ୟୁକ୍ରେନ୍‌ କଥାବର୍ତ୍ତା ହେବାକୁ ରାଜି ନୁହେଁ, ଚାରିପଟୁ ଆକ୍ରମଣ କରିବାକୁ ଆଦେଶ ଦେଲା ଋଷ୍‌

0

Get real time updates directly on you device, subscribe now.

ୟୁକ୍ରେନ ଉପରେ ଋଷ୍‌ ଚାରିଆଡ଼ୁ ଆକ୍ରମଣ କରିବା ପାଇଁ ଦେଲା ଆଦେଶ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କିୱ ସହ କଥାବାର୍ତ୍ତା କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ୟୁକ୍ରେନରେ ଋଷ ସୈନ୍ୟମାନଙ୍କର ଅଭିଯାନକୁ ଅସ୍ଥାୟୀ ରୁପରେ ବନ୍ଦ କରିବା ପାଇଁ ଆଦେଶ ଦେଇଥିଲେ। କିନ୍ତୁ ୟୁକ୍ରେନର ନେତୃତ୍ୱଙ୍କ ତରଫରୁ କଥାବାର୍ତ୍ତା କରିବା ନେଇ ମନା କରିଦିଆଯାଇଥିଲା। ପରେ ଶନିବାର ଦିନ ଦ୍ୱିପ୍ରହରରୁ ପୁଣିଥରେ ଋଷ ନିଜର ଅପରେଶନ ଆରମ୍ଭ କରିଛି।

ୟୁକ୍ରେନର ରାଜଧାନୀ କିୱରେ ରାତି ସାରା ବିଷ୍ପୋରଣ ଏବଂ ସଡ଼କରେ ଗୁଳି ବର୍ଷଣ ପରେ ଶନିବାର ଦିନ ଋଷର ସୈନିକ ସେଠାରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ କିୱରେ ସଂଘର୍ଷ ଜୋରଦାର ହୋଇଛି। ଏହାରି ମଧ୍ୟରେ ଆମେରିକା ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନସ୍କଙ୍କୁ ରାଜଧାନୀ ଛାଡ଼ି ପଳାଇଯିବା ପାଇଁ ପ୍ରସ୍ତାବ ଦେଇଥିବା ସମୟରେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଜୋର ଦେଇ କହିଛନ୍ତିଯେ, ସେ ରାଜଧାନୀ ଛାଡ଼ି ଅନ୍ୟ ସ୍ଥାନକୁ ଯିବେ ନାହିଁ। ଏଠାରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍‌ର ଅଧିକାରୀମାନେ ଋଷ୍‌ର ଆକ୍ରମଣକୁ ରୋକିବା ନେଇ କିଛି ମାତ୍ରାରେ ସଫଳତା ପାଇଛନ୍ତି ବୋଲି ସେ କହିଛନ୍ତି।

ଦୁଇଦିନର ଏହି ଯୁଦ୍ଧରେ ଶହ ଶହ ଲୋକମାନଙ୍କର ଜୀବନ ଚାଲି ଯାଇଥିବା ସମୟରେ ଦୁଇ ଦେଶର ଯବାନ ପ୍ରାଣ ହରାଉଛନ୍ତି। ୟୁକ୍ରେନ୍‌ବାସୀ ପ୍ରାଣ ଭୟରେ ଦେଶ ଛାଡ଼ି ଅନ୍ୟତ୍ର ପଳାୟନ କରୁଛନ୍ତ। ୟୁକ୍ରେନ୍‌ବାସୀ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ସରଣ ନେଉଥିବା ନେଇ ଜଣାପଡ଼ିଛି।

Leave A Reply

Your email address will not be published.