ରାସ୍ତାରେ ହଜାର ହଜାର କାର ଛାଡି ପଳାଇଲେ ୟୁକ୍ରେନି ଲୋକ, ୨୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଚାଲି ବଞ୍ଚାଇଲେ ଜୀବନ, ହୃଦୟ ଥରଇଦେବ ଏହି ଭୟଙ୍କର ଦୃଶ୍ୟ

0

Get real time updates directly on you device, subscribe now.

ରୁଷ-ୟୁକ୍ରେନ ଯୁଦ୍ଧ ଯୁଦ୍ଧର ଭୟାବହତାକୁ ସାମ୍ନାକୁ ଆଣିଦେଇଛି | ଯୁଦ୍ଧ କିପରି ଭାବେ ମାନବ ଜୀବନକୁ ନଷ୍ଟ କରିଦିଏ, ଏଠାରେ ସ୍ପଷ୍ଟ ଭାବରେ ଦେଖାଯାଇପାରେ | ଜଣେ ବ୍ୟକ୍ତି ଯିଏକି ୨୦ ଘଣ୍ଟା ଚାଲିବା ପରେ ନିଜ ଜୀବନ ବଞ୍ଚାଇଲେ ଏବଂ ସେ ୟୁକ୍ରେନ ସୀମାରୁ ବାହାରି ପାରିଲେ, ସେ ଦୁନିଆଁ ସାମ୍ନାରେ ସେହି ଯନ୍ତ୍ରଣାଦାୟକ ଦୃଶ୍ୟକୁ ସେୟାର କରିଛନ୍ତି, ଯାହାକୁ ଜାଣିଲେ ବ୍ୟକ୍ତି ଭିତରେ ଥରିଉଠିବ |

ଆମେରିକାର ବାସିନ୍ଦା ୨୫ ବର୍ଷୀୟ Manny Marotta ବୃତ୍ତିରେ ଜଣେ ସାମ୍ବାଦିକ ଅଟନ୍ତି | ସେ ୨୦ ଘଣ୍ଟା ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ୟୁକ୍ରେନକୁ ଛାଡିଛନ୍ତି | ଟ୍ୱିଟରରେ ସେ ନିଜ ଯାତ୍ରାକୁ ଲୋକମାନଙ୍କ ସହିତ ସେୟାର କରିଛନ୍ତି | ସେ ୟୁକ୍ରେନର Lviv ଠାରୁ ପୋଲାଣ୍ଡରେ ପହଞ୍ଚିଛନ୍ତି | ସେ Ukraine Conflict Live 2022 ନାମକ ଟ୍ୱିଟର ହ୍ୟାଣ୍ଡେଲରେ ନିଜର ଅନୁଭବ ସେୟାର କରିଛନ୍ତି | ସେ କହିଛନ୍ତି ଯେ କିପରି ଯେତେବେଳେ ସେ ପାଦରେ ଚାଲି ଚାଲି ଆସୁଥିଲେ, ସେତେବେଳେ ୟୁକ୍ରେନର କେଉଁ କେଉଁ ଦୁର୍ଦଶା ସେ ଦେଖିଲେ |

ଟ୍ୱିଟରରେ ଏହି ଯନ୍ତ୍ରଣାଦାୟକ ଯାତ୍ରାକୁ ସେୟାର କରି ସେ କହିଛନ୍ତି ଯେ ସେ ଅନେକ କାରଗୁଡିକୁ ଠିଆ ହୋଇଥିବାର ଦେଖିଲେ | ଯାହାର ମାଲିକମାନେ ସେଗୁଡିକୁ ସେଠାରେ ଛାଡି ଯାଇ ସାରିଥିଲେ | ଏହି କାର ୨୫ କିଲୋମିଟର ଲମ୍ବା ଲାଇନରେ ଠିଆ ହୋଇଥିଲା | ସେଥିମଧ୍ୟରୁ ଅନେକ କାରରେ ତ ଗ୍ୟାସ ମଧ୍ୟ ନଥିଲା | ଏପରି ପରିସ୍ଥିତିରେ ଲୋକମାନେ ପାଦରେ ହିଁ ଯାତ୍ରା କରିବାକୁ ଭଲ ବୋଲି ସ୍ଥିର କରି ଆରମ୍ଭ କରିଥିଲେ |

