ବ୍ୟାଚଲର ପିଲାମାନଙ୍କ ସହିତ ଫୋନରେ ମିଠା ମିଠା କଥା ହେଉଥିଲା ଡ୍ରିମ୍ ଗାର୍ଲ,ତାପରେ ସାମ୍ନାକୁ ଆସିଲା ବଡ ସତ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କୁଆଁରା ପୁଅ ଟାର୍ଗେଟ ଏବଂ ଫୋନରେ ମିଠା ମିଠା କଥା, ଯିଏ ଫଶିଗଲା ତାଠାରୁ ହଜାର ହଜାର ଟଙ୍କାର ଲୁଟ । ଆଜ୍ଞା ହଁ, କିଛି ନାବାଳିକା ଝିଅମାନଙ୍କୁ ଚାକିରୀରେ ରଖି ସେମାନଙ୍କୁ ଡ୍ରିମ୍ ଗାର୍ଲ୍ କରାଯାଇଥିଲା । ସେମାନଙ୍କୁ କାମ ଦିଆଯାଇଥିଲା ଯେ ପ୍ରେମଭରା କଥା ହୋଇ ଯୁବକମାନଙ୍କୁ ନିଜ ଜାଲରେ ଫସାଇବା ଏବଂ ତାପରେ ଧନ ଲୁଟ କରିବା । କିନ୍ତୁ ଏହି କଳା ଧନ୍ଦା ଅଧିକ ସମୟ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ ଏବଂ ପୋଲିସ ଏହି ଧନ୍ଦାର ପରଦା ଫାର୍ସ କରିଦେଲା ।

11ଟି ରାଜ୍ୟରେ ଚାଲିଥିଲା ଖେଳ :-

ଏହି ଖେଳ ମଧ୍ୟପ୍ରଦେଶରେ ଚାଲୁଥିଲା । ଗ୍ୱାଳୀୟର ପୋଲିସ ଏମିତି ଗୋଟିଏ ଗ୍ୟାଙ୍ଗର ପରଦା ଫାର୍ସ କରିଛି, ଯାହା 11ଟି ରାଜ୍ୟରେ ଆକ୍ଟିଭ ଥିଲା । ଏହି ଗ୍ୟାଙ୍ଗ ର ସଦସ୍ୟମାନଙ୍କ କାମ ଏପରି ଯୁବକଙ୍କୁ ଫସାଇବାର ଥିଲା, ଯେଉଁମାନେ ବିବାହ ଯୋଗ୍ୟ ହୋଇ ସାରିଛନ୍ତି ଏବଂ ଅନଲାଇନ୍ ରେ ନିଜର ଜୀବନସାଥି ଖୋଜୁଛନ୍ତି । ଏହି ଯୁବକଙ୍କୁ ଟାର୍ଗେଟ କରି ଏହି ଗ୍ୟାଙ୍ଗ କଳାଟଙ୍କା ରୋଜଗାର କରୁଥିଲା । ଗ୍ୟାଙ୍ଗର ଖୁଲାସା ହେବାପରେ ଯେତେବେଳେ ପୋଲିସ ଯାଞ୍ଚ କଲା, ସେତେବେଳେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହେଲା ।

ନାବାଳିକା ଝିଅମାନେ କରୁଥିଲେ ଫୋନ୍ :-

ଏହି ଗ୍ୟାଙ୍ଗ ନକଲି ମେଟ୍ରୋମୋନିୟଲ ସାଇଟ୍ ତିଆରି କରି ରଖିଥିଲେ । ଏହି ଠକ ମାନେ ସମ୍ପର୍କ ଡଟ କମ, ବିବାହ ବନ୍ଧନ ଏବଂ ଅନଲାଇନ୍ ମ୍ୟାଚ୍ ପଏଣ୍ଟ ନାମରେ ନକଲି ମ୍ୟାରେଜ୍ ଭ୍ୟୁରୋ ଖୋଲିଥିଲେ । ଏହି ସ୍ଥାନଗୁଡିକରେ ନାବାଳିକା ଝିଅମାନଙ୍କୁ ସ୍ୟାଲେରି ଦେଇ ରଖାଯାଉଥିଲା । ଏମାନଙ୍କ କାମ ସେହି ଯୁବକମାନଙ୍କୁ ଫୋନ୍ କରିବା ଥିଲା, ଯେଉଁମାନେ ଏମାନଙ୍କ ୱେବସାଇଟକୁ ଭିଜିଟ କଲେ । ଏହାପରେ ମିଠା ମିଠା କଥା କହି ସେମାନଙ୍କୁ ଫସାଯାଉଥିଲା ।

