ ବିବାହର କିଛି ମାସ ପରେ ଏମିତି କାଣ୍ଡ କଲା ଯେ ଶାଶୁ ଶ୍ଵଶୁର ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ।

ବିବାହ ପରେ ଫେରାର ହେଲା ନୂଆଁବୋହୁ :-

ବାସ୍ତବରେ ଏହି ପୁରା ମାମଲା ବାବା କଲୋନୀ ଭଗବନ୍ତାପୂର୍ ଚୁଙ୍ଗିର ଅଟେ । ଏଠାରେ ଉପେନ୍ଦ୍ର ନାମକ ବ୍ୟକ୍ତି ଗୋରଖପୁର ର ବାସିନ୍ଦା ସଙ୍ଗୀତା ନାମକ ଯୁବତୀଙ୍କ ସହିତ ପ୍ରାୟ 4 ମାସ ପୂର୍ବରୁ ବିବାହ କରିଥିଲେ । ବିବାହ ପରେ କିଛି ମାସ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ତାପରେ ମାର୍ଚ୍ଚ 1 ତାରିଖରେ ସଙ୍ଗୀତା ନିଜ ପରିବାର ଲୋକଙ୍କ ସହିତ କୌଣସି ଧାର୍ମିକ ସ୍ଥାନକୁ ବୁଲିବାକୁ ଗଲେ । ଏଠାରେ ସେ ସୁଯୋଗ ଦେଖି ଫେରାର ହୋଇଗଲେ ।

ଶାଶୁଘର ଲୋକେ ବୋହୂକୁ ଖୋଜିବା ଆରମ୍ଭ କରିଦେଲେ :-

ବୋହୂ ଅଚାନକ ଗାଏବ ହେବାରୁ ପରିବାର ଚିନ୍ତିତ ହୋଇପଡିଲେ । ସମସ୍ତେ ଚିନ୍ତା କରିବାକୁ ଲାଗିଲେ ଯେ ପ୍ରକୃତରେ ଏହି ବୋହୂ ନିଜ ସ୍ୱାମୀକୁ ଛାଡି କୁଆଡେ ଚାଲିଗଲା । କିଛି ଲୋକଙ୍କ ମନରେ ଲୁଟେରି ବୋହୂ ବାଲା ଭାବନା ଆସିଲା । କିନ୍ତୁ ଘରୁ କୌଣସି ପଇସା କିମ୍ବା ଅଳଙ୍କାର ଚୋରି ହୋଇନଥିଲା । ଅର୍ଥାତ୍ ସେ ଲୁଟେରି ବୋହୂ ନଥିଲା । କିଛି ତ ଗଡବଡ ନିଶ୍ଚୟ ଥିଲା । ଏପରି ପରିସ୍ଥିତିରେ ଶାଶୁ ଶ୍ଵଶୁର ଏବଂ ସ୍ବାମୀ ସଙ୍ଗୀତା ଙ୍କୁ ଖୋଜିବା ଆରମ୍ଭ କରିଦେଲେ ।

ଭେଣେଇ ଘରେ ଧରାପଡିଲା ବୋହୂ :-

ପରିବାର ଘରୁ ପଳାଇଥିବା ନୁଆଁବୋହୁକୁ ବହୁତ୍ ଖୋଜିଲେ । ଏହି ସମୟରେ ତାଙ୍କର ଉଦୟକରନପୁରରେ ରହୁଥିବା ବୋହୂର ଭେଣେଇ ଘରେ ଖୋଜା ଶେଷ ହେଲା । ସଙ୍ଗୀତା ନିଜ ଭେଣେଇ ଘରେ ରହୁଥିଲା । ଶାଶୁ ଶ୍ୱଶୁର ତାଙ୍କୁ ଠିକ୍ ସମୟରେ ଭେଣେଇ ରୁମରେ ଧରିନେଲେ । ବୋହୂକୁ ଭେଣେଇ ସହ ଏହି ଅବସ୍ଥାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବୋହୂ ଗୋଟିଏ ଝଟକା ରେ ତାଙ୍କର ବର୍ଷ ବର୍ଷ ଧରି କମେଇଥିବା ଇଜତ ମାଟିରେ ମିଶାଇ ଦେଲା ।

ଏତେ ବଡ କାଣ୍ଡ ହେବା ସତ୍ତ୍ବେ ମଧ୍ୟ ଶାଶୁଘର ଲୋକେ ବୋହୂକୁ ଆଉ ଗୋଟିଏ ସୁଯୋଗ ଦେବାକୁ ଚାହୁଁଥିଲେ । ସେମାନେ ତାକୁ ଘରକୁ ଫେରିବାକୁ କହିଲେ । କିନ୍ତୁ ବୋହୂ ଯିବାପାଇଁ ମନା କରିଦେଲା । ତାପରେ ଶାଶୁ ଘର ଲୋକେ ବୋହୂର ବାପଘର ଲୋକଙ୍କୁ ସୂଚନା ଦେଲେ । ଝିଅର ଏହି କାରନାମା କୁ ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ମଧ୍ୟ ଘଟଣାସ୍ଥଳକୁ ଆସିଲେ ଏବଂ ଶାଶୁ ଘର ଲୋକଙ୍କ ସହିତ ଯିବାପାଇଁ ପରାମର୍ଶ ଦେଲେ । କିନ୍ତୁ ଝିଅ ସେମାନଙ୍କ କଥା ମଧ୍ୟ ଶୁଣିଲା ନାହିଁ । ସେ କହିଲା ଯେ ସେ ତାର ଭେଣେଇ ସହିତ ହିଁ ରହିବ ।

Leave A Reply

Your email address will not be published.