ସେ କହିଛନ୍ତି ୟୁକ୍ରେନର ସେନାଙ୍କ ସୈନିକ ସେହି ଲୋକମାନଙ୍କ ମଧ୍ୟରେ ସାହସ ଦେଉଥିଲେ, ଯେଉଁମାନେ ଦେଶ ଛାଡି ଚାଲି ଯାଉଥିଲେ | ଏହି ସମୟରେ ୧୮ରୁ ୬୦ ବର୍ଷର ପୁରୁଷମାନଙ୍କୁ ସେମାନେ ଆର୍ମିରେ ଜଏନ କରିବାପାଇଁ ମଧ୍ୟ ପ୍ରେରିତ କରୁଥିଲେ | ସେମାନେ କହୁଥିଲେ, ‘ନିଜ ଝିଅ, ମା ଏବଂ ଗାର୍ଲଫ୍ରେଣ୍ଡଙ୍କୁ ଗୁଡ଼ ବାୟ କହିଦିଅ ଏବଂ ରୁଷୀୟ ମାନଙ୍କ ସହିତ ଫାଇଟ କର |’

ସେ ଆଗକୁ କହିଛନ୍ତି ଯେ ତାଙ୍କର ମ୍ୟାକ୍ସ ନାମକ ଜଣେ ୨୪ ବର୍ଷୀୟ ବ୍ୟକ୍ତିଙ୍କ ସହିତ ବନ୍ଧୁତା ହୋଇଥିଲା | ସେ ତାଙ୍କ ସହିତ କଥା ହେଉଥିବା ସମୟରେ ତାଙ୍କୁ ସେନାରେ ଭର୍ତ୍ତି ପାଇଁ ନିଆଗଲା | କିନ୍ତୁ ସେନାରେ ଭର୍ତ୍ତି କରିବା ସମୟରେ ତାଙ୍କୁ ପୁରା ଭରସାରେ ନିଆଯାଇନଥିଲା | ସେ ଏହା ମଧ୍ୟ ଲେଖିଛନ୍ତି ଯେ ସେ ଜୀବନସାରା ତାର ଚେହେରା ଭୁଲିପାରିବେ ନାହିଁ |

ଜଣେ ମହିଳା ଏଥିପାଇଁ ଚିତ୍କାର କରୁଥିଲେ, କାହିଁକି ଆର୍ମିମାନେ ତାଙ୍କ ସ୍ୱାମୀଙ୍କୁ ଆର୍ମିରେ ଭର୍ତ୍ତି ହେବା ପାଇଁ ନେଇଯାଉଥିଲେ | ଏହା ମଧ୍ୟରେ ଜଣେ ସୈନିକ ସେହି ମହିଳାଙ୍କୁ ଚାପୁଡ଼ା ମାରିଦେଲା ଏବଂ ସେ ତାଙ୍କ ସ୍ୱାମୀଙ୍କୁ ନେଇ ଚାଲିଗଲେ |

ସେ କହିଛନ୍ତି ଯେ ଅନେକ ମହିଳା ନିଜ ପିଲାମାନଙ୍କ ସହିତ ମଧ୍ୟ ଯାଉଥିଲେ | ସେମାନଙ୍କ ମଧ୍ୟରୁ ଅନେକ ମହିଳା ବୟସ୍କ ମଧ୍ୟ ଥିଲେ | ଜଣେ ମହିଳାଙ୍କୁ ଯେତେବେଳେ ସେ ପଚାରିଲେ ଯେ ସେମାନେ କୁଆଡେ ଯାଉଛନ୍ତି, ସେତେବେଳେ ସେ ତାଙ୍କୁ କହିଲେ ଯେ ସେ ପୋଲାଣ୍ଡ ଯାଉଛନ୍ତି | ଯାହା କି ସେଠାରୁ ୮୦ କିଲୋମିଟର ଦୂରରେ ଥିଲା ଏବଂ ଏହି ଦୂରତାକୁ ତାଙ୍କୁ ପାଦରେ ଚାଲି ଚାଲି ଯିବାର ଥିଲା |

ନିଜର ଏହି ଭୟଙ୍କର ଯାତ୍ରାକୁ ସେୟାର କରି ସେ ଶେଷରେ କହିଛନ୍ତି ଯେ ଏସବୁକୁ ଦେଖିବାପରେ ସେ ନିଶବ୍ଦ ଅଟନ୍ତି | ଶେଷରେ ୱେଲକମ କମେଟି ତାଙ୍କୁ ଏବଂ ବାକି ଲୋକଙ୍କର ସ୍ୱାଗତ କଲା ଏବଂ ସେମାନଙ୍କୁ ଚା ପିଇବାକୁ ଦେଲା |

Leave A Reply

Your email address will not be published.