ହଜାର ହଜାର ଟଙ୍କା କରୁଥିଲେ ଆଦାୟ :-

ଏହି ନାବାଳିକା ଝିଅମାନଙ୍କର କାମ ଥିଲା ପ୍ରଥମେ ରେଜିଷ୍ଟ୍ରେସନ୍ କରାଇବା । ଏଥିପାଇଁ ସେମାନେ 500ରୁ 1000 ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲେ । ଏହାପରେ ବିବାହ ପାଇଁ ଇଛୁକ ଯୁବକଙ୍କୁ ହେବାକୁ ଯାଉଥିବା କନ୍ୟା କରି ଏମାନଙ୍କ ମଧ୍ୟରୁ ହିଁ କୌଣସି ଅନ୍ୟ ଝିଅ ସହିତ କଥା କରାଇ ଦିଆଯାଉଥିଲା । ଯେତେବେଳେ ଯୁବକମାନେ ସେମାନଙ୍କ ଜାଲରେ ଫସି ଯାଉଥିଲେ, ସେତେବେଳେ ସେମାନେ ସାହାଯ୍ୟ ନାମରେ କେତେବେଳେ 5ହଜାର ତ ଆଉ କେତେବେଳେ 10 ହଜାର ଟଙ୍କା ମାଗୁଥିଲେ । ଯୁବକ ପଇସା ପଠାଇବା ପରେ ଏମାନେ ଗାଏବ ହୋଇ ଯାଉଥିଲେ ।

ଗ୍ବାଲିୟର ପୋଲିସକୁ ମିଳିଲା ସୂଚନା :-

ଏହି ଜାଲିଆତିର ଗୁପ୍ତ ସୂଚନା ଗ୍ବାଲିୟର ପୋଲିସକୁ ମିଳିଥିଲା । ଏହାପରେ ଯେତେବେଳେ ପୋଲିସ ତିନୋଟି ଅଫିସରେ ଚଢ଼ାଉ କରିଥିଲା, ସେତେବେଳେ ସତ ସାମ୍ନାକୁ ଆସିଲା । ଏହି ଲୋକମାନେ ପୁରା କଲ ସେଣ୍ଟର୍ ଚଳାଉଥିଲେ, ଯେଉଁଠାରୁ କଲିଙ୍ଗ କରାଯାଉଥିଲା । ଏହାର ନେଟୱର୍କ 11ଟି ରାଜ୍ୟରେ ବ୍ୟାପିଥିଲା । ଏହାର ଠକାମୀର ଶିକାର ମଧ୍ୟପ୍ରଦେଶ ଠାରୁ ଆରମ୍ଭ କରି ୟୁପି, ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ଲୋକ ମଧ୍ୟ ହୋଇଛନ୍ତି । ଚଢ଼ାଉରେ କଲିଙ୍ଗ ରେଜିଷ୍ଟର, 40ଟି ସିମରୁ ନେଇ 25ଟି ମୋବାଇଲ ଏବଂ ଲାପଟପ୍ ମିଳିଛି । ଏହି ଗ୍ୟାଙ୍ଗ 2 ବର୍ଷ ମଧ୍ୟରେ ଲୋକମାନଙ୍କ ଠାରୁ ପ୍ରାୟ 50 ଲକ୍ଷ ଟଙ୍କା ଠକି ନେଇଛନ୍ତି । ପୋଲିସ ବର୍ତ୍ତମାନ ଏମାନଙ୍କର ଅନ୍ୟ କନେକସନ୍ ମଧ୍ୟ ଖୋଜିବାରେ ଲାଗିପଡ଼ିଛି ।

Leave A Reply

Your email address will not be published.