ଯୁଦ୍ଧର ଚତୁର୍ଥ ଦିନରେ ୟୁକ୍ରେନରେ ବୋମା ବର୍ଷା,କିଭ୍‌ରେ ମୃତ୍ୟୁର ତାଣ୍ଡବ,ଜନବସତି ଉପରେ ମିଜାଇଲ ମାଡ

0

Get real time updates directly on you device, subscribe now.

ଦିନକୁ ଦିନ ଭୟଙ୍କର ହୋଇ ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ଚତୁର୍ଥ ଦିନ ପାଇଁ ରୁଷ ଲଗାତର ଭାବରେ ୟୁକ୍ରେନ ଉପରେ ରକେଟ୍‌ ସାଙ୍ଗକୁ ଗୁଳି ମାଡ ବର୍ଷା କରି ଚାଲିଛି । ଧୀରେ ଧୀରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ଦଖଲ କରିବା ପାଇଁ ଆଗକୁ ବଢ଼ି ଚାଲିଛି ରୁଷ । ଏହାରି ଭିତରେ ଆଜି ରୁଷ ସେନା ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍‌କିଭରେ ଏକ ଗ୍ୟାସ ପାଇପଲାଇନ ଉଡ଼ାଇ ଦେଇଛନ୍ତି । ସେପଟେ ରାଜଧାନୀ କିଭ୍‌ ଠାରୁ ୪ କିଲୋମିଟର ଦୂରରେ ରୁଷ ସେନା ରହି ଗୁଳିମାଡ ଜାରି ରଖିଛି । ସେହିପରି ଦକ୍ଷିଣ ପୂର୍ବ ୟୁକ୍ରେନ୍‌ରେ ଥିବା ଏକ ପ୍ରମୁଖ ସହରକୁ ଗତ ରାତିରେ ରୁଷ୍‌ ବାହିନୀ ଅକ୍ତିଆର କରିନେଇଥିବା ଜଣାପଡିଛି । ମେଲିଟୋପଲ୍‌ ସହରକୁ ରୁଷ୍‌ ଅକ୍ତିଆର କରିବା ସହ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇଛି । ରୁଷ୍‌ କିଭ୍‌ ସମେତ ୟୁକ୍ରେନ୍‌ର ସମସ୍ତ ପ୍ରମୁଖ ସହରରେ ମିସାଇଲ୍‌ ଏବଂ ବୋମା ମାଡ଼ ଜାରି ରଖିଛି ଏବଂ ୟୁକ୍ରେନ୍‌ ସେନାର ସମସ୍ତ ପ୍ରମୁଖ ପ୍ରତିଷ୍ଠାନକୁ ଧ୍ୱଂସ କରିଥିବା ଦାବି କରିଛି । ୧୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ମେଲିଟୋପଲ ସହରକୁ ରୁଷ୍‌ ଦଖଲ କରିବା ପରେ ଏହା ସହିତ ୟୁକ୍ରେନ୍‌ର ସମସ୍ତ ସାମରିକ ଯୋଗାଯୋଗ୍ୟ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି । ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଗତରାତିରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଆମେ ଅସ୍ତ୍ର ତ୍ୟାଗ କରିବୁନି। ଆମେ ଦେଶକୁ ସୁରକ୍ଷା ଦେବୁ ।

ଆପଣମାନେ ସମସ୍ତେ ତୋ ଜାଣିଥିବେ ଫେବୃଆରୀ ୨୪ ରୁ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବରେ ଚାଲିଛି । ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁନାହିଁ । ରୁଷ ବାରମ୍ବାର ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପକାଇ ହାତଟେକି ଦେବାପାଇଁ ରଖିବାକୁ କହୁଛି, କିନ୍ତୁ ୟୁକ୍ରେନର ରାଷ୍ଟ୍ରପତି ନିଜ ଜିଦରେ ଅଟଳ । ସେ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିବାକୁ ରଣହୁଙ୍କାର ଦେଇଛନ୍ତି । ଆଜି ଚତୁର୍ଥ ଦିନ ପାଇଁ ରୁଷ ମିସାଇଲ ଏବଂ ରକେଟ୍ ମାଡ କରିବା ଜାରି ରଖିଛି । ବର୍ତମାନ ସମୟରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ ପାଲଟିଛି ରଣଭୂମୀ । ଚାରିଆଡ଼େ ଗର୍ଜୁଛି ରୁଷ୍‌ର କ୍ଷେପଣାସ୍ତ୍ର । ହା-ହାକାର ମଧ୍ୟରେ ୟୁକ୍ରେନ୍‌ ନାଗରିକ ଦେଶଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି । ଜନବସତିକୁ କ୍ଷେପଣାସ୍ତ୍ର ମାଡ଼ କରାଯାଉ ନାହିଁ ବୋଲି ରୁଷ୍‌ କହୁଥିଲେ ମଧ୍ୟ ଆକ୍ରମଣରେ ୨୧୫ରୁ ଊର୍ଦ୍ଧ୍ବ ୟୁକ୍ରେନ୍‌ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ହଜାରେରେରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ରୁଷ ଆକ୍ରମଣରୁ ସାଧାରଣ ନାଗରିକ ମଧ୍ୟ ବାଦ୍‍ ପଡ଼ିନାହାନ୍ତି । ରୁଷ ସୈନ୍ୟମାନେ ୟୁକ୍ରେନରେ ଥିବା ଜନବସତି ଉପରକୁ କ୍ଷେପଣାସ୍ତ୍ର ମାଡ କରିବା ଫଳରେ ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି । ଶୁକ୍ରବାର ରାତିରୁ ରୁଷ ସୈନ୍ୟ ରାଜଧାନୀ କିଭ୍‍ରେ ପ୍ରବେଶ କରି ଧ୍ୱଂସଲୀଳା ରଚି ଚାଛନ୍ତି । ତେବେ ୟୁକ୍ରେନ ସେନା ଏହାର କଡା ଜବାବ ଦେଉଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍‌ସ୍କି ରୁଷ ଭଳି ମହାଶକ୍ତି ଆଗରେ ହାର ନମାନି ନିଜ ଦେଶରେ ରହିଛନ୍ତି ଏବଂ ପ୍ରତି ମୁହୂର୍ତ୍ତରେ ସେନାର ମନୋବଳ ମଜଭୁତ କରିବାରେ ଲାଗିଛନ୍ତି । ଏପରିକି ୟୁକ୍ରେନର ସାଧାରଣ ନାଗରିକ ମଧ୍ୟ ରୁଷ ସୈନ୍ୟଙ୍କ ବିରୋଧରେ ଅସ୍ତ୍ର ଉଠାଇଛନ୍ତି ।

Leave A Reply

Your email address will not be